ହେଡଲାଇନସ୍:

ଅନ୍ଧାରରେ ଜୀବନ ବିତାଉଛନ୍ତି ବି.ପି.ଏଲ୍. ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେବେ ପଡିବ ପ୍ରଶାସନର ନଜର 

ଯାଜପୁରରୁ ଜିଲ୍ଲା ପ୍ରତିନିଧି ଜୟଶଙ୍କର ଦାଶ :   କୋରେଇ ବ୍ଲକ୍ ଅନ୍ତର୍ଗତ ଆଲିଆ ଗ୍ରାମରେ ମୟୁରଭଞ୍ଜ ଅଂଚଳରୁ ୯୦ବର୍ଷରୁ ଅଧିକ ହେବ ଆଦିବାସୀ ମୁଣ୍ଡା ଶ୍ରେଣୀର ଲୋକମାନେ କାମ ଅନ୍ୱେଷଣରେ ଚାଲିଆସିଥିଲେ ସୁଦୁର ଯାଜପୁରକୁ । ଏହି ସାହିର ୨୫ଟି ପରିବାର ୮୦ରୁ ଉଦ୍ଧ୍ୱର୍ ଲୋକ ପିଲାଛୁଆ ଧରି ବସବାସ କରୁଛନ୍ତି । କୋରେଇ ଅଂଚଳର ଆଲିଆ ପୋଖରି ନିକଟରେ ଏକ ଅନାବଦୀ ଜାଗାରେ ବସବାସ କରିବା ଆରମ୍ଭ କରିଥିଲେ । ଆଦିବାସୀ ମୁଣ୍ଡା ଲୋକମାନେ ସାଧାରଣତଃ ଅନ୍ୟ ପାଖରେ ମୁଲ ଲାଗି ଓ ମାଟି କାମ କରି ନିଜ ନିଜର ପରିବାର ପ୍ରତିପୋଷଣ କରିବାକୁ ଲାଗିଲେ । କିଛି ଦିନ ପରେ ସ୍ଥାନୀୟ ଅଂଚଳର ସମାଜସେବୀଙ୍କ ସହାୟତାରେ ବ୍ଲକ୍ ତରଫରୁ ଏମାନଙ୍କୁ ଭୋଟ କାର୍ଡ, ଆଧାର କାର୍ଡ, ବି.ପି.ଏଲ୍. ରାସନ୍ କାର୍ଡ ମଧ୍ୟ ମିଳିଥିଲା । କିନ୍ତୁ ଏହି ଆଲିଆ ଆଦିବାସୀକୁ ସରକାରଙ୍କ ବିଦ୍ୟୁତ୍ ଖୁଂଟ ପଡି ତାର ସଂଯୋଗ ହୋଇଥିଲେ ମଧ୍ୟ ଏମାନଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଉନାହିଁ । ଯାହା ଯେମିତି ଏହି ପରିବାର ମାନେ ତାରରେ ହୁକ ପକାଇ ଲାଇନ୍ ଜାଳୁଥିଲେ । ବିଦ୍ୟୁତ୍ କର୍ମଚାରୀ ମାନେ ସେମାନଙ୍କ ନିକଟରୁ ତାଙ୍କର ସ୍ୱାର୍ଥ ପାଇଁ ୧୦୦-୨୦୦ ଟଙ୍କା ନିଅନ୍ତି । ଯେଉଁ ପରିବାର ୧୦୦-୨୦୦ ନଦେଇପାରିଲା ବିଦ୍ୟୁତ୍ କର୍ମଚାରୀ ମାନେ ଆସି ସେମାନଙ୍କର ଲାଇନ୍ କାଟିଦିଅନ୍ତି । କିନ୍ତୁ ବିଦ୍ୟୁତ୍ କର୍ମଚାରୀ ମାନଙ୍କୁ ଦେଖାଯାଉନାହିଁ ଏହି ସାହିରେ ଥିବା ପୋଖରୀରେ ବିଦ୍ୟୁତ୍ ତାର ଝୁଲି ରହିଛି । କେଉଁ ସମୟରେ ଅଘଟଣ ଘଟିଲେ ଏହି ଆଦିବାସୀ ସାହିରେ ବସବାସ କରୁଥିବା ନିରିହ ଲୋକଙ୍କ ଜୀବନକୁ ବିପଦ ଆସିବ ତାହା କହିହେବନାହିଁ । ଏହି ସାହିର ଦେବେନ୍ଦ୍ର ପିଙ୍ଗୁଆ, ମକରା ମୁଣ୍ଡା, ସଞ୍ଜୁ ମୁଣ୍ଡା, ଗୁରୁଚରଣ ମୁଣ୍ଡା, ନରେ ମୁଣ୍ଡା, ପାଳୁହା ମୁଣ୍ଡା, ବନା ମୁଣ୍ଡା, ଲଦର ମୁଣ୍ଡା, ରତନା ମୁଣ୍ଡା, ପଦନା ମୁଣ୍ଡା, କାଳିଆ ମୁଣ୍ଡା, ବୀର ମୁଣ୍ଡା ପ୍ରମୂଖଙ୍କର ବି.ପି.ଏଲ୍. କାର୍ଡ ଥାଇ ମଧ୍ୟ ଏମାନେ ବିଦ୍ୟୁତ୍ ଉପଭୋକ୍ତା ହୋଇପାରୁନାହାଁନ୍ତି । ଏମାନେ ସାଧାରଣତଃ ଅପାଠୁଆ ଶ୍ରେଣୀର ହୋଇଥିବାରୁ ଏମାନଙ୍କ ସମସ୍ୟାକୁ କେହି ବୁଝିବା ପାଇଁ ତପôର ହେଉନାହାଁନ୍ତି । ଏମାନଙ୍କ ସମସ୍ୟା ପ୍ରତି ବ୍ଲକ୍ ପ୍ରଶାସନ କିମ୍ବା ସ୍ଥାନୀୟ ନେତା ଦୃଷ୍ଟି ଦେଲେ ଏହି ନିରୀହ ଆଦିବାସୀମାନେ ଭଲରେ ଜୀବନ ବିତାନ୍ତେ ବୋଲି କହିଛନ୍ତି ଏହି ସାହିର ଲୋକମାନେ ।

