ହେଡଲାଇନସ୍:

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ -  ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ  ହୋଇ ଯାଇଅଛି । ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦ୍ୱୀପ ପ୍ରଜ୍ୱଳନ ପୁର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଶିଶୁ ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ  କରିଥିଲେ  । ସଙ୍କୁଳ ସଂଯୋଜକ ଯୁବରାଜ ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା କମିଟୀ ସଭାପତି ରୋହିତ ମେହେର ଓ ସମ୍ପାଦକ ଦ୍ୱାଦଶ ପ୍ରଧାନ ଅତିଥି ଭାବରେ ଉପସ୍ଥିତ ଥିଲେ  । ସଙ୍କୁଳର ୯ ଗୋଟି ଶିଶୁମନ୍ଦିରରୁ ୪୫ ଗୋଟି ପ୍ରକଳଗ୍ପ ପ୍ରଦର୍ଶନ କରାଯାଇଥିବା ବେଳେ ପ୍ରଶ୍ନମଂଚ ଓ ପତ୍ରବାଚନରେ ୧୮୧ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ  । କାର୍ଯ୍ୟକ୍ରମକୁ  କଲ୍ୟାଣୀ ଗୁରୁମା ସଂଯୋଜନା କରିଥିବା ବେଳେ ସମାପନ  ହୋଇଯାଇଛି  ।   

0
0
0
s2sdefault