ହେଡଲାଇନସ୍:

ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜ୍ଞାନ ସାହିତ୍ୟ ପରିଷଦର ୪୧ତମ ବାର୍ଷିକୋତ୍ସବ

 

ବଲାଙ୍ଗିରରୁ ନିରୋଜ ମିଶ୍ର  - ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ସାହିତ୍ୟ ପରିଷଦର ୪୧ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ୧୩ଟି ବିଦ୍ୟାଳୟରୁ ୩୦ ଜଣ କୁନି ବିଜ୍ଞାନୀଙ୍କ ଦ୍ୱାରା ୩୦ଟି ବିଜ୍ଞାନ ଖେଳନା ପ୍ରଦର୍ଶିତ ହୋଇଥିଲା । ପ୍ରଥମ ଅଧିବେଶନରେ ପରିଷଦର ମୁଖ୍ୟ ସମ୍ପାଦକ ଡ. ଅଭିମନ୍ୟୁ  ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରଫେସର ଡ. ଚନ୍ଦ୍ର କିଶୋର ମହାପାତ୍ର “ଗଣିତରେ କିଛି କିଛି” ବିଷୟରେ ବକ୍ତବ୍ୟ ଉପସ୍ଥାପନ କରିଥିବାବେଳେ ପ୍ରଫେସର ଡ. ପ୍ରସନ୍ନ କୁମାର ମିଶ୍ର “ବିଶ୍ୱ ବ୍ରହ୍ମାଣ୍ଡ ଓ ଆମ ଶୀତ ତାପ ନିୟନ୍ତ୍ରିତ ପୃଥିବୀ” ବିଷୟବସ୍ତୁ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବିଜ୍ଞାନ ଆଲୋଚନା ଚକ୍ରରେ ରାଜ୍ୟ ସ୍ତରରେ ପ୍ରଥମ ହୋଇ ଜାତୀୟ ସ୍ତରକୁ ମନୋନୀତ ହୋଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟ, ଭଏଁଷାର ଅଷ୍ଟମ ଶ୍ରେଣୀ ଛାତ୍ର ଅଭିଳାଷ ପଣ୍ଡାଙ୍କ ଦ୍ୱାରା ସ୍ୱଚ୍ଛ ଭାରତ: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଭୂମିକା, ସମ୍ଭାବନା ଓ ଆହ୍ୱାନ ଶୀର୍ଷକ ସମ୍ବନ୍ଧରେ ୬ ମିନିଟର ଏକ ବକ୍ତବ୍ୟ ଉପସ୍ଥାପନ ହୋଇଥିଲା । କାର୍ଯ୍ୟକ୍ରମକୁ  ପରିଷଦର ସଦସ୍ୟ କୃଷ୍ଣଚନ୍ଦ୍ର ମହାରଣା ସଂଯୋଜନା କରିଥିବାବେଳେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ତରୁଣ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ । ଦ୍ୱିତୀୟ ଅଧିବେଶନର ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଧନଞ୍ଜୟ ମହାପାତ୍ର ଯୋଗ ଦେଇ ବିଜ୍ଞାନ ପାଇଁ ବିଜ୍ଞାନ ସାହିତ୍ୟ ପରିଷଦର ଏତାଦୃଶ କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ପ୍ରଥମ ବୋଲି ଅଭିହିତ କରିଥିଲେ । ସମ୍ମାନୀତ ଅତିଥି ଭାବେ ସମ୍ବଲପୁର ଶାଖାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଜ୍ଞାନିକ ଦିଲିପ କୁମାର ଦାଶ ଯୋଗ ଦେଇ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଗଣିତ ପାଇଁ ଉତ୍ସର୍ଗୀକୃତ ପ୍ରଫେସର ଡ. ଚନ୍ଦ୍ର କିଶୋର ମହାପାତ୍ର ଓ ପଦାର୍ଥ ବିଜ୍ଞାନ ପାଇଁ ଉତ୍ସର୍ଗୀକୃତ  ଡ. ପ୍ରସନ୍ନ କୁମାର ମିଶ୍ରଙ୍କୁ ଉତ୍ତରୀୟ, ମାନପତ୍ର ଓ ରୋପ୍ୟ ଫଳକ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଛାତ୍ର ଅଭିଳାଷ ପଣ୍ଡାଙ୍କୁ ସମ୍ମାନୀତ କରାଯାଇ ପୁରସ୍କୃତ କରାଯାଇଥିଲା । ପରିଷଦର ସଭାପତି ଶିକ୍ଷାବିତ ସନାତନ ଠାକୁର  କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ ।  ପରିଷଦ ତରଫରୁ ବାର୍ଷିକୋତ୍ସବ  ସ୍ୱତନ୍ତ୍ର ସଂଖ୍ୟା “ବିଜ୍ଞାନ ମଧୁପ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ବାର୍ଷିକୋସବ ସ୍ୱତନ୍ତ୍ର ବିଜ୍ଞାନ ମଧୁପ ସମ୍ପର୍କରେ ବିବରଣୀ ପ୍ରଦାନ କରି ଡ. ବି.ଏନ୍. ଶ୍ରୀକାନ୍ତ ନିଜ ବକ୍ତବ୍ୟରେ ଯେଉଁ ଲେଖକ ମାନଙ୍କ ଲେଖନୀ ଯୋଗୁଁ ବିଜ୍ଞାନ ମଧୁପ ସମୃଦ୍ଧ ହୋଇଛି ତାଙ୍କୁ ସ୍ମରଣ କରିବା ଏକ ପବିତ୍ର କର୍ତ୍ତବ୍ୟ ବୋଲି କହିଥିଲେ । ଶେଷରେ ବିଜ୍ଞାନ ମଧୁପ କୁଇଜ୍, ପ୍ରବନ୍ଧ ଓ ତର୍କ ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଷଦର ସଦସ୍ୟା ସୁଚାରୁ ବାଳା ଦେବୀ ସଂଯୋଜନା କରିଥିବା ବେଳେ ବିବରଣୀ ପଠନ କରିଥିଲେ ପରିଷଦର ସମ୍ପାଦକ ଅଚୁ୍ୟତାନନ୍ଦ ଉଦଗାତା । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ  ପୃଥ୍ୱୀରାଜ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ସାଇପଟେଲ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ, ବିଜ୍ଞାନ ପରିଷଦର ସଦସ୍ୟ ଆନନ୍ଦ ବଡପଣ୍ଡା, ଚିତ୍ତ ରଞ୍ଜନ ପଟେଲ, ଜତିନ୍ଦ୍ର ମୋହନ ପାଠୀ, ଗୋଦାବରିଶ ରଥ, ଅଶୋକ ଚରଣ ସେଠୀ,  ପରିତୋଷ ଉଦଗାତା, ଶିବ ପ୍ରସାଦ ତି୍ରପାଠୀ, ସୁନିଲ କୁମାର ପାତ୍ର, ସୁରେନ୍ଦ୍ର କୁମାର ତ୍ରିପାଠୀ, ଦେବବ୍ରତ ରଥ, ବାସନ୍ତି ସାହୁ, ଡ. ସନ୍ଧ୍ୟାରାଣୀ ପଣ୍ଡା, ସରୋଜ କୁମାର ନାୟକ, ଅଙ୍ଗିରା ସାହୁ ତଥା ଅନ୍ୟାନ୍ୟ କର୍ମକର୍ତ୍ତା । ସଦସ୍ୟ ଡ. ଗୋଦାବରିଶ ରଥ ଧନ୍ୟବାଦ ଦେଇଥିଲେ । 

0
0
0
s2sdefault