ହେଡଲାଇନସ୍:

ପ୍ରଥମ ଆନ୍ତଜାର୍ତୀୟ କଳା ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମସାମୟିକ ଚିତ୍ରକଳା ଶିବିର ଓ ଶିଶୁ ଚିତ୍ରକଳା ପ୍ରତିଯୋଗିତା 

10-03-dhauli.jpg - 425.82 kB

ଭୁବନେଶ୍ୱର ଧଉଳି •ରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ପ୍ରଥମ ଆନ୍ତର୍ଜାତୀୟ କଳା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଉତ୍ସବ ଅବସରରେ ଏକ ଆନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଓ ୨୨ଜଣ ଜାତୀୟସ୍ତରର ଶିଳ୍ପୀଙ୍କୁ ନେଇ ଏକ ଚିତ୍ରକଳା ଶିବିର ଉଦ୍ଘାଟିତ ହୋଇଛି । ଉଦ୍ଘାଟନୀ ଦିବସରେ ମୁଖ୍ୟଅତିଥି ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଧଉଳି ମହାବିଦ୍ୟାଳୟର ଏଭଳି ପ୍ରଦର୍ଶନୀ ଦ୍ୱାରା ସୃଜନଶୀଳ କଳାର ବିକାଶ ହୋଇପାରିବ ବୋଲି ମତ ପ୍ରକାଶ କରିବା ସହ କୁନି କୁନି ପିଲାମାନଙ୍କ ଚିତ୍ରକୁ ବୁଲି ଦେଖିଥିଲେ । ସମ୍ମାନିତ ଅତିଥି ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ପ୍ରଦୀପ ଜେନା ଓ ଧଉଳି ଗ୍ରାମ ପଞ୍ଚାୟତର ସରପଞ୍ଚ  ପୂର୍ଣ୍ଣିମା ସାହୁ ମହାବିଦ୍ୟାଳୟର ପରିବେଶ ଓ ଶିଳ୍ପୀଙ୍କ ସୃଜନଶୀଳ କଳାକୃତିକୁ ପ୍ରଶଂସା କରିଥିଲେ । ଉତ୍ସବ ଅବସରରେ କୃତୀ ଶିଶୁ ଚିତ୍ରଶିଳ୍ପୀଙ୍କୁ ପୁରସ୍କୃତ କରାଯିବା  ସହ ନିବେଦିତା ମହାପାତ୍ର, ରଞ୍ଜନ ମହାରଣା ଓ ନିଳମଣି ମୁଦୁଲିଙ୍କୁ କଳା ଆଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନ  ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପାଞ୍ଚାନନ ସାମଲ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକାରୀ ସଭାପତି ଡ. ହୃଷିକେଶ ମିଶ୍ରଙ୍କ ପୌରହିତ୍ୟରେ ସମ୍ପାଦକ ମିହିରକାନ୍ତ ପ୍ରହରାଜ ସମ୍ପାଦକୀୟ ଅଭିଭାଷଣ ଦେଇଥିଲେ । ପରେ ପରେ ଓଡ଼ିଶାର ପାରମ୍ପରିକ ଶିଳ୍ପୀ ଅବନ୍ତୀ ମହାରଣାଙ୍କ ଦ୍ୱାରା କାଗଜ ମୁଖା ତିଆରି କର୍ମଶାଳା ଅନୁଷ୍ଠିତ  ହେବା ସହ ସନ୍ଧ୍ୟାରେ ବିଶିଷ୍ଟ ଶିଳ୍ପୀମାନଙ୍କ ସହ ଅନ୍ତରଙ୍ଗ ଆଳାପ ହୋଇଥିଲା । ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ କଳା ଓ କଳାକାର ଶୀର୍ଷକ ଫିଲ୍ମ ପ୍ରଦର୍ଶିତ କରାଯିବ । ଏହି ଉତ୍ସବ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

0
0
0
s2sdefault