ହେଡଲାଇନସ୍:

ଝଲସିଲା ପବିତ୍ର ମା ତାରାତାରିଣୀ ପୀଠ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡ଼ା (ଡ଼ଃ କୁମୁଦ ଚନ୍ଦ୍ର ବେହେରା): ଚୈତ୍ର ପର୍ବରେ ଝଲସିଲା ଗଂଜାମ ଜିଲ୍ଲାର ପବିତ୍ର ମା ତାରାତାରିଣୀ ପୀଠ | ଭକ୍ତମାନଙ୍କ ସମାଗମ ମଧ୍ୟ ପ୍ରବଳ ଥିଲା | ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ପାଇଁ ପ୍ରଶାସନ ଓ ମନ୍ଦିର ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଥିଲା | ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଟାର୍ଗେଟରେ ବିଭିନ୍ନ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସ୍ଥଳର ବିକାଶ ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ତାରି ଭିତରେ ସାମିଲ ହୋଇଛି ଗଂଜାମ ଜିଲ୍ଲାର ଏହି ପବିତ୍ର ପୀଠ |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ପୀଠର ଭିତ୍ତିଭୂମି ଅନୁଧ୍ୟାନ କରିବା ସହ କେମିତି ଏବି ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯାଇ ପାରିବ ସେ ବିଷୟରେ ସେଠାକୁ ଗସ୍ତ କରି ସରଜମିନ ସ୍ଥିତି ସମୀକ୍ଷା କରିଥିଲେ ୫ ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ | ଆଉ ତାପରେ ମନ୍ଦିର ଓ ତତ୍ସଲଗ୍ନ ଅଂଚଳର ବିକାଶ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି | ଆଜି ଚଇତ ପର୍ବ ଶୁଭାରମ୍ଭ ଉପଲକ୍ଷେ ମନ୍ଦିରକୁ ସୁଦୃଶ୍ୟ ଆଲୋକମାଳାରେ ସଜ୍ଜିତ କରାଯାଇଛି |   

0
0
0
s2sdefault