ହେଡଲାଇନସ୍:

ପୂର୍ବ ତଟ ରେଳପଥର ପ୍ରାଚୀର ପତ୍ରିକା “ଅତସୀ କୁସୁମ” ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପୂର୍ବ ତଟ ରେଳପଥର ପ୍ରାଚୀର ପତ୍ରିକା “ଅତସୀ କୁସୁମ”ର “ଶକ୍ତି ସଂରକ୍ଷଣ” ଉପରେ ଆଧାରିତ ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ପୂର୍ବ ତଟ ରେଳପଥର ବରିଷ୍ଠ  ଉପମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ହେମନ୍ତ କୁମାର ଦତ୍ତଙ୍କ ଉପସ୍ଥିତିରେ ପ୍ରମୁଖ ମୁଖ୍ୟ ବିଦ୍ୟୁତ ଯନ୍ତ୍ରୀ ବାସୁଦେବ ପଣ୍ଡା ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ । ଏହି ଉନ୍ମୋଚନ ସମୟରେ ପୂର୍ବ ତଟ ରେଳପଥର ମୁଖ୍ୟ ଜନ ସଂପର୍କ ଅଧିକାରୀ କୌଶଳେନ୍ଦ୍ର କିଶୋର ଖାଡ଼ଙ୍ଗା ଓ ବରିଷ୍ଠ  ଜନ ସଂପର୍କ ଅଧିକାରୀ ନିରାକାର ଦାସ ଉପସ୍ଥିତ ଥିଲେ ।

ଏହି ସ୍ୱତନ୍ତ୍ର ସଂଖ୍ୟା ବିଦ୍ୟୁତ ଶକ୍ତି  ସଂରକ୍ଷଣ ଉପରେ କର୍ମଚାରୀମାନଙ୍କୁ ସଚେତନ କରାଇବା ସହ ନିଜେ କିପରି ନିଜ ନିଜ ବ୍ୟକ୍ତିଗତ ଜୀବନରେ ଶକ୍ତି ସଂରକ୍ଷଣ କରିପାରିବେ ସେଥିପାଇଁ ବିଭିନ୍ନ ଉପାୟମାନ ବିଭିନ୍ନ ଲେଖାମାଧ୍ୟମରେ ସୂଚାଇ ଦିଆଯାଇଛି । ବିଦୁ୍ୟତ୍ ବିଭାଗର ଇଂଜିନିୟରମାନେ ୬ଟି ପ୍ରବନ୍ଧ ଲେଖିବା ସଂଗେ ସଂଗେ ବିଭିନ୍ନ କବିତା ଓ ଫଟୋଚିତ୍ର ମଧ୍ୟ ସ୍ଥାନ ପାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରେଳ କର୍ମଚାରୀଙ୍କ ମଧ୍ୟରେ ଥିବା ସୃଜନଶୀଳତା ଓ ଅନନ୍ୟ ପ୍ରତିଭାର ବିକାଶ ପାଇଁ ଏଭଳି ଏକ ପ୍ରାଚୀର ପତ୍ରିକାର ପରିକଳ୍ପନା କରାଯାଇଛି ।

0
0
0
s2sdefault