୧୧ କିମି ଫୁଙ୍ଗୁଳା ରାଜପଥରେ ଗ୍ରୀନୱାର୍ଲଡ-ଖୀମଜି ଫାଉଂଡେସନ  ଭରିଦେବ ସବୁଜିମା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ଅ।ରମ୍ଭ ହେଲା ଏନଏଚ ଡିଭାଇଡରରେ ବୃକ୍ଷରେ।ପଣ,ଲାଗିବ ସାଢେ ତିନିହଜାର ଗଛ   

 ଭୁବନେଶ୍ୱର/SAROJ  : ଗଛ ଲଗାଇବା, ଗଛ ବଂଚାଇବା ମିଶନ ନେଇ ଭୁବନେଶ୍ୱର ଓ ଏହାର ଅ।ଖପାଖ ଅ।ଖପାଖ ଅଞ୍ଚଳରେ ସୁବଜିମା ଭରିଦେବା ପାଇଁ ବ୍ୟାପକ ବୃକ୍ଷରେ।ପଣ କାର୍ଯ୍ୟକ୍ରମ ଜାରି ରଖିଥିବା  ଗ୍ରୀନ୍ ୱାର୍ଲଡ  ପକ୍ଷରୁ ଭୁବନେଶ୍ୱର-ପୁରୀ ନବର୍ନିତ ଜାତୀୟ  ରାଜପଥ୍କୁ ରାଜପଥକୁ ସବୁଜିମାରେ ଭରିଦେବାର ଉଦ୍ୟମ ଅ।ରମ୍ଭ କରିଛି । ଏହୀ ଜାତୀୟ ରାଜପଥର ପଳାସୁଣି ଠାରୁ ଉତ୍ତରା ପର୍ଯ୍ୟନ୍ତ  ରହିଥିବା ୧୧କିମି ବ୍ୟାପୀ ରାସ୍ତାର ପ୍ରଶସ୍ତ ଫୁଙ୍ଗୁଳା  ଡିଭାଇଡରରେ ବୃକ୍ଷରେ।ପଣ କରିବାର ପରିକଳ୍ପନା କରି ଏହି କାର୍ଯ୍ୟକ୍ରମ  ଅ।ରମ୍ଭ କରିଛି  । ଏହି ବୃକ୍ଷରେ।ପଣ କାର୍ଯ୍ୟକ୍ରମର  ଶୁଭାରମ୍ଭ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶେ।କ ଚନ୍ଦ୍ର ପଣ୍ଡା ଟଙ୍କପାଣି ସ୍ଥିତ ସିରିଡି ସାଇ ମନ୍ଦିର ଛକରୁ । ଏହି ଅବସରରେ  ମେୟର ଅନନ୍ତ ନାରାୟଣ ଜେନା, ବରିସ୍ଥ ସାମ୍ବାଦିକ ଗିରିଜା ଶଙ୍କର ଦାଶ, ଅ।ଇନଜୀବୀ ରାଜୀବ ରାଉତ, କପେ।ର୍ରେଟର୍ ହୃଦୟ ବଲ୍ଲଭ ସାମନ୍ତରାୟ, ପୁଷ୍ପା ଦାସ, ସୁଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରିନ୍ ୱାର୍ଲଡ  ଅଧ୍ୟକ୍ଷ ନୃପେଶ ନାୟକଙ୍କ ତତ୍ତ୍ବାବଧାନରେ  କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା | ଶ୍ରୀ ନାୟକଙ୍କ ସୂଚନା ଅନୁଯାୟୀ ଖୀମଜି ଫାଉଣ୍ଡେସନ୍ ସହଯେ।ଗରେ ଗ୍ରୀନୱାର୍ଲଡ ପକ୍ଷରୁ ଏହି ଅଭିଯାନ ଅ।ରମ୍ଭ କରାଯାଇଛି  । ବାଇପାସ୍ ଡିଭାଇଡରରେ  ୩୫୦୦ ଗଛ ଲଗାଇବାକୁ ଯେ।ଜନା ରହିଛି  । ଗଛ ଲଗାଯିବା ପରେ ଏହା କିପରି ବଞ୍ଚିବ, ସେଥିପାଇଁ ରକ୍ଷଣାବେକ୍ଷଣ ଦାୟିତ ମଧ୍ୟ ଗ୍ରିନ୍ ୱାର୍ଲଡ ନେବ  । କେବଳ ଗଛ ଲଗାଇ ଫୋଟୋ ଉଠାଇବାରେ ବିଶ୍ୱାସ ରଖେନି ଗ୍ରୀନ ୱାର୍ଲଡ ! ଆମେ ଆମ ନିଜସ୍ୱ ଉଦ୍ୟମରେ ରାଜଧାନୀରେ ଅଵୁଥାଉ ଅଧିକ ଗଛ ଲଗାଇବା ସହ ସେଗୁଡିକୁ ବିନା ସରକାରୀ ସହାୟତାରେ ନିଜସ୍ୱ ତଥା ଘରୋଇ ଉଦ୍ୟମରେ ନିୟମିତ ଯତ୍ନ ନେଇ ସ୍ୱାବଲମ୍ବୀ  ଗଛରେ ପରିଣତ କରିଥାଉ  ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି | ଏହି କାର୍ଯ୍ୟକ୍ରମରେ  ଗ୍ରିନ୍ ୱାର୍ଲଡ ର ସଦସ୍ୟ ସଦସ୍ୟ ପ୍ରତାପ ବହିଦାର,ସନ୍ତୋଷ ଭେ।ଇ, ବିମଳ ଭେ।ଇ, ବିଜୟ ପ୍ରଧାନ ପ୍ରମୁଖ ସହଯେ।ଗ  କରିଥିଲେ | 

0
0
0
s2sdefault