ହେଡଲାଇନସ୍:

ଓଡ଼ିଆ ଝିଅ ଅପ୍ସରା ରାଣୀ "ରଂଗୀଲା ମ୍ୟାନ"ଙ୍କ ନୂଆ ନାୟିକା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁମ୍ବାଇ (ଶାସକ ପ୍ରଶାସକ) : ଯେତେବେଳେ ସମଗ୍ର ବିଶ୍ୱ ସାଂଘାତିକ Covid-19 ସହିତ ଯୁଦ୍ଧ କରୁଛି, ଓଡ଼ିଶା ଏବଂ ଗ୍ଲାମର ଦୁନିଆ ପାଇଁ ଖୁସି ଖବର | ଓଡ଼ିଶା ଝିଅ ଅପସରା ରାଣୀ  ବଲିଉଡ ଚଳଚ୍ଚିତ୍ରରେ ପାଦ ଦେବାକୁ ଯାଉଛନ୍ତି  | ତାଙ୍କ ଘର ଓଡ଼ିଶାରେ | ହେଲେ ସେ ଡେରାଡୁନରେ ଜନ୍ମ ଓ ପାଳିତ ହୋଇଥିବା ବେଳେ ଏବେ ହାଇଦ୍ରାବାଦରେ ରହୁଛନ୍ତି | ଅପ୍ସରାଙ୍କୁ  ରାମ ଗୋପାଳ ଭର୍ମା ତାଙ୍କ ଆଗାମୀ ସିନେମା "ଥ୍ରୀଲର" ପାଇଁ ନାୟିକା ଭାବେ ବାଛିଛନ୍ତି |

ଏହି ସୂଚନା ଖୋଦ ରାମ ଗୋପାଳ ଭର୍ମା ତାଙ୍କ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି | ଆରଜିଭି ୱାର୍ଲ୍ଡ ଥିଏଟରର ପେ ପର ଭ୍ୟୁ ଡିଜିଟାଲ୍ ପ୍ଲାଟଫର୍ମରେ ପୂର୍ବରୁ ମିଆ ମାଲକୋଭାଙ୍କ ଅଭିନୀତ ଫିଲ୍ମ 'କ୍ଲାଇମାକ୍ସ' ଏବଂ ସୁଇଟିଙ୍କ ଅଭିନୀତ 'ନେକେଡ଼ ' ସିନେମା ପରେ ସେହି ପ୍ଲାଟଫର୍ମ ପାଇଁ  ଅପ୍ସରା ରାଣୀ ରାମଗୋପାଳଙ୍କ ପରବର୍ତ୍ତୀ ସିନେମା  "ଥ୍ରିଲର୍" ରେ ଅଭିନୟ କରିବାକୁ ଯାଉଛନ୍ତି।

ନିଜେ ରାମ ଗୋପାଳ ତାଙ୍କ ଟୁଇଟରେ କହିଛନ୍ତି ଯେ ଅପ୍ସରା ତାଙ୍କ ପରବର୍ତ୍ତୀ ସିନେମା "ଥ୍ରିଲର୍" ପାଇଁ ନାୟିକା ହେବେ | ଅପ୍ସରା ରାଣୀଙ୍କ ଘର ଓଡ଼ିଶାରେ | ସେ ଡେରାଡୁନର ଜନ୍ମିତ ଆଉ ପାଳିତ , ହେଲେ ଏବେ ସେ ହାଇଦ୍ରାବାଦରେ ରହୁଛନ୍ତି . ସେ ଜଣେ ଭଲ ନୃତ୍ୟାଙ୍ଗନା ଆଉ ଭଲ ଅଭିନେତ୍ରୀ ମଧ୍ୟ | ଅପ୍ସରାଙ୍କୁ ଭେଟିବା ପୂର୍ବରୁ ଜାଣିନଥିଲି ସେ ଓଡ଼ିଶାର | ମୁ ମହାବାତ୍ୟା ପରେ ଓଡିଶା ବିଷୟରେ ଶୁଣି ନଥିଲି . ହେଲେ ତାଙ୍କୁ ଭେଟିବା ପରେ ଜାଣି ପାରିଲି ଯେ ଓଡିଶାରେ  ବି ପ୍ରତିଭା ସମ୍ପନ୍ନ ସୁନ୍ଦରୀ ରହିଛନ୍ତି |  

 

0
0
0
s2sdefault