ହେଡଲାଇନସ୍:

ବନ୍ଦର ଚିକିତ୍ସାଳୟ ଦ୍ୱାରା ସ୍ୱଚ୍ଛ ଭାରତ ପଖୋଡା ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପାରାଦୀପରୁ ଉପେନ୍ଦ୍ର ଗୁରୁ : ପାରାଦୀପ ବନ୍ଦର ଚିକିତ୍ସାଳୟ ନିୟମିତ ଭାବେ ରୋଗୀ ସେବା, ସରକାରୀ ବ୍ୟବସ୍ଥା ଦ୍ୱାରା ବିଭିନ୍ନ ଟିକା କରଣ ଇତ୍ୟାଦି କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ସ୍ୱଚ୍ଛ ଭାରତ ପଖୋଡା , ଡେଙ୍ଗୁ ସଚ୍ଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ଜାରିରଖିଛି । ଏହି ପରିପ୍ରେକ୍ଷିରେ ଗତ ରବିବାର ସକାଳ ସମୟରେ ବନ୍ଦର ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏକ ସ୍ୱଚ୍ଛ ଭାରତ ପଖୋଡା ଓ ଡେଙ୍ଗୁ ସଚ୍ଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଅଛି । ବନ୍ଦର ଚିକିତ୍ସାଳୟରୁ ଆରମ୍ଭ କରି ଥାନା ନିକଟସ୍ଥ ପ୍ରେସଛକ ଓ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଝାଡୁ, ଝୁଡି, ହାତରେ ଗ୍ଲୋବ୍ସ ଓ ନୋଜ୍ ମାକ୍ସ ବ୍ୟବହାର କରି ଚିକିତ୍ସାଳୟ କର୍ମଚାରୀ ମାନେ ସଫେଇ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡା. ବି.ବି. ଦାସ, ଡା. ଡି.ପି ସେଠୀ କର୍ମଚାରୀ ନିର୍ମଳା ଦ୍ୱିବେଦୀ, ଜମୁନା ଡିର୍କୀ, ପ୍ରଶାନ୍ତ ଲେଙ୍କା, ସନ୍ତୋଷ ବିଶ୍ୱାଳ, ଭବାନୀ ଶଙ୍କର ମହାନ୍ତିଙ୍କ ସମେତ ଚିକିତ୍ସାଳୟ  ବହୁ କର୍ମଚାରୀ ସାମିଲ ହୋଇ ଏହି ସଫେଇ ଓ ସଚ୍ଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମେ ମାସ ୨୦ ତାରିଖରେ ଅନୁଷ୍ଠିତ  ହେବ ବୋଲି ଡା. ପଣ୍ଡା ସୂଚନା ଦେଇଛନ୍ତି । ଏଠାରେ ପ୍ରକାଶ ଥାଉକି ବନ୍ଦର ଚିକିତ୍ସାଳୟ ପୁର୍ବ ସ୍ଥିତ ଠାରୁ ବହୁ ଉନ୍ନତ ମାନର ଯନ୍ତ୍ରାଂସ, ପରିମଳ, ପରିଷ୍କାର ପରିଚ୍ଛନତା ଓ ରୋଗୀ ସେବାରେ କର୍ତ୍ତବ୍ୟନିଷ୍ଠା  ପାଇଁ ସର୍ବସାଧାରଣରେ ପ୍ରସଂଶାର ପାତ୍ର ହୋଇଛି । ତେବେ ପାରାଦୀପ ବନ୍ଦର ଚିକିତ୍ସାଳୟର  ବହୁ ଉନ୍ନତି ହେବା ସହିତ ବନ୍ଦର ପଣ୍ୟ କାରବାରରେ ସର୍ବ ଭାରତୀୟ ସ୍ତରରେ ୨ୟ ସ୍ଥାନ ଅଧିକାର କରିବା ଓ ବନ୍ଦରର ଅଭିବୃଦ୍ଧି ସହିତ ପାରିପାଶ୍ୱିର୍କ ଉନ୍ନତି ଓ କାର୍ଯ୍ୟ ଯେପରି ଆଗେଇ ଚାଲିଛି , ଏ ସମସ୍ତ ଶ୍ରେୟ କେବଳ ଜଣେ ଓଡିଆ ପ୍ରଶାସକ ବଳିଷ୍ଠ  କାର୍ଯ୍ୟ ଦକ୍ଷତା ସମ୍ପନ୍ନ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କର । ସେହିପରି ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହ୍ଲାଦ ପଣ୍ଡା, ଅଧ୍ୟକ୍ଷ ଶ୍ରୀ ରଏଙ୍କର ପରାମର୍ଶ ଅନୁଯାଇ ଚିକିତ୍ସାଳୟର ଉନ୍ନତିକରଣ, ଆଭ୍ୟନ୍ତରୀଣ ଓ ବାହ୍ୟ ପରିମଳ, ପରିସ୍କାର ପରିଚ୍ଛନତା, ଗୁୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଷ ସ୍ଥାପନ, ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଓ ଉନ୍ନତମାନର ରୋଗୀ ସେବା ଉପଲବ୍ଧ କରାଇପାରିଥିବାରୁ ସାଧାରଣରେ ବେସ୍ ପ୍ରଶଂସିତ ହୋଇଛନ୍ତି । 

 

0
0
0
s2sdefault