ହେଡଲାଇନସ୍:

ବନ୍ଦର ଚିକିତ୍ସାଳୟ ଦ୍ୱାରା ସଫେଇ  କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

21-05-18-PPT-Hospital.jpg - 107.95 kB

ପାରାଦୀପ(ଉପେନ୍ଦ୍ର ଗୁରୁ) ରବିବାର ସକାଳ ସମୟରେ ପାରଦୀପ ବନ୍ଦର ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରହ୍ଲାଦ ପଣ୍ଡାଙ୍କ ପୁର୍ଣ୍ଣ ତତ୍ତ୍ୱାବଧାନରେ ଡାକ୍ତରୀ ଦଳ ଓ କର୍ମଚାରୀଙ୍କୁ ନେଇ ଚିକିତ୍ସାଳୟ  ବାହ୍ୟ କ୍ଷେତ୍ରରେ ଏକ ସମୁହ ସଫେଇ କାର୍ଯ୍ୟକ୍ରମ ହୋଇଯାଇଅଛି ।  ଉକ୍ତ ସଫେଇ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ଅଭିଯାନର ଏକ ଆଧାର ହେଲେ ମଧ୍ୟ  ଚିକିତ୍ସାଳୟର ଭିତର ଓ ବାହାର ସଦାସର୍ବଦା ସଫା ସୁତରା ରହିବା ମୁଖ୍ୟ ଚିକିତ୍ସାଧିକାରୀଙ୍କ  ସ୍ୱଚ୍ଛତା ହିଁ ପ୍ରମାଣ ଦିଏ । ଡା ପଣ୍ଡାଙ୍କ ସୂଚନା ଅନୁଯାଇ ଚିକିତ୍ସାଳ୍ରର ପରିଷ୍କାର ପରିଛନ୍ନତା ପାଇଁ ଏଭଳି ଅନେକ ସମୟରେ ଅନେକ ଛୁଟିଦିନ ମାନଙ୍କରେ କର୍ମଚାରୀମାନଙ୍କୁ ନେଇ ଅଭିନବ ସଫେଇ କାର୍ଯ୍ୟକ୍ରମ କରିଆସୁଅଛନ୍ତି । ଆଜିର ଏହି ସମୁହ ସଫେଇରେ ମୁଖ୍ୟ ଅଧିକାରୀ ଡା. ପଣ୍ଡାଙ୍କ ସମେତ ଡା. ଡିପ ସେଠୀ  , ଡା. ପାତ୍ର ଓ ବହୁ କର୍ମଚାରୀ ମାନଙ୍କ ଦ୍ୱାରା ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ କର୍ମଚାରୀ ପ୍ରଶାନ୍ତ ଲେଙ୍କା ପରିଚାଳନା କରିଥିଲେ ।   

0
0
0
s2sdefault