ହେଡଲାଇନସ୍:

ଆଜି ବି ମନେପଡନ୍ତି ଶାନ୍ତନୁ ଦା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଶାନ୍ତନୁ ବିଶ୍ୱାଳ , ସମସ୍ତଙ୍କର ପ୍ରିୟ ଶାନ୍ତନୁ ଦା ଓ ଜିଲ୍ଲା ସାରା ସବୁ ଗ୍ରାମରେ ପରିଚିତ ବରଗଡ଼ର ବିଶାଳ ବାବୁ । ଆଜି ଦାଦାଙ୍କ ପ୍ରଥମ ପୁଣ୍ୟତିଥୀ । ଚାହୁଁ ଚାହୁଁ ଗୋଟାଏ ବର୍ଷ ବିତିଗଲା ସମସ୍ତଙ୍କୁ ଛାଡି ଚାଲିଯିବାର |  ସ୍ନେହୀ ଆଉ ଦରଦୀ ମୁରବୀ ତଥା ସାଧାରଣ ମଣିଷର ସ୍ୱର ଭାବେ ପରିଚିତ ଉମେଶ ଦାଙ୍କ ଅବର୍ତ୍ତମାନ ସୃଷ୍ଟି କରିଛି ବିରାଟ ଶୂନ୍ୟତା | ବରଗଡ଼  ଜିଲ୍ଲାର ସାମ୍ବାଦିକ ବନ୍ଧୁ ,ବିଭିନ୍ନ ଅନୁଷ୍ଠାନ ଜିଲ୍ଲାର ସୁଦୂର ଗ୍ରାମାଞ୍ଚଳର ଲୋକେ ଆଜି ବି ଖୋଜୁଛନ୍ତି ତାଙ୍କୁ । ଦାଦା ସବୁବେଳେ ଗରିବ ନିଷ୍ପେସିତ ଲୋକଙ୍କର ହକ ପାଇଁ ନିର୍ଭିକତାର ସହ  ଲେଖୁଥିଲେ। ଆଜି ତାଙ୍କର ପୁଣ୍ୟତିଥୀ ଅବସରରେ କିଛି ସାମ୍ବାଦିକ ବନ୍ଧୁ ଦାଦାଙ୍କ ପ୍ରତି ଜଣାଇଛନ୍ତ ତାଙ୍କ ଭକ୍ତି ଶ୍ରଦ୍ଧାଞ୍ଜଳି |

ଶ୍ରୀ ରମେଶ ବାରିକ, ସାମ୍ବାଦିକ

ହେ ମୋର ପୂଜ୍ୟ ଶାନ୍ତନୁ ଦାଦା !  ମୁଁ ଚିନ୍ତା କରେ ଯେ , ଦାଦାଂକ ଅତି ପ୍ରିୟ ତାଳିକାରେ ମୁଁ ପ୍ରଥମ ହୋଇପାରେ ।ପ୍ରତିଦିନ ମୋ ସହ କଥା ନ କଲେ ,ଉଭୟଂକୁ ଭଳ ଲାଗୁ ନ ଥିଲା । ମୋ ମତରେ ପୁରପଲ୍ଲି ଗଳିକନ୍ଦିରୁ ସହର ପର୍ଯ୍ୟନ୍ତ ସମସ୍ତ ଖବରର ସେ ଥିଲେ ଭାଷାକୋଷ । କୁର୍ଲୁପାଲି ଗାଁରେ ଅତି କମ ଖର୍ଚରେ ଦୁର୍ଗାପୂଜା,ଦୁର୍ଗମ ସୁନାବେଡା ପାହାଡରେ ରହୁଥିବା ଭୁଂଜିଆ ସଂପ୍ରଦାୟର ଜୀବନଚର୍ଯ୍ୟା,କେଉଁ ଗାଁରେ ଅଧିକାଂଶ ବିଧବା ମହିଳା ବସବାସ କରନ୍ତି ,ଦେବଦର୍ହା ମନ୍ଦିର ଠାରେ ଥିବା ବିରଳ ଶ୍ରୀଗଣେଶ ପ୍ରତିମା ,ଝାରବନ୍ଧ ଶିମୁଳିଖୋଲ ଗୁମ୍ଫା ତଳେ ୭ ଦିନ ବ୍ୟାପି ହରିହାଟ ମହୋତ୍ସବ , ଝାରବନ୍ଧ ଲୋକମହୋତ୍ସବ ,ଅଲେଖ ମହିମା ଧର୍ମୀ ସାଧୁସନ୍ଥଂକ ବିଶ୍ବଶାନ୍ତି ଯଗ୍ୟଁ,ଗନ୍ଧମାର୍ଦ୍ଦନ  ପର୍ବତମାଳାରେ ଜଳମହାଦେବ,ଡେବ୍ରିଗଡ , ପ ପଂ ଗା ପାହାଡ ଆଦି ଅନେକ ସ୍ଥାନର ଜନ୍ମ ବୃତାନ୍ତ  ଓ ପରିକଲ୍ପନା ତାଂକ ସୁକ୍ଷ୍ମ ମାନସିକତାର ପରିଚୟ ଦିଏ । ତାଂକର ସ୍ବଦେଶୀ ଚିନ୍ତାଧାରା,ଗ୍ରାମାଂଚଳର ସୁସ୍ଥ ଜୀବନଯାପନ,ବିଲୁପ୍ତ ଖେଳ,ଖାଦ୍ୟପାନୀୟର ପରାମର୍ଶ ସାରା ଜୀବନ ଅପାଶୋରା ହୋଇରହିବ । ହେ ମହାମନିଷୀ ! ତୁମେ ଆମର ପୂଜ୍ୟ !!  ତୁମେ ଅମର  । ଅାଜିର ପବିତ୍ର ତିଥିରେ ଶ୍ରଦ୍ଧାଂଜଳି ଜଣାଉଛି।

