ହେଡଲାଇନସ୍:

"ରବି ସିଂହ ଥିଲେ ଓଡ଼ିଆ ସାହିତ୍ୟରେ ଅପରାଜେୟ ଅଗ୍ନିଶିଖା"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତି  ପ୍ରଣାମ

 "ରବି ସିଂହଙ୍କ ଲେଖାମାନଙ୍କରେ ସାମାଜିକ ବୈଷମ୍ୟ ବିରୋଧରେ କ୍ରୋଧ ପ୍ରତିଫଳିତ ହୋଇଥାଏ, ସେ ଅପରିବର୍ତ୍ତନୀୟ ବିଚାରଧାରାର ସମର୍ଥକ ଥିଲେ | ସେ ଥିଲେ  ସ୍ୱୟଂସିଦ୍ଧ ଏକଲବ୍ୟ, ନିଃସଙ୍ଗ ପଦାତିକ ଏବଂ ଓଡ଼ିଶାର କାଜି ନଜ୍ରୁଲ୍ ଇସ୍ଲାମ୍ |"

ଭୁବନେଶ୍ୱର, (ଶାସକ ପ୍ରଶାସକ): ବିପ୍ଳବୀ କବି ରବି ସିଂହଙ୍କ ପରଲୋକ ଓଡ଼ିଆ ସାହିତ୍ୟିକ  ପାଣିପାଗରେ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି | ସେ ଥିଲେ ଓଡ଼ିଆ ସାହିତ୍ୟରେ ଅପରାଜେୟ ଅଗ୍ନିଶିଖା | ସେ ସାଲ୍, ତାରିଖ ଓ ମସିହାର ଊର୍ଧ୍ୱରେ  ରହି ବିପୁଳ ପାଠକୀୟ ଆଦୃତି ମଧ୍ୟରେ ବଂଚି ରହିଥିବେ ବୋଲି ବକ୍ତାମାନେ ମତପ୍ରଦାନ କରିଛନ୍ତିା

ଆଜି ପୂର୍ବାହ୍ନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ସଂସ୍କୃତି ଭବନରେ ଆୟୋଜିତ "ରବି ସିଂହ ଶ୍ରଦ୍ଧାଞ୍ଜଳି ସଭା'ରେ ଆଲୋଚକବୃନ୍ଦ ବିପ୍ଳବୀ କବିଙ୍କ ସାରସ୍ୱତ କୃତି, ଜୀବନବାଦୀ ଦୃଷ୍ଟିକୋଣ, ତାଙ୍କର ବ୍ୟକ୍ତିଗତ ଓ ସାମାଜିକ-ସାଂସ୍କୃତିକ ଜୀବନଚର୍ଯ୍ୟା ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ବିପୁଳ ଅବଦାନ ଇତ୍ୟାଦି ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖି ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲୋ ରବି ସିଂହଙ୍କ ଲେଖାମାନଙ୍କରେ ସାମାଜିକ ବୈଷମ୍ୟ ବିରୋଧରେ କ୍ରୋଧ ପ୍ରତିଫଳିତ ହୋଇଥାଏ, ସେ ଅପରିବର୍ତ୍ତନୀୟ ବିଚାରଧାରାର ସମର୍ଥକ ଥିଲେ ବୋଲି ଦର୍ଶାଇ ବକ୍ତାବୃନ୍ଦ ତାଙ୍କୁ ସ୍ୱୟଂସିଦ୍ଧ ଏକଲବ୍ୟ, ନିଃସଙ୍ଗ ପଦାତିକ ଏବଂ ଓଡ଼ିଶାର କାଜି ନଜ୍ରୁଲ୍ ଇସ୍ଲାମ୍ ହିସାବରେ ଅଭିହିତ କରିଥିଲୋ ଅନେକ ବକ୍ତା ବିପ୍ଳବୀ କବିଙ୍କ ସହିତ ନିଜ ନିଜର ସଂପର୍କ ବାବଦରେ ସ୍ମୃତିଚାରଣ କରିଥିଲୋ

ଓଡ଼ିଆ ସାହିତ୍ୟ ଏକାଡେମୀର ସଭାପତି ବିଶିଷ୍ଟ କବି ତଥା ନାଟ୍ୟକାର ହରିହର ମିଶ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଲୋକପ୍ରିୟତା  ଓ ପାଠକୀୟତା ନିମନ୍ତେ କବି ରବି ସିଂହ ପରିବର୍ତ୍ତିତ ସାହିତ୍ୟଧାରାକୁ ଗ୍ରହଣ କରି ନିଷ୍ଠାପର ଭାବରେ ଶେଷ ପର୍ଯ୍ୟନ୍ତ ସାହିତ୍ୟସାଧନା କରିଥିଲେ ବୋଲି ପ୍ରକାଶ କରିଥିଲୋ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଖ୍ୟାତନାମା ସାହିତି୍ୟକ ସାତକଡ଼ି ହୋତା, ବିଭୂତି ପଟ୍ଟନାୟକ, ରାଜ କିଶୋର ମିଶ୍ର, ବିଜୟ କୁମାର ଶତପଥୀ, ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ,ସାହିତ୍ୟିକ  ହୁସେନ୍ ରବି ଗାନ୍ଧୀ, ପ୍ରଦ୍ୟୁମ୍ନ ଶତପଥୀ, ଶକୁନ୍ତଳା ବଳିୟାର ସିଂହ, କୁଳମଣି ଜେନା ଓ ସୁରେନ୍ଦ୍ର ଦାସ ପ୍ରମୁଖ ବକ୍ତବ୍ୟ ରଖି ବିପ୍ଳବୀ କବି ରବି ସିଂହଙ୍କ କୃତି, ସାରସ୍ୱତ ଅବଦାନ ଓ ପ୍ରତିଷ୍ଠା-ବିରୋଧୀ ବ୍ୟକ୍ତିତ୍ୱ ଉପରେ ମତାମତ ରଖିଥିଲୋ

ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ତନୟା ଦାସ ଗୋସ୍ୱାମୀ ଉଦ୍ଯାପନୀ କବିତା ପାଠ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ନୀଳମଣି ପରିଡ଼ା, ମନୋରମା ବିଶ୍ୱାଳ ମହାପାତ୍ର, ନୃସିଂହ ଚରଣ ସାହୁ, ସୁରେନ୍ଦ୍ର ମହାରଣା, ବାସନ୍ତୀ ମହାନ୍ତି, ଦେବାଶିଷ ମହାପାତ୍ର, ରାଜୀବ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲୋ ସମସ୍ତେ ବିପ୍ଳବୀ କବିଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ | ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ସାହିତ୍ୟପ୍ରେମୀ, ସଂସ୍କୃତିକର୍ମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲୋ 

 

 

 

0
0
0
s2sdefault