ମଧୁବନ ସାହିତ୍ୟ ଓ ସଂସ୍କୃତି ସଂସଦର ବାର୍ଷିକୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଓଡିଆ ନୃତ୍ୟ ,ଓଡିଶୀ ସଂଗୀତ ,ବିଶ୍ୱଦରବାରରେ ବେଶ୍ ପରିଚିତ । ସାହିତ୍ୟ ମଣିଷକୁ ଦିଏ ନୂତନ ଚିନ୍ତାଧାର ତଥା ଦିଗ୍‌ଦର୍ଶନ । ଓଡିଆ ସାହିତ୍ୟ ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଛି  ବୋଲି ମଧୁବନ ସାହିତ୍ୟ ସଂସ୍କୃତି ସଂସଦ ର ବାର୍ଷିକ ଉତ୍ସବରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି ।ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ତ  ନାକଟିଦେଉଳ ବ୍ଲକ ର ସ୍ନାତକ ମହାବିଦ୍ୟାଳୟ ଠାରେ ମଧୁବନ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ସଂସଦର ସଭାପତି ରଘୁନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମର୍ଶୀ ମିତ୍ରଭାନୁ ଗୌନ୍ତିଆ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଡ. ସୁରେନ୍ଦ୍ରନାଥ ତ୍ରିପାଠୀ , ସମ୍ମାନିତ ଅତିଥି ଭାବରେ ଡ. ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗ ଦେଇ  ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ନାକ୍ଟିଦେଉଳ ଭଳି ଏକ ଅନୁନ୍ନତ ଅଂଚଳରେ ସାହିତ୍ୟ ସଭା କରିବା କାଠିକର ପାଠ ତଥାପି ଆୟୋଜକ ମାନେ ଏଭଳି ଏକ ରାଜ୍ୟସ୍ତରୀୟ ସାହିତ୍ୟ ସଭା କରି ଓଡିଶାର ବିଭିନ୍ନ ଅଂଚଳରୁ କବିମାନଙ୍କୁ ଏକଜୁଟ କରିଥିବାରୁ ବକ୍ତାମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଏହି ଉତ୍ସବରେ  ଗୀତାରାଣୀ ସାହୁ, ହରିହର ସାହୁ , ସରସୀରାଣୀ ନାୟକଙ୍କ କବିତା ପୁସ୍ତକ ଉନ୍ମୋଚନ ହୋଇଥିଲା । ସଂସଦର ମୁଖପତ୍ର ମଧୁଧାରା ମଧ୍ୟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଉପଲକ୍ଷେ ପ୍ରଥମ ଅଧିବେଶନରେ କବି କନ୍ଦର୍ପ ବେହେରା, ଆର୍‌.ପୁଷ୍ପାଞଳୀ, ଆଧ୍ୟାପକ ଦିପେନ୍ ପଟ୍ଟନାୟକ,  ଶେଷଦେବ ବିଶ୍ୱାଳଙ୍କ ସଂଯୋଜନାରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବିମାନେ ସେମାନଙ୍କ ସ୍ୱରଚିତ କବିତା ପାଠ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିପକାଇଥିଲେ । ବିଶେଷ କରି ବୌଦ୍ଧରୁ ଆସିଥିବା ବ୍ୟଙ୍ଗ କବି ଶାନ୍ତନୁ ପାଣିଗ୍ରାହୀ ଓ କବି ଅଖାଡୁଆଙ୍କ ବ୍ୟଙ୍ଗ କବିତା ବେଶ୍ ହସର ଖୋରାକ୍ ଜମାଇଥିଲା । ଏହି ଅବସରରେ ସାହିତ୍ୟକ ଫକିର ମୋହନ ଦେହୁରୀଙ୍କୁ ମଧୁବନ ସାରସ୍ୱତ ସମ୍ମାନ ଏବଂ କଷ୍ନଗୁରୁ କଳାକାର ଦଶରଥ ମୁଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା ।

 ସରସ୍ୱତୀ ଶିଶୁମନ୍ଦିର , ଜଗନ୍ନାଥ ପ୍ରସାଦ , କେପ୍ସୁଲ୍ କିଡସ୍ ଓ ନାକଟିଦେଉଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଅଧ୍ୟାପକ ଦିପେନ୍ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପସଭାପତି ସୁଧିର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ସୁଶାନ୍ତ କୁମାର ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ ।

0
0
0
s2sdefault