ହେଡଲାଇନସ୍:

ବାବାବଧ  ପପଙ୍ଗା ପାହାଡର ତଳେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟସ୍ତରୀୟ ନାଟବାଦୀର ନବମ ସନ୍ଧ୍ୟା: 

 ବଲାଙ୍ଗିର(ନିରୋଜ ମିଶ୍ର) - ଯେତେବେଳେ ସଂସାରରେ ଅଧର୍ମ ବଢେ଼, ଧର୍ମର ସ୍ଥାପନ ପାଇଁ ଅବତାର ଗ୍ରହଣ କରନ୍ତି ଭଗବାନ । ହେଲେ ଧର୍ମ ନାମରେ ଯେତେବେଳେ ଅଧର୍ମର ରାଜୁତି ·ଲେ, ଗେରୁଆ ପିନ୍ଧି ପାପରୁ ଆରମ୍ଭ ହୁଏ ଜୀବନ । ନାଟ୍ୟକାର ଭଗବାନଙ୍କ ଏକାଦଶ ଅବତାର କଥାକୁ ଉପସ୍ଥାପନ କରି ମିଛବାବା ମାନଙ୍କର ସଂହାର କଥା କହିଛନ୍ତି ନାଟକ ବାବାବଧରେ । ବୀଣାପାଣି ନାଟ୍ୟକଳା ସଂସଦ, ବଡକର୍ଲେ ପରିବେଶିତ ନାଟକର ରଚନା ଓ ନିଦେ୍ର୍ଧଶନା ସୁମନ୍ତ ଭୋଇ । ବିଭିନ୍ନ ଭୁମିକାରେ ଅଭିନୟ କରିଥିଲେ ସମିର ସାହୁ, ନାରଦ ସାହୁ, ବିରେନ୍ଦ୍ର ସହୁ, ରଘୁନାଥ ସାହୁ, ପ୍ରଶାନ୍ତ ସାହୁ, ସର୍ଜନ ପଧାନ, ସୁମନ୍ତ ପଧାନ, ସୁମନ୍ତ ଭୋଇ, ସୁଦାମ ବିଶ୍ୱାଲ, ଅଚ୍ୟୁତ ଯୁଆଡି, ରଂଜିତ ପଧାନ, ହୃଷିକେଶ ଭୋଇ, ଅଭିତ୍ରାଣ ଯୁଆଡି ।

ଦ୍ୱିତୀୟ ନାଟକରେ ଗୋଟିଏ ଜନଜୀବନର ମୁକସାକ୍ଷୀ ହେଉଛି ସେ ଅଂଚଳର ପାହାଡ । ବରଗଡ ଭେଡେନ ଅଂଚଳର ପାହାଡ ପପଙ୍ଗା ପାହାଡ । ସେ ଅଂଚଳର ସାଧାରଣ ଲୋକ ମାନସିକତାରେ କାହାଡ କିପରି ଭୂମିକା ନିଏ ତାର ସୁନ୍ଦରତମ ପ୍ରସ୍ତୁତି ନାଟକ ପପଙ୍ଗା ପାହାଡ ତଲେ, ରଂଗଭୁମି ଲୋଇସଂହା ଦ୍ୱାରା ପରିବେଶିତ ଏହି ନାଟକକୁ ନକୁଲ ବାଦୀ ଙ୍କ ରଚନା କୁ ନିଦେ୍ର୍ଧଶନା ଦେଇଥିଲେ ସରୋଜ କୁମାର ବିଶ୍ୱାଲ । ଗ୍ରାମୀଣ ଜୀବନର ସୁନ୍ଦର ତମ ଉପସ୍ଥାନପା କରିଥିଲେ ସରୋଜ ବିଶ୍ୱାଲ, ଦମୟନ୍ତୀ ଜଗଦଲା, ଘାସିରାମ ବାରିକ, ସୁଶିଲ ସା, ଶ୍ରୀତମ ସେବକ, ଜୋତିରଂଜନ ସାହୁ, ଦିବ୍ୟରଂଜନ ବେହେରା, କରୁଣା ବାଗ, ପଂଚାନନ କୁଅଁର, କିଶୋର ନାୟକ, ଶିକ୍ଷେତ୍ର ତାଣ୍ଡି, ଶ୍ୱାସ୍ତିକ ବାରିକ, ନକୁଲ ବେଦି, ପ୍ରତାପ ରଂଜନ ବହିଦାର, ଗିରିଧରି ଥନାପତି । ନବମ ଦିବସରେ ଅତିଥିଭାବରେ ଯୋଗଦେଇଥିଲେ ବିଶିଷ୍ଟ  ନାଟ୍ୟକାର ରାମଚନ୍ଦ୍ର ସାହୁ, ଏନ୍ଏସ୍ଡି ଜଗନ୍ନାଥ ସେଠ । ମଂଚାସୀନ ହୋଇଥିଲେ ଡ. ଶ୍ରୀକର ମିଶ୍ର, ନାଟବାଦୀର ଅଧ୍ୟକ୍ଷ ହରିନାରାୟଣ ପୁଜାରୀ । 

ରବିବାର  ଭବାନୀ ଶଙ୍କର କଳାପରିଷଦ କୁଟେନପାଲି ଦ୍ୱାରା ପରିବେଶିତ ନାଟକ “ରାଧାପୁରେ କୃଷ୍ଣ ଲିଳା” ପରିବେଶିତ ହେବ ।   ଶେଷ ଦିବସରେ ନାଟବାଦୀର ବିଭିନ୍ନ ପୁରସ୍କାର ଓ ଲୀଳା ଗିତିନାଟ୍ୟର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯିବ ସହିତ ଚଳିତ ବର୍ଷ ପରିବେଶିତ ହେଇଥିବା ନାଟକ ମାନଙ୍କୁ ନେଇ ସ୍ମରଣୀକା ·ନ୍ଦଲି ଲୋକାର୍ପିତ ହେବ । 

ନାଟକ ପ୍ରେମୀମାନେ ବହୁସଂଖ୍ୟାରେ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ  କରିବାକୁ ସାଇଟ ସାସ୍କୃତିକ ପରିଷଦର ସଭାପତି ମନୋଜ କୁମାର ମିଶ୍ର, ସମ୍ପାଦକ ଇଂ ନାରାୟଣ ପ୍ରସାଦ ମିଶ୍ର ଓ ଆବାହକ ହିମାସୁଂ ପାଢ଼ୀ ଅନୁରୋଧ କରିଛନ୍ତିି । 

 

0
0
0
s2sdefault