 

ସରକାରଙ୍କ ଯୋଜନରୁ ବଂଚିତ ୧୦ଟି ପରିବାର

ଯାଜପୁରରୁ ଜିଲ୍ଲା ପ୍ରତିନିଧି ଜୟଶଙ୍କର ଦାଶ : : କୋରେଇ ବ୍ଲକ୍ ଅନ୍ତର୍ଗତ ବରୁଣ୍ଡେଇ ପଂଚାୟତର କମାର ସାହି ୯ନଂ ୱାର୍ଡରେ ୧୦ଟି ପରିବାର ଆଜକୁ ୭୦ ବର୍ଷ ହେଲା ଯାଜପୁର ଟାଉନ୍ ଅଂଚଳରୁ ଆସି ଏଠାରେ ବସବାସ କରୁଛନ୍ତି । ଏମାନଙ୍କ ପାଖରେ ଯାଜପୁର ଟାଉନରେ ନିଜର କିଛି ନଥିବାରୁ ଏମାନେ କାମ ଅନ୍ୱେଷଣରେ ଏଠାକୁ ଆସି ଏହି କମାର ସାହିରେ ବସବାସ କରୁଛନ୍ତି । ଏମାନେ ସାଧାରଣତଃ ଅନ୍ୟ ପାଖରେ ମୁଲ ଲାଗି ସଂସାର ଚଳାନ୍ତି । ଏମାନେ ସାଧାରଣତଃ ଝାଟିମାଟି ଭଙ୍ଗାଘରେ ରହି ଜୀବନ ବିତାଉଛନ୍ତି । ଏହି ସାହିରେ ୩ଟି ପରିବାରକୁ ବି.ପି.ଏଲ୍ କାର୍ଡ ମିଳିଛି । ଅନ୍ୟ ସମସ୍ତ ପରିବାର ଭୋଟର କାର୍ଡ, ଆଧାର କାର୍ଡ ପାଇଛନ୍ତି । ଏମାନେ ଅନାବାଦୀ ଜାଗାରେ ବସବାସ କରୁଥିବାରୁ ସରକାରଙ୍କ ସମସ୍ତ ଯୋଜନାରୁ ବଂଚିତ ରହୁଛନ୍ତି । ଏହି ୧୦ଟି ପରିବାରର ଲୋକମାନେ ବରୁଣ୍ଡେଇ ଆର୍.ଆଇ.ଙ୍କ ପାଖରେ ଜାଗା ପାଇଁ ପାଉତି କାଟିଛନ୍ତି । କିନ୍ତୁ ଏମାନଙ୍କ ଜାଗାର କୌଣସି ପ୍ରମାଣପତ୍ର ଏମାନଙ୍କୁ ମିଳୁନାହିଁ । ନିଜର ଜାଗାର ପ୍ରମାଣପତ୍ର ମିଳୁନଥିବାରୁ ସେମାନେ ନିଜ ପିଲାମାନଙ୍କୁ ପାଠ ପଢାଇବାକୁ ଅକ୍ଷମ ହେଉଛନ୍ତି । ଏମାନଙ୍କୁ ବିଜୁ ପକ୍କା ଘର, ଇନ୍ଦିରା ଆବାସ, ସ୍ୱଛ ପାଇଖାନା, ମୋ କୁଡିଆ, ଲେବର କାର୍ଡ ପ୍ରଭୃତି ସରକାରଙ୍କ ଯୋଜନା ମିଳିପାରୁନାହିଁ । ଏମାନେ ବ୍ଲକକୁ ଏ ବିଷୟରେ ପଚାରିବାକୁ ଗଲେ ବ୍ଲକ୍ କର୍ତୃପକ୍ଷ କହୁଛନ୍ତି ତମେ ଅନାବାଦୀ ଜାଗାରେ ବସବାସ କରୁଥିବାରୁ ତୁମ ପାଖରେ ଜାଗାର କୌଣସି ପ୍ରମାଣ ନାହିଁ । ସେଥିପାଇଁ ତୁମ୍ଭ ମାନଙ୍କୁ କୌଣସି ସରକାର ଯୋଜନା ମିଳିପାରୁନାହିଁ । ଏମାନଙ୍କୁ ସରକାରଙ୍କ ଭୋଟର କାର୍ଡ, ଆଧାର କାର୍ଡ ମିଳିଥିଲେ ମଧ୍ୟ ଜାଗାର କୌଣସି ପ୍ରମାଣ ନଥିବାରୁ ଏମାନଙ୍କ ପିଲାମାନେ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି । ଏମାନେ ଖଟିଖିଆ ମୁଲିଆ ଶ୍ରେଣୀର ଲୋକ ହୋଇଥିବାରୁ କାହାକୁ ଲାଞ୍ଚ ଦେଇ କାମ ମଧ୍ୟ କରାଇପାରୁନାହାଁନ୍ତି । ଏହି ୧୦ଟି ପରିବାର ସାହିରେ ଥିବା ଗୋଟିଏ ଟ୍ୟୁବ୍ ୱେଲରେ ନିଜର ଦୈନଦିନ କାର୍ଯ୍ୟ ତୁଲାଇଥାନ୍ତି । ଯଦି କୌଣସି ସମୟରେ ଟ୍ୟୁବ୍ ୱେଲଟି ଖରାପ ହୋଇଯାଏ ଆଖପାଖ ଅଂଚଳରେ ଅନ୍ୟ ଟ୍ୟୁବ୍ ୱେଲ୍ ନଥିବାରୁ ଏମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରିକି ଟ୍ୟୁବ୍ ୱେଲ୍ ଖରାପ ହୋଇଗଲେ ସାହି ପାଖରେ କୌଣସି ପୋଖରୀଟିଏ ନାହିଁ ଯେଉଁଥିରେ କି ଏମାନେ ନିଜର ଦୈନଦିନ ବ୍ୟବହାର କରିପାରିବେ । ଏହି ସାହିର ବରଜୁ ଦାସ, ପ୍ରକାଶ ଦାସ, ଚନ୍ଦନ ଦାସ, କାର୍ତିକ ଦାସ, ଉଦୟ ଦାସ, ବାବୁଲି ଦାସ, ସୁଦୟ ଦାସ, ଗଣେଷ ଦାସ, ଦୋମଳ ଦାସ, ସୋମନାଥ ଦାସ, କୁସୁମ ଦାସ, ରୀନା ଦାସ, କେତ୍ତକୀ ଦାସ ପ୍ରମୂଖ କୁହନ୍ତି ସ୍ଥାନୀୟ ନେତା କିମ୍ବା ପ୍ରଶାସନ ଆମ୍ଭ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କଲେ ଆମ୍ଭେ ଭଲରେ ରହିପାରନ୍ତୁ । 

 

0
0
0
s2sdefault