ହେଡଲାଇନସ୍:

ପଦ୍ମପୁର ବ୍ଲକସ୍ତରୀୟ ବିଜ୍ଞାନମେଳା : ୧୬୬ଟି ପ୍ରକଲ୍ପ ପ୍ରଦର୍ଶିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ 

ପଦ୍ମପୁର ବ୍ଲକ ସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ ସ୍ଥାନୀୟ ରାଜବୋଡାସମ୍ବର  ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ  ହୋଇଯାଇଛି । ବିଜ୍ଞାନ ଶିକ୍ଷକ ମାନସରଞ୍ଜନ ଶତପଥୀ, ମୋହନ ରଣା,ସୁଶୀଳ ତ୍ରିପାଠୀ, ନୀରୋଜ ପଟ୍ଟନାୟକ, ଚିତ୍ତରଞ୍ଜନ ସାହୁ ଓ କୀର୍ତ୍ତିଲାଲ ସାହୁ ପ୍ରମୁଖ ବିଚାରକ ଦାୟିତ୍ୱ ତୁଳାଇଥିଲେ।

ଏହି ପ୍ରଦର୍ଶନୀରେ ସର୍ବମୋଟ ୧୬୬ଟି ପ୍ରକଲ୍ପ ପ୍ରଦର୍ଶିତ ହୋଇଥିଲା । ସବଜୁନିୟର ବିଭାଗରେ ପୂଜା ବରିହା,ଇଶାରାନୀ ସାହୁ ଓ ଦିବ୍ୟାଙ୍କ ନାଥ ଜୁନିୟର ବିଭାଗରେ ଆୟୁଷ ବାବୁ,ଗୁଲାପି ସାହା,ଜିତେଶ କୁମାର ସାହୁ ସିନିୟର ବିଭାଗରେ ଆକାଶ କୁମାର ଦାଶ, ନରେଶ ବୁଡେକ ଓ ଦିପାଞ୍ଜଳୀ ମେହେର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ମୁଖ୍ୟ ଅତିଥି ଭାବେ  ପୂର୍ବତନ ମନ୍ତ୍ରୀ ବିଜୟରଞ୍ଜନ ସିଂ ବରିହା ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ ଏବଂ ତହସିଲଦାର ସରୋଜିନୀ ପ୍ରଶନ କୁଲୁ,ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦାନକରି କରିଥିଲେ । ବ୍ଲକ ଶିକ୍ଷାଧିକାରୀ ସୁନିଲ ମୁଣ୍ଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇଥିଲେ ଓ ମୁଖ୍ୟ ବକ୍ତା ଥିଲେ ଲକ୍ଷ୍ମୀନାରାୟଣ ଷଡଙ୍ଗୀ ।ରାଜେଶ ଖମାରୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏ ଧାରାବିବରଣୀ ପଠନ କରିଥିଲେ ।ଶେଷରେ ଏବିଇଓ ଜୟକୁମାର ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ, ବ୍ଲକର ଶିକ୍ଷକ,ସିଆରସିସି ଙ୍କ ପ୍ରମୁଖ ସହଯୋଗ  ରହିଥିଲା ।

 

0
0
0
s2sdefault