ହେଡଲାଇନସ୍:

ସଡ଼କ ସୁରକ୍ଷା ସଚେତନତାରେ ସାମିଲ ଟ୍ରାଫିକ୍ ପୁଲିସ-ସାମ୍ବାଦିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

28-04-18-Road-Sefty-week.jpg - 79.82 kB 

ବାଲେଶ୍ୱର,(ଉଜ୍ଜ୍ୱଳ କର) ): ଆଞ୍ଚଳିକ ପରିବହନ ବିଭାଗ ଏବଂ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ମିଳିତ ସହଯୋଗରେ ପାଳିତ ହେଉଥିବା ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ  ଟ୍ରାଫିକ୍ ପୁଲିସ ଓ ବାଲେଶ୍ୱରର ସାମ୍ବାଦିକଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅପରାହ୍ନରେ ଟ୍ରାଫିକ୍ ପୁଲିସ, କର୍ମଚାରୀ ଓ ଷ୍ଟୁଡେଣ୍ଟ ଭଲାଣ୍ଟିୟାର୍ସଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା  ଟ୍ରାଫିକ ଥାନା ପରିସରରୁ ବାହାରି ସହର ପରିକ୍ରମା କରିଥିଲା ।  ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବି ଯୁଗଳ କିଶୋର ପତାକା ଦେଖାଇ ଏହି ଶୋଭାଯାତ୍ରାକୁ ଉଦ୍ଘାଟନ କରିବା ସହିତ ସାମ୍ପ୍ରତିକ ବ୍ୟସ୍ତବହୁଳ ଜୀବନଧାରା ମଧ୍ୟରେ ଟ୍ରାଫିକ୍ ନିୟମ ପାଳନ ଏକାନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ । ସାମାନ୍ୟ ସତର୍କତା ଅବଲମ୍ବନ ନ କରିବା ଫଳରେ ଦୈନିକ ବହୁ ଧନଜୀବନ ନଷ୍ଟ ହେଉଛି । ଆପାତତଃ ଯାନବାହାନ ଚଳାଚଳ ବେଳେ ସ୍ଥିର ମସ୍ତିକର ସହିତ ଟ୍ରାଫିକ୍ ନିୟମ ପାଳନ କରିବାକୁ ଏସପି ଯୁଗଳ କିଶୋର ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ ଏଥିରେ ଯୋଗଦେଇ ୬ ଦିନ ଧରି ଚାଲିଥିବା ସଡ଼କ ସୁରକ୍ଷା ସପ୍ତାହର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପପର୍କରେ ସୂଚନା ଦେଇଥିଲେ । ସଡ଼କ ସୁରକ୍ଷା  କମିଟିର ବରିଷ୍ଠ  ସଦସ୍ୟ ବିପ୍ଳବ କୁମାର ମହାନ୍ତି, ଟ୍ରାଫିକ୍ ଥାନା ସବ-ଇନ୍ସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, ପରିବହନ ବିଭାଗ ଟ୍ରାଫିକ୍ ଇନ୍ସପେକ୍ଟର ସୁଖରାମ ସୋରେନ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଏହି ଶୋଭାଯାତ୍ରା ଟ୍ରାଫିକ୍ ଥାନା ପରିସରରୁ ବାହାରି ସହର ବାଲେଶ୍ୱର ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା ପୂର୍ବକ ପୁନର୍ବାର ଥାନାରେ ପହଞ୍ଚିଥିଲା । ଅନୁରୂପ ଭାବେ ସକାଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରି ଓଟି ରୋଡର  ଫକୀରମୋହନ ଗୋଲେଇ ପର୍ଯ୍ୟନ୍ତ ଯାଇଥିଲା । ବିଭିନ୍ନ ଗଣମାଧ୍ୟମର ବହୁ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ ।

 

0
0
0
s2sdefault