ହେଡଲାଇନସ୍:

ଋଥଖଳାରେ ଚାଲିଛି ରଥ ନିର୍ମାଣ : ରାତି ପାହିଲେ ରଥ ଖଳାରେ ଚକା ଡୋରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସୁଆର ମହାସୁଆର ସେବକମାନଙ୍କ ନିମନ୍ତେ ଭୂତାଣୁ ସଂକ୍ରମଣ ସମ୍ପର୍କିତ ସଚେତନତା ଶିବିର

ପୁରୀ(ଶାସକ ପ୍ରଶାସକ): ଋଥ ଖଳାରେ ଆଜି ତିନି ରଥର ଗୟଳ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି । ଉକ୍ତ ତିନି ରଥର ବଡ଼ ପୋଲ ଗୟଳ କରତି ସେବକଙ୍କ ଦ୍ୱାରା ଚିରଟ୍ ହୋଇ ଚଉପଟ ପାଇଁ ରଥ ଖଳାକୁ ଆସି ଚଉପଟ କାର୍ଯ୍ୟ ଚାଲୁ ରହିଛି । 

ବାକି ତିନି ରଥର ମଝିଲା ଏବଂ ସାନ ପୋଲ ଗୟଳ ଏବଂ ଛନ୍ଦା ଗୟଳ କାଠ ଭୋଇ  ସେବକମାନେ ରଥ ଖଳାରେ ତିନି ରଥର ମହାରଣା ସେବକମାନଙ୍କୁ ଯୋଗାଇ ଦେଇଛନ୍ତି । ସେଗୁଡ଼ିକୁ ବାରିସି ଦ୍ୱାରା ସାଇଜ ଅନୁସାରେ ଚଉପଟ କାର୍ଯ୍ୟ ଚାଲୁ ରହିଛି । ଉକ୍ତ ତିନି ରଥର ପୋଲ ଗୟଳ ଏବଂ ଛନ୍ଦାଗୟଳ ଭିନ୍ନ ଭିନ୍ନ ସାଇଜର । ଦେବଦଳନ ରଥରେ ମୋଟ ୮ଟି ଗୟଳ ଲାଗୁଥିବାବେଳେ  ବଡ଼ ପୋଳ ଗୟଳ  ୨୧ହାତ ,ସାନ ପୋଲ ଗୟଳ ୧୮ହାତ ଏବଂ ଛନ୍ଦା ଗୟଳ(ବଡ)  ୨୧ହାତ ଏବଂ ଛନ୍ଦାଗୟଳ(ସାନ) ୧୮ହାତ ଲାଗିଥାଏ ।

ତାଳଧ୍ୱଜ ରଥର ମୋଟ ୧୨ଟି ଗୟଳ ଲାଗିଥାଏ । ପୋଲ ଗୟଳ ୬ ଟି ଓ ଛନ୍ଦା ଗୟଳ ୬ ଟି | ଏମାନଙ୍କ ସାଇଜ଼ ଭିନ୍ନ ଭିନ୍ନ | ବଡ଼ ପୋଲ ଗୟଳ ବଡ଼ ୨୨ହାତର ୨ଟି ଲାଗିଥାଏ ମଝିଲା ପୋଳ ଗୟଳ ୧୯ହାତରୁ ୨ଟି ଏବଂ ସାନ ପୋଲ ଗୟଳ ୧୭ହାତରୁ ୨ଗୋଟି ମୋଟ ୬ଗୋଟି । ସେହିପରି ଛନ୍ଦାଗୟଳ ବଡ଼, ମଝିଲା ଏବଂ ସାନରୁ ଦୁଇଟି ଲେଖାଏଁ ୬ଗୋଟି ଏହାର ସାଇଜ ପୋଲ ଗୟଳ ସାଇଜ ସହ ସମାନ ଅଟେ । ରୂପକାର ସେବକମାନଙ୍କ ଦ୍ୱାରା ନାଟଗୋଡ଼ରେ ରାହୁମୂର୍ତି ଖୋଦେଇ କାର୍ଯ୍ୟ ଜାରି ରହିଛି । ସୂଚନା ଥାଉକି ଆସନ୍ତା କାଲି ରଥ ଖଳାରେ ଚକା ଡୋରା କାର୍ଯ୍ୟକ୍ରମ ରହିଛି । 

ଆଜି ସକାଳେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କର ଥର୍ମାଲ୍ ସ୍କ୍ରିନିଙ୍ଗ  କରାଯାଇଥିଲା ସମସ୍ତ ସେବକ ସୁସ୍ଥ ଥିବା ଜଣାଯାଇଛି । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଗରାବଡ଼ୁ ସେବକମାନଙ୍କର କୋଭିଡ -୧୯ ପରୀକ୍ଷା ପାଇଁ ୭୦ଜଣ ସେବକଙ୍କର ସ୍ୱାବ କଲେକ୍ସନ କରାଯାଇଛି । 

ଆଜି ଦିନ ୧୧ଟାରେ ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି  ଭକ୍ତ ନିବାସ ସଭା କକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଏବଂ ପୁରୀ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କିତ ସୁଆର ମହାସୁଆର ସେବକମାନଙ୍କ ନିମନ୍ତେ ଏକ ସଚେତନତା ଶିବିର ଶ୍ରୀମନ୍ଦିର ପ୍ରଶାସକ ଉନ୍ନୟନ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା । ଏଥିରେ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ ନୀଳକଣ୍ଠ ମିଶ୍ର ଏବଂ ଉପ ସ୍ୱାସ୍ଥ୍ୟ ଅଧିକାରୀ ଦେବୀ ପ୍ରସାଦ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ଏବଂ ସୁଆର ମହାସୁଆର ନିଯୋଗ ସଭାପତି ଏବଂ ସମ୍ପାଦକଙ୍କ ସମେତ ୧୦୦ଜଣରୁ ଉର୍ଧ୍ଵ  ସେବକମାନେ ଉପସ୍ଥିତ ରହି କରୋନା ଭୂତାଣୁ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ସଚେତନ କରାଇଥିଲେ । 

0
0
0
s2sdefault