ହେଡଲାଇନସ୍:

ହାଇପର୍‍କନେକ୍‍ଟିଭିଟିର ଉପାଦେୟପୂର୍ଣ୍ଣ ବ୍ୟବହାର ହେଵା ଉଚିତ : ସାମ୍‍ ପିଟ୍ରୋଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଦମ୍ବିନୀର ନୂଆବର୍ଷ ବନ୍ଧୁମିଳନ

ଭୁବନେଶ୍ୱର, (ଶାସକ ପ୍ରଶାସକ): କାଦମ୍ବିନୀର ନବବର୍ଷ ବନ୍ଧୁମିଳନ କରୋନା କଟକଣା ମଧ୍ୟରେ ରବିବାର ଅନୁଷ୍ଠିତ  ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭର୍ଚ୍ୟୁଆଲ୍‍ ମୋଡରେ  ଆମେରିକାର ଚିକାଗୋ ସହରରୁ ବିଶିଷ୍ଟ ସୂଚନା ବିଜ୍ଞାନୀ ସାମ୍‍ ପିଟ୍ରୋଡା ଯୋଗଦେଇ ହାଇପର୍‍କନେକ୍‍ଟିଭିଟିର ଉପାଦେୟ ପୂର୍ଣ୍ଣ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ, ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ ଓ ପରମ୍ପରା ଖୁବ୍‍ ସମୃଦ୍ଧ । ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ ଓ ପରମ୍ପରାକୁ ବିଶ୍ୱରେ ପହଞ୍ଚାଇବା ପାଇଁ ହାଇପର୍‍କନେକ୍‍ଟିଭିଟି ଆମକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଛି । ଏହା ମାଧ୍ୟମରେ ବିଶ୍ୱରେ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିର ପ୍ରସାର ଓ ପ୍ରଚାର ହେବା ସହ ବିଶ୍ୱବାସୀ ଆମର କଳା, ସଂସ୍କୃତି ଓ ପରମ୍ପରା ବିଷୟରେ ଜ୍ଞାନ ଆହରଣ କରିପାରିବେ ବୋଲି ସେ କହିଥିଲେ । ସେହିପରି କାର୍ଯ୍ୟକ୍ରମରେ କଲିକତାରୁ ଡ. ଋକ୍ମିଣୀ ବାନାର୍ଜୀ ଯୋଗଦେଇ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷାର ତିନୋଟି ମହତ ଉଦେ୍ଧଶ୍ୟ ରହିଛି । ଆମେ ଉଚ୍ଚତର ଜ୍ଞାନ ଆହରଣ ପାଇଁ ଶିକ୍ଷାଲାଭ କରିଥାଉ, ରୋଜଗାର ଓ ଚାକିରି ପାଇଁ ଶିକ୍ଷାର ଆବଶ୍ୟକ ରହିଥିବା ବେଳେ ଜୀବନ ପାଇଁ ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଜ୍ଞାନ ଆହରଣ ଓ ରୋଜଗାର ପାଇଁ ଶିକ୍ଷାଠାରୁ ଜୀବନ ପାଇଁ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ତାରକା ଆକାଶ ଦାସ ନାୟକ, ସବ୍ୟସାଚୀ ମିଶ୍ର, ଦୌଡ଼ରାଣୀ ଦୂତୀ ଚାନ୍ଦ, ସାହିତ୍ୟିକ  ବିଜୟ କୁମାର ନାୟକ, ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । କାଦମ୍ବିନୀ ପ୍ରତିଷ୍ଠାତା ଓ ଦିଗ୍‍ଦର୍ଶକ ଡ. ଅଚ୍ୟୁତ  ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ଡ. ଇତି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କାଦମ୍ବିନୀର ନୂଆବର୍ଷ ସ୍ୱତନ୍ତ୍ର ୨୦୨୧ ଓ କୁନିକଥା ଜାନୁଆରୀ ୨୦୨୧ ସଂଖ୍ୟାର ଶୁଭ ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ସାହିତ୍ୟିକ , କବି, ଲେଖକ, ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

 

0
0
0
s2sdefault