ହେଡଲାଇନସ୍:

କୁନୀ ବୈଜ୍ଞାନିକମାନଙ୍କ ଭିତରେ ଦେଶ, ଜାତିକୁ ଗୌରବାନ୍ନିତ କରିବାର ଦକ୍ଷତା ରହିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ 

ବାରିପଦାରୁ ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲାର ମୋରଡ଼ା ବ୍ଲକ ଅଧୀନରେ ଥିବା ସୁରେଇଡ଼ିହି ଶ୍ରୀରାମଜୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲା ଶିକ୍ଷାଧିକାରୀ ଫୁଲମଣି ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ  ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜିଲା ସର୍ବ ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିବେକାନନ୍ଦ ସାହୁ, ସମ୍ମାନୀୟ ଅତିଥି ଭାବେ ଜିଲା ବିଜ୍ଞାନ ପରିଦର୍ଶକ ନଳୀନ କୁମାର ଚୌଧୁରୀ ପ୍ରମୁଖଙ୍କ ସମେତ ଶ୍ରୀରାମଜୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଶବ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ପ୍ରଦର୍ଶନୀକୁ ବିଭିନ୍ନ ପ୍ରକଳ୍ପ ନେଇ ଆସିଥିବା କୁନୀ ବୈଜ୍ଞାନିକମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସୁନାଧନ୍ୟ ବୈଜ୍ଞାନିକ ଭାବେ ନିଜକୁ ଗଢ଼ି ତୋଳି ରାଜ୍ୟ ତଥା ଜାତୀୟ, ଆନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିବା ସହିତ ଦେଶ, ଜାତି ତଥା ନିଜର ପରିବାରକୁ ଗୌରବାନ୍ନିତ କରାଇବା ନିମନ୍ତେ ପରାମର୍ଶ ଦେଇଥିଲେ ।

           ଉକ୍ତ ପ୍ରଦର୍ଶନୀରେ ମୟୂରଭଞ୍ଜ ଜିଲାର ବିଭିନ୍ନ ବ୍ଲକମାନଙ୍କରୁ ମୋଟ ୧୧୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା | ଦୁଇ ଦିନ ଧରି ଚାଲିଥିବା ପ୍ରଦର୍ଶନୀରେ  ଦାନ୍ତିଆମୁହାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପଣ୍ଡା ଓ ମୋରଡ଼ା ବ୍ଲକ  ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ୍ୱର ଗିରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତତ୍ୱାବଧାନରେ ବିଜ୍ଞାନ ସମ୍ବନ୍ଧୀୟ  ପ୍ରତିଯୋଗିତା ଅନୂଷ୍ଠିତ ହୋଇଥିଲା । ସେହିପରି ବିଚାରକ ମଣ୍ଡଳୀ ମଧ୍ୟରେ ଗଞ୍ଜାମ ଜିଲା ମହୋଡ଼ା ଭୈରବୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୋକୁଲ କ୍ରିଷ୍ଣ ପଣ୍ଡା, ଫୁଲବାଣି ଜିଲ୍ଲା ସେବାଶ୍ରମ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ରଥ ପ୍ରମୁଖ ର । 

       ଉଦଘାଟନୀ ସମାରୋହରେ ରାଇକମା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅଜିତ କୁମାର ଜେନା ସ୍ୱାଗତ ଭାଷଣ, ଖୁଣ୍ଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକଙ୍କ ସମେତ ଶିକ୍ଷକ ସଂଗଠନର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

0
0
0
s2sdefault