ହେଡଲାଇନସ୍:

୨୦୧୫ ଓ ୨୦୧୬ ପାଇଁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଜି ରାଜ୍ୟ  ଓଡ଼ିଶା ସାହିତ୍ୟ ଏକାଡେମୀ  ୨୦୧୫ ଓ ୨୦୧୬ ମସିହା ପାଇଁ ପୁରସ୍କାର ଘୋଷଣା କରିଛନ୍ତି |  ଓଡିଶା ସାହିତ୍ୟ ଏକାଡେମୀ ହୋଇଥିବା ଘୋଷଣା ଅନୁଜାଏଇ ଉପନ୍ୟାସ ପାଇଁ  ନିତ୍ୟାନନ୍ଦ ପଣ୍ଡା(୨୦୧୫) ଓ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ(୨୦୧୬), କ୍ଷୁଦ୍ରଗଳ୍ପ ପାଇଁ ପବିତ୍ର ପାଣିଗ୍ରାହୀ(୨୦୧୫)ଓ  ଦେବଦାସ ଛୋଟରାୟ(୨୦୧୬), କାବ୍ୟ କବିତା ପାଇଁ ବୀଣାପାଣି ପଣ୍ଡା(୨୦୧୫) ଓ ଭଗବାନ ଜୟସିଂହ(୨୦୧୬) , ନାଟକ ଓ ଏକାଙ୍କିକା ସକାଶେ ୨୦୧୫ ପାଇଁ ଯୁଗ୍ମ ଭାବେ ସଂଜୟ ହାତୀ ଓ ନବୀନ କୁମାର ପରିଡ଼‌ା ପାଇଥିବା ବେଳେ ୨୦୧୬ ପାଇଁ ପାଇଛନ୍ତି  ଫକୀର ସିଂହ | ସେହିପରି ପ୍ରବନ୍ଧ ଓ ସମାଲୋଚନା ପାଇଁ ପଂଚାନନ ମିଶ୍ର(୨୦୧୫) ଓ  ପ୍ରସନ୍ନ କୁମାର ସ୍ବାଇଁ(୨୦୧୬), ଜୀବନୀ ଓ ଭ୍ରମଣ ସାହିତ୍ୟ ପାଇଁ  ଧରଣୀଧର ପାଣିଗ୍ରାହୀ ୨୦୧୫ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୨୦୧୬ ପାଇଁ ଯୁଗ୍ମ ଭାବେ  ସୁରେନ୍ଦ୍ର କୁମାର ମହାରଣା ଓ ପ୍ରଦୋଷ ପଟ୍ଟନାୟକ ପାଇଛନ୍ତି | ଅନୁବାଦ ପାଇଁ  ବିଜୟ କୁମାର ମହାନ୍ତି(୨୦୧୫) ଓ  ଶାରଦା ରଥ(୨୦୧୬) ମନୋନୀତ ହୋଇଥିବା ବେଳେ ଶିଶୁ ସାହିତ୍ୟ ପାଇଁ ରବୀନ୍ଦ୍ର ବିଶ୍ବାଳ(୨୦୧୫) ଓ ଦେବେନ୍ଦ୍ର ଚୌଧୁରୀ(୨୦୧୬) ସର୍ବୋପରି ଗୀତି କବିତା ସକାଶେ ମନୋଜ ମହାନ୍ତି(୨୦୧୫) ଓ  ମିଶ୍ର ସତ୍ୟନାରାୟଣ(୨୦୧୬) ମନୋନୀତ ହୋଇଛନ୍ତି | 

0
0
0
s2sdefault