ହେଡଲାଇନସ୍:

ତ୍ରୀବେଶୀ ଯୁବ କଲ୍ୟାଣ ଅନୁଷ୍ଠାନ ପକ୍ଷରୁ ଗଣବିବାହ ୨୩ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


 

ବାରିପଦା(୨୦/୦୧)- ବାରିପଦା ଛଉପଡ଼ିଆ ପରିସରରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ  ଶୁଭ ଗଣବିବାହ କାର୍ଯ୍ୟକ୍ରମ ଚଳିତ ଜାନୁଆରୀ ୨୩ରେ ଆୟୋଜିତ ହେବ । ଉକ୍ତ ଗଣବିବାହ ଉତ୍ସବରେ ମୋଟ ୧୨ ଯୋଡ଼ା ବର-କନ୍ୟାଙ୍କ ସାମୁହିକ ବିବାହ ସମ୍ପାଦନ ହେବ । ଜାନୁଆରୀ ୨୩ ମଙ୍ଗଳବାର ଅପରାହ୍ନ ୩ଟାରେ ମଙ୍ଗଳପାକ, ଅପରାହ୍ନ ସାଢେ଼ ୪ରେ ବରାନୁଗମନ ଏବଂ ରାତି ୮ରେ ବିବାହ , ଭିଜିଭାତ ସହିତ ସହିତ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବ । ବିବାହ ସମୟରେ ବେଦୀ ଉପରେ ବର-କନ୍ୟାଙ୍କୁ ବିଭିନ୍ନ ପ୍ରକାରର ଅଳଙ୍କାର ସହିତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପଢେ଼øକନ ଭାବେ ପ୍ରଦାନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବୀ, ସମାଜସେବୀ, ସ୍ୱେଚ୍ଛାସେବୀ ଓ ଜନସାଧାରଣ ଯୋଗଦାନ ପୂର୍ବକ ବର-କନ୍ୟାମାନଙ୍କୁ  ଶୁଭାଶୀର୍ବାଦ ପ୍ରଦାନ ନିମନ୍ତେ ତ୍ରୀବେଣୀ ଯୁବ କଲ୍ୟାଣ ଅନୁଷ୍ଠାନ ର ବାରିପଦା ଶାଖା ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ଦାସ ଅନୁରୋଧ କରିଛନ୍ତି । ପ୍ରକାଶ ଥାଉକି, ବର ଓ କନ୍ୟାଙ୍କର ବିବାହ ଦେବା ନିମନ୍ତେ ଆର୍ଥିକ ସ୍ୱଚ୍ଛଳ ନ ଥିବା ପରିବାର ପିତା-ମାତାମାନଙ୍କୁ ସହାୟତା ପ୍ରଦାନ କରିବା ସଂଗେସଂଗେ ମାଗଣାରେ ଏହି ଗଣବିବାହ କାର୍ଯ୍ୟକ୍ରମ ହାତକୁ ନେଇଛି ତ୍ରୀବେଣୀ ଯୁବ ଜନ କଲ୍ୟାଣ ଅନୁଷ୍ଠାନ  ଏବଂ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜାନୁଆରୀ ୨୩ ରେ ଏହା ଅନୁଷ୍ଠିତ ହେବାକୁ ଯାଉଅଛି ।

0
0
0
s2sdefault