ହେଡଲାଇନସ୍:

ଏନଏନଏଫରେ ମୁକ୍ତିଲାଭ  କଲା ସାଇ ଭଜନ 'ସାଇ ଶଙ୍କର'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର / ଶାସକ ପ୍ରଶାସକ : ଡିଜିଟାଲ ପ୍ଲାଟଫର୍ମରେ ନିଜର ଚମତ୍କାରିତା ପ୍ରଦର୍ଶନ କରିବାକୁ ଯାଉଛି ନିହାର ନମନ ଫିଲ୍ମସ (ଏନଏନଏଫ) | ନିୟମିତ ଭାବେ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ମ୍ୟୁଜିକ ଭିଡ଼ିଓ, କ୍ଷୁଦ୍ର ଚଳଚ୍ଚିତ୍ର, ୱେବ ସିରିଜ ନିର୍ମାଣ କରାଯିବ | ଏହି କ୍ରମରେ ପ୍ରଥମ କରି ମୁକ୍ତିଲାଭ କରିଛି ଏକ ସାଇ ଭଜନ | 'ସାଇ ଶଙ୍କର..' ଶୀର୍ଷକ ଏହି ଗୀତଟିକୁ ଶଶାଙ୍କ ଶେଖରଙ୍କ କଣ୍ଠରେ ରେକର୍ଡ କରାଯାଇଛି | ବୈଦ୍ୟନାଥ ଦାଶ  ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି | ଗୀତ ଲେଖିଛନ୍ତି  ସଂଗ୍ରାମ କେଶରୀ | ଏହାର ପ୍ରଯୋଜନା କରିଛନ୍ତି ଲିପୁ ବାବୁ ଓ ସିପୁ ବାବୁ | ଗୀତଟି ଶ୍ରୁତିମଧୁର ହେବା ସହ ସାଇ ପ୍ରେମୀଙ୍କୁ ଭକ୍ତି ରସରେ ବାନ୍ଧି ପାରିଛି | ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ସହ ଏନଏନଏଫର ନିଜସ୍ୱ ୟୁଟ୍ୟୁବ ଚ୍ୟାନେଲରେ ଏହା ଏବେ ଉପଲବ୍ଧ | କେଵଳ ସେତିକି ନୁହେଁ ଆଗକୁ ନୂଆବର୍ଷ  ଉପଲକ୍ଷେ ଏନଏନଏଫ ପକ୍ଷରୁ ଓଡିଶାର ସବୁଠୁ ବ୍ୟୟବହୁଳ ମ୍ୟୁଜିକାଲ ସର୍ଟ ଫିଲ୍ମ ମୁକ୍ତିଲାଭ କରିବ ଯାହାକୁ ନେଇ ସବୁ ମହଲରେ ଅପେକ୍ଷା ରହିଛି |

0
0
0
s2sdefault