ହେଡଲାଇନସ୍:

 ଆର୍ଟ ଅଫ୍ ଲିଭିଙ୍ଗର ସ୍ୱେଚ୍ଛାସେବୀ ତାଲିମ ଶିବିର ଏବଂ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଜନ୍ମୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

13-05-18-rabi-w.jpg - 80.02 kB

 

ବଲାଙ୍ଗିର(ନିରୋଜ ମିଶ୍ର)- ଆନ୍ତର୍ଜାତୀୟ ଅନୁଷ୍ଠାନ  ଆର୍ଟ ଅଫ୍ ଲିଭିଙ୍ଗ ମଣିଷ ସମାଜର ଜୀବନ ଶୈଳିରେ ଆନନ୍ଦ ଓ ଖୁସିର ମାଧ୍ୟମ ପ୍ରତିଷ୍ଠାରେ  ସଦା କାର୍ଯ୍ୟରତ । ଏହି କ୍ରମରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆର୍ଟ ଅଫ୍ ଲିଭିଙ୍ଗ ବଲାଙ୍ଗିର ଶାଖା ପ୍ରାୟୋଜିତରେ ଚାରିଦିନ ବ୍ୟାପି ସ୍ୱେଚ୍ଛାସେବୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତିକ ଶିକ୍ଷକ ପ୍ରଭାତ କୁମାର ଶିବିରରେ ଯୋଗଦାନ କରିଥିବା ସ୍ୱେଚ୍ଛାସେବୀ ମାନଙ୍କୁ ଆସନ, ପ୍ରାଣାୟମ, ସାଧନା, ବ୍ୟକ୍ତିତ୍ୱ ବିକାଶର କୌଶଳ, ସମାଜରେ ଆଧ୍ୟାତ୍ମିକ ଶିକ୍ଷାର ଗୁରୁତ୍ୱ, କମୁ୍ୟନିକେସନ ସ୍କିଲ, ଇଣ୍ଟେ୍ରାଟକ, ସମାଜ ପ୍ରତି ସଂସ୍କାର ପ୍ରତିବଦ୍ଧତା ଇତ୍ୟାଦି ବିଷୟରେ ବିଭିନ୍ନ ଖେଳ ଏବଂ ପ୍ରୋସେସ ମାଧ୍ୟମରେ ଶିକ୍ଷା ପ୍ରଦାନ କରିଥିଲେ । ଶିକ୍ଷକ ଡ. ପ୍ରୀତିଶ କୁମାର ମିଶ୍ର, ହରପ୍ରିୟା ମିଶ୍ର, ଅନୁ ଦିଦିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ସନ୍ଧ୍ୟାରେ ଅନୁଷ୍ଠିତ  ହୋଇଥିବା ଗୁରୁଜୀ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଜନ୍ମୋତ୍ସବ  ତଥା ସତସଙ୍ଗ କାର୍ଯ୍ୟକ୍ରମରେ ବଲାଙ୍ଗିର ସହର ତଥା ପଡୋଶୀ ଜିଲ୍ଲାର ଶତାଧିକ ସ୍ୱେଚ୍ଛାସେବୀ ଏବଂ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସହର ତଥା ଉପକଣ୍ଠ ଗ୍ରାମରେ ଜନ ସାଧାରଣ, ବିଦ୍ୟାଳୟ ଛାତ୍ର ଛାତ୍ରୀ, କଲେଜ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟ ରେ ହେପିନେସ ପ୍ରୋଗ୍ରାମ, ଆର୍ଟ ଏକ୍ସେଲ, ୟେସ କୋର୍ସ, ନବ ଚେତନା ଶିବିର ଗୁଡିକ ଅନୁଷ୍ଠିତ  କରିବା ଯୋଜନା ପ୍ରସ୍ତୁତ କରାଯାଇଥିଲା । 

0
0
0
s2sdefault