ହେଡଲାଇନସ୍:

୨୪ତମ ଓଡଗାଁ ବ୍ଲକସ୍ତରୀୟ ବିଜ୍ଞାନମେଳା : ୯୪ଟି ପ୍ରକଳ୍ପରୁ ୯ଟି ଜିଲ୍ଲାସ୍ତରକୁ ମନୋନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ  (ଶ୍ରୀକାନ୍ତ କୁମାର ମିଶ୍ର ):  ଓଡଗାଁ ବ୍ଲକ ସ୍ତରୀୟ ୨୪ତମ ବିଜ୍ଞାନମେଳା ସ୍ଥାନୀୟ କୋମଣ୍ଡ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ  ହୋଇଯାଇଛି । ଏହି ବ୍ଲକର ବିଦ୍ୟାଲୟ ମାନଙ୍କରୁ  ୯୪ଟି ପ୍ରକଲ୍ପ ପ୍ରଦର୍ଶିତ ହୋଇଥିଲା । ସବ୍ଜୁନିୟର ବିଭାଗରେ କୁରାଳ ଜଗୁନାରାୟଣ ନୋଡାଲ ୟୁପିଏସ୍ର ପ୍ରିତମ ପାଣିଗ୍ରାହୀ, ଓଡଗାଁ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଅର୍ଚ୍ଚନା ଦାଶ, ଜୁନିୟର ବିଭାଗରେ ଶରଣକୁଳ ନାରାୟଣ ହାଇସ୍କୁଲର ସୁଦୀପ୍ତା ସାହୁ, କୋମଣ୍ଡ ନୋଡାଲ ସ୍କୁଲର ସ୍ମୃତିପ୍ରଜ୍ଞା ସାହୁ, ରାଧାକାନ୍ତ ବାଳିକା ଉଚ୍ଚବିଦ୍ୟାଳୟର ଗାୟତ୍ରୀ ବେହେରା ଓ ସିନିୟର ବିଭାଗରେ ଭାଲିଆଡିହି ଜନଶକ୍ତି ବିଦ୍ୟାନିକେତନର ଆକାଶ ବିହାରୀ ଜେନା, କୁରୁମ ବାଙ୍କତରା ନୋଡାଲ ହାଇସ୍କୁଲ ରୋହିତ ବରାଡ, ସାକେରୀ ହାଇସ୍କୁଲର ମିତାଲି ନାଏକ ଓ କୋମଣ୍ଡ ହାଇସ୍କୁଲ ସ୍ମୃତିପ୍ରଜ୍ଞା ସାହୁଙ୍କ ଏହିପରି ୯ଟି ପ୍ରକଳ୍ପ ଆସନ୍ତା ୧୨ ଓ ୧୩ତାରିଖରେ ଓଡଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ  ହେବାକୁ ଥିବା ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇଛି । ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଉତ୍ସବରେ ଜିଲ୍ଲାକେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଲୋକନାଥ ସାହୁ, ଜିଲ୍ଲାପରିଷଦ ସଭ୍ୟ ବିଭୂପ୍ରସାଦ ସାହୁ, ସମିତିସଭ୍ୟ ନବକିଶୋର ସେନାପତି, ଏବିଇଓ ସଦାଶିବ ପାତ୍ର, ଦ୍ୱିଜରାଜ ନାୟକ, ଭାଗ୍ୟଲତା ଦାଶ ପ୍ରମୁଖ ଅତିଥିଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସମନ୍ୱୟ ଶିକ୍ଷକ ସଂଘର ସଭାପତି ଦୀନବନ୍ଧୁ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ମହାରଣା ବିବରଣୀ ପାଠ କରିଥିଲେ । ସିଆରସିସି ରଞ୍ଜନ କୁମାର ଦାଶ, ପଂଚାନନ ପଣ୍ଡା, ଯଶୋବନ୍ତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

0
0
0
s2sdefault