ହେଡଲାଇନସ୍:

ଯୁବ ନାଟ୍ୟ କର୍ମୀ ଆଦର୍ଶ ଦାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ନାଟକ ର ଏନ୍ତୁଡ଼ିଶାଳ  ପାରଳାଖେମୁଣ୍ଡି , ଦିନ ଥିଲା ଏଠି ସଞ୍ଜ ନଇଲେ ସାହି ସାହି ରେ ନାଟକ ମଞ୍ଚସ୍ଥ ହେଉଥିଲା ହେଲେ ଦିନକୁ ଦିନ ଏହି ଦ୍ଵୀଭାଷୀ ଅଞ୍ଚଳ ରେ ଓଡ଼ିଆ ସଂସ୍କୃତି ତଥା ଓଡ଼ିଆ ନାଟକ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଲା ଏମିତି କି କିଛି ବର୍ଷ ଗୋଟିଏ ବି ନାଟକ ମଞ୍ଚସ୍ଥ ହୋଇପାରିଲା ନାହିଁ, ଠିକ୍ ସେ ସମୟରେ ପାରଳା ରେ ନାଟକ କୁ ପୁନଃଜିବିତ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ ପାରଳାର ଯୁବ ନାଟ୍ୟ କର୍ମୀ ଆଦର୍ଶ ଦାସ । ପ୍ରଥମ ଓଡ଼ିଆ ନାଟ୍ୟକାର କବିଚନ୍ଦ୍ରରଘୁନାଥ ପରିଛାଙ୍କ ଜନ୍ମିତ ପାରଳାଖେମୁଣ୍ଡିର କବିଚନ୍ଦ୍ର ସାହି ରେ ହିଁ ଜନ୍ମିତ ଆଦର୍ଶ ଦାସ, ବାପା ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସଙ୍କ ପ୍ରେରଣା ରେ ଅନୁପ୍ରାଣିତ ଏହି ଯୁବ କଳାକାର ପିଲାଟି ଦିନରୁ ଅଭିନୟ କରି ଆସୁଛନ୍ତି।

 ବର୍ତମାନ ସୁ୍ଧା ଅନେକ ଐତିହାସିକ , ସାମାଜିକ , ଏକାଙ୍କିକା , କ୍ଷୁଦ୍ର ନାଟକ ରେ ଅଭିନୟ କରି ନିଜର ପ୍ରତିଭା ପାଇଁ ବହୁ ସ୍ଥାନରେ ପୁରସ୍କୃତ ହୋଇଛନ୍ତି । ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନର କ୍ରିଏଟିଭ୍ ଆର୍ଟସ ଯୁଗ୍ମ ସମ୍ପାଦକ ଆଦର୍ଶ ଦାସ ନିଜ ଅନୁଷ୍ଠାନ ଦ୍ଵାରା ପ୍ରତି ବର୍ଷ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ଆୟୋଜନ କରନ୍ତି । ତାଙ୍କ ଅଭିନୀତ ବହୁ ନାଟକ ରାଜ୍ୟ ସରକାରଙ୍କ ଯୁବ ମହୋତ୍ସବ ନାଟକ ପ୍ରତିଯୋଗିତା , ସଙ୍ଗୀତ ନାଟକ ଏକାଡେମୀର ନାଟକ ମହୋତ୍ସବ ଏବଂ ବିଭିନ୍ନ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ବେଳେ ନିଜେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।

ଆଦର୍ଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆଯୋଜିତ ହେଉଥିବା ପାରଳା ନାଟକ ମହୋତ୍ସବରେ ପ୍ରତିବର୍ଷ ଓଡ଼ିଶାର ବହୁ ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ନିଜର ନାଟକ ମଞ୍ଚସ୍ଥ କରନ୍ତି। ପାରଳାଖେମୁଣ୍ଡିରେ ନାଟକକୁ ପୁନଉଦ୍ଧାର ପାଇଁ ଅହରହ ଉଦ୍ୟମ ଜାରି ରଖିଥିବା ଏହି ନାଟ୍ୟକର୍ମୀ କେବଳ ନାଟକ ନୁହଁ ଏହା ସହିତ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ବିଭିନ୍ନ ଓଡ଼ିଆ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ କରି ସୀମାନ୍ତ ଜିଲ୍ଲାରେ ଓଡ଼ିଆ ସଂସ୍କୃତି କୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଆଗାମୀ ଦିନରେ ସେ ନାଟ୍ୟ ଆନ୍ଦୋଳନକୁ ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଜଣେ ସୁସଂଗଠକ ରୂପେ ପାରଳାଖମୁଣ୍ଡିର ଏକାଧିକ ଅନୁଷ୍ଠାନ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି।

 

0
0
0
s2sdefault