ହେଡଲାଇନସ୍:

 ସମ୍ବଲପୁରରେ ଶୀତଳଷଷ୍ଠୀ : ଦେବ ଦମ୍ପତି ଙ୍କ ବିବାହ       

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ : ପାରମ୍ପରିକ ଶୀତଳଷଷ୍ଠୀ ରେ ରୀତିନୀତି ରେ ପ୍ରଥମ ଥର ପାଇଁ ଦେବଦେବ ମହାଦେବ ଙ୍କ ବିବାହ ନିଜ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି l ମହାଦେବ ଏଥର ବରଯାତ୍ରୀ ଶୋଭାଯାତ୍ରା ରେ କନ୍ୟାଘର କୁ ବାହାରି ନାହାନ୍ତି l ବିନା ନାଚ ଗୀତ, ବାଦ୍ୟ ରେ ମହାଦେବ ଙ୍କ ଆଳତି ପରେ ବିଳମ୍ବିତ ରାତି ରେ ମନ୍ଦିର ପ୍ରାଙ୍ଗଣରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା l ମାତା ପାର୍ବତୀ ଙ୍କ ପିତା ମାତା ମହାଦେବ ଙ୍କୁ ଆଳତି କରି ମନ୍ଦିର ପ୍ରାଙ୍ଗଣକୁ ପାଛୋଟି ନେଇଥିଲେ l ପାରମ୍ପରିକ ରୀତିନୀତି ରେ ପୂଜାର୍ଚନା ହେବାପରେ ବିଳମ୍ବିତ ରାତି ଦେବ ଦମ୍ପତି ଙ୍କ ହାତଗଣ୍ଠି ପଡିଥିଲା l ନନ୍ଦପଡା ର ବାଲୁଙ୍କେଶ୍ୱର ବାବା, ଝାଡୁଆପଡା ର ଲୋକନାଥ ବାବା, ମୋଦିପଡା ର ଜାଗେଶ୍ଵର ବାବା ଏବଂ ବଡ଼ବଜ଼ାର ର ଶୀତଳେଶ୍ୱର ବାବାଙ୍କ ବିବାହ ସମ୍ପନ୍ନ ହୋଇଥିଲା l ଆଜି ସକାଳୁ ଦେବ ଦମ୍ପତି ଦର୍ଶନ ଦେଇଥିଲେ ହେଁ କରୋନା କାରଣରୁ ପୂର୍ବପରି ଭିଡ ହୋଇନଥିଲା l  

0
0
0
s2sdefault