ଆନ୍ତର୍ଜାତିକ ଶିଶୁ ନାଟକ ଉତ୍ସବରେ ସାମିଲ ହେବ  'ଲୁ' 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

12-06-18--nila.jpg - 60.26 kB

ମଞ୍ଚସ୍ଥ କରିବା ମନୋଜ ଦାସଙ୍କ କାହାଣୀ ଉପରେ ଆଧାରିତ ନାଟକ "ଅଦଭୂତ ପର୍ବତ"

ପଦ୍ମପୁରରୁୁ ନିିିଳ ଦୀପ -କୋଲକାତା ସ୍ଥିତ ଏସୋ ନାଟକ ଶିଳ୍ପ ଅନୁଷ୍ଠାନ ତରଫରୁ ଜୁନ୍ ୧୭ ରୁ ୨୧ ପାଞ୍ଚଦିନ ବ୍ୟାପି ଏକାଡେମୀ ଅଫ୍ ଫାଇନ୍ ଆର୍ଟସ୍ ଠାରେ ଆନ୍ତର୍ଜାତିକ ଶିଶୁ ନାଟକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବରେ ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ,ନେପାଳ,ସୁଇଜରଲାଣ୍ଡ ,ବଙ୍ଗଳା ଦେଶ ଆଦି ଦେଶ ବାହାରର ନାଟ୍ୟ ଦଳ ସମେତ ମଣିପୁର , ଆନ୍ଧ୍ରପ୍ରଦେଶ , ଆସାମ ,ପଶ୍ଚିମବଙ୍ଗ, ଓ ଓଡ଼ିଶା ରାଜ୍ୟର ନାଟ୍ୟ ଦଳ ଗୁଡ଼ିକ ନାଟକ ମଂଚସ୍ଥ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରୁ ଏକ ମାତ୍ର ନାଟକ ଦଳ 'ଲୁ' ସଂସ୍ଥାକୁ ହିଁ ଉତ୍ସବରେ ନାଟକ ମଚସ୍ଥ କରିବା ପାଇଁ ସୁଯୋଗ ମିଳିଛି । ଏଇ ପ୍ରସଙ୍ଗରେ ରେ ୧୧ ସନ୍ଧ୍ୟାରେ 'ଲୁ' ନାଟ୍ୟ ସଂସ୍ଥା ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର ସଭାପତି କେଶରଂଜନ ପ୍ରଧାନ ସମଗ୍ର ତଥ୍ୟ ପ୍ରଦାନ କରିଥିଲେ । 'ଲୁ' ନାଟ୍ୟ ସଂସ୍ଥା ଏହି ଉତ୍ସବରେ ବିଶିଷ୍ଟ କଥାକାର ମନୋଜ ଦାସଙ୍କ ଗଳ୍ପ "ଲୁଲୁର୍ଭା ପାହାଡ଼ ର ଏକ ଦ୍ବିପହରର କଥାବସ୍ତୁ କୁ ନେଇ କେଶରଂଜନ ପ୍ରଧାନଙ୍କ ଦ୍ବାରା ପ୍ରସ୍ତୁତ ନାଟକ "ଅଦ୍ଭୁଦ୍ ପର୍ବତ " କୁ ପରିବେଷଣ କରିବେ । ସଂସ୍ଥାର କଳାକାର ତଥା ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍.ଏସ୍. ଡି) ରୁ ଶିକ୍ଷା ପ୍ରାପ୍ତ ଜଗନ୍ନାଥ ସେଠ୍ ନିର୍ଦ୍ଦେଶନା ଦାୟିତ୍ୱ ତୁଳାଇଛନ୍ତି । ସୁଧିର , ରୁଦ୍ରଂଶ ,ମଧୁସୂଦନ, ପାୟଲ, ବିକାଶ, ମନିଷ୍ ,ଶୁଭ୍ରାଂଶୁ ,ସ୍ମୁତିରଞ୍ଜନ, ଋତୁପର୍ଣ୍ଣା ,ଅଂଶଳ,ସ୍ମିତାରାଣୀ, ରାହୁଲ, ଇସା ପ୍ରମୁଖ ଶିଶୁ କଳାକାର ମାନେ ବିଭିନ୍ନ ଭୂମିକାରେ ଅଭିନୟ କରୁଥିବା ବେଳେ ସୁବ୍ରତ ,ଅଂଜଳି ଓ ସୁମିତ୍ ସ୍ବାଗତ ସଂଗୀତରେ ସହଯୋଗ କରୁଛନ୍ତି। ଏଥି ସହିତ ଦୟା ସାଗର ଓ ଅମୂଲ୍ୟ ବେଶ ପୋଷାକ ସଜାଇବାର ଦାୟିତ୍ୱ ନେଇଛନ୍ତି । ୧୬ ତାରିଖ ସନ୍ଧ୍ୟା ରେ ଏଇ ୨୧ ଜଣିଆ ନାଟ୍ୟ ଦଳ କୋଲକାତା ଯାତ୍ରା କରିବେ ବୋଲି ଜଣାପଡିଛି ।

0
0
0
s2sdefault