ହେଡଲାଇନସ୍:

‘ମନ ମୋ ନେଇଗଲୁ ରେ’ର ଶୁଭ ମହୁରତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ଵର : ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ର ଶୁଭ ମହୁରତ ଶୁକ୍ରବାର ଆଇଟିଆରରେ ଆୟୋଜିତ ହେଇଯାଇଛି । ସୁମା ରିଅଲ ମିଡିଆର ଏହା ଦ୍ୱିତୀୟ ଅବଦାନ । ଫିଲ୍ମରେ ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଅଭିନୟ କରିଛନ୍ତି । ଆଜି ପ୍ରମେୟନ୍ୟୁଜ୍-୭ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର କ୍ଲାପ୍ ଦେଇ ଶୁଭ ମହୁରତର ଶୁଭାରମ୍ଭ କରିଥିଲେ ।

ଫିଲ୍ମରେ ୪ ଗୀତ ରହିଥିବାବେଳେ ୩ଟି ରୋମାଣ୍ଟିକ ଓ ଗୋଟିଏ ସ୍ୟାଡ଼ ସଙ୍ଗ ରହିଛି । ଗୀତ ଗୁଡିକ ରାୟଗଡା ଓ ରାମୋଜି ଫିଲ୍ମ ସିଟିରେ ସୁଟିଂ ହେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ସୁମା ରିଅଲ ମିଡିଆର ପ୍ରଥମ ଅବଦାନ ଫେରିଆ ୮ଟି ପୁରସ୍କାର ପାଇଥିବାବେଳେ ତାହା ଜନସଚେତନା ଓ ସାମାଜିକ ସଚେତନତା ନେଇ ବେଶ ପ୍ରଭାବ ପକାଇଥିଲା। କରୋନା ପ୍ରଭାବ ସିଧାସଳଖ କଳା ଜଗତ ଉପରେ ପଢିଥିବାବେଳେ ସୁମା ରିଅଲ ମିଡ଼ିଆର ଏହି ପ୍ରୟାସ ଭଲ ପଦକ୍ଷେପ ବୋଲି କହିଛନ୍ତି ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା ଓ କୁନା ତ୍ରିପାଠୀ। ସେପଟେ ଫିଲ୍ମଟି ସବୁ ବର୍ଗକୁ ବେଶ ପସନ୍ଦ ଆସିବ ବୋଲି କହିଛନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ । ଚଳଚ୍ଚିତ୍ର କାହାଣୀ ଗୀତଗୁଡିକ ଦର୍ଶନଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି କଳା ଓ କର୍ମଚାରୀ। ଫିଲ୍ମର କାହାଣୀ ଲେଖିଛନ୍ତି ଦିଲୀପ କୁମାର ଦାସ। ପ୍ରଯୋଜନା କରୁଛନ୍ତି ସୁନିଲ କୁମାର ଦାସ।

ବୈଦନାଥ ଦାସ ସଙ୍ଗୀତ ରଚନା କରିଥିବା ବେଳେ ସ୍ଵର ସଂଯୋଜନା କରିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡା ଓ ସଞ୍ଜୟ ନାୟକ । କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଜ୍ୟୋତିର୍ମୟୀ, ଅନ୍ତରା ଚକ୍ରବର୍ତ୍ତୀ ଓ ପ୍ରଜ୍ଞା ହୋତା। ଫିଲ୍ମ ଭୁବନେଶ୍ଵର, କଟକ, ରାୟଗଡା ଓ ରାମୋଜୀ ଫିଲ୍ମ ସିଟିରେ ସୁଟିଂ ହେବାର ରହିଛି। ଶୁଭ ମହୁରତରେ ‘ମନ ମୋ ନେଇଗଲୁ ରେ’ର ପ୍ରଯୋଜକ ସୁନିଲ ଦାସ, କାହାଣୀ ଲେଖକ ଦିଲୀପ କୁମାର ଦାସ, ନ୍ୟୁଜ-୭ର କାର‌୍ୟ୍ୟକାରୀ ସଂପାଦକ ଦେବନାରାୟଣ ସେଠୀ, ସିନେମାର ବହୁ କଳାକାର ପ୍ରମୁଖ ଉପସ୍ଥିତ ଥିଲେ।

 

0
0
0
s2sdefault