ପ୍ରଦୀପ କୁମାର ମହାନ୍ତି (କୁନା), ସାମ୍ବାଦିକ

ଶାନ୍ତନୁ ବିଶ୍ୱାଳଙ୍କ ସହ ଥିଲା ମାମୁଁ ଭଣଜାର ନିବିଡ଼ ସମ୍ପର୍କ, ଆମ ପରିବାରର ସହ ତାଙ୍କର ନିଆରା ସମ୍ପର୍କ ରହିଥିଲା, ସେ ସୁଖ ଓ ଦୁଃଖର ସାଥି ଥିଲେ, ଆମ ଦୁହିଁଙ୍କ କାର୍ଯ୍ୟ ବ୍ୟସ୍ତତା ଥିବା ସତ୍ୱେ ପରସ୍ପର ମଧ୍ୟରେ ଥିଲା ଭାବର ଆଦାନ ପ୍ରଦାନ, ମୁଁ ଯେତେବେଳେ ସାମ୍ବାଦିକତା ଆରମ୍ଭ କଲି ସେତେବେଳେ ମାମୁଁ ଶାନ୍ତନୁ ମୋତେ କହିଥିଲେ ଯେ, ନିରପେକ୍ଷ ଓ ସତ୍ୟତା ସାମ୍ବାଦିକତା ପାଇଁ କେବେବି ପଛ ଘୁଞ୍ଚା ଦେବନି,  ତାଙ୍କର ପ୍ରେରଣା ଆଜି ବି ମୋ ମାନସ ପଟରେ ସ୍ମୃତି ହୋଇ ରହିଛି, ମାମୁଁ ଆଜି ତୁମେ ଆରପାରୀକୁ ଚାଲିଯାଇଛ ବୋଲି ବିଶ୍ଵାସ ଲାଗୁନି, ତୁମେ ଯେଉଁ ରୂପରେ ଥାଅ, ଯେଉଁଠି ଥାଅ ତୁମ ଆତ୍ମାର ସଦଗତି କାମନା କରୁଛି | 

ରଞ୍ଜନ ଦେବତା,ସାମ୍ବାଦିକ

ସେଦିନ ହୋଟେଲ ମା ସାରଳାରେ ସନ୍ଧ୍ୟା ସମୟରେ ସୁଯୋଗ ମିଳିଥିଲା ମୁଁ, କୁନା ଦାଦା ଓ ଶାନ୍ତନୁ ଦାଦା ଏକାଠି ବସି ଚନା ଖାଇବାର ମଜା, ଶାନ୍ତନୁ ଦାଦା କହିଲେ ରଞ୍ଜନ ଚନା ଖାଅ, ଆହୁରି ସେ କହିଲେ ରଞ୍ଜନ ବରଗଡ଼ ଜିଲ୍ଲାର ଲୋକଙ୍କ ସମସ୍ୟା, ଗାଁ ସମସ୍ୟା, ଦୁଃଖୀ ଓ ଭୋକିଲା ଲୋକଙ୍କ ସମସ୍ୟା ନେଇ ବହୁତ ଭଲ ଷ୍ଟୋରୀ କରୁଛ, ଆମ ଜିଲ୍ଲାରେ ଏମିତି କେହି ସାମ୍ବାଦିକତା ଆଜି ଯାଏ କରିନାହାନ୍ତି, ତୁମ ଷ୍ଟୋରୀ ଉପସ୍ଥାପନା ମୋତେ ବହୁତ ଲାଗେ, ଆଗକୁ ଆଗକୁ ମାଡ଼ି ଚାଲ, ମୋର ଆଶୀର୍ବାଦ ରହିଛି ବୋଲି ହସି ହସି କହି ମୋ ପିଠିକୁ ଥାପୁଡ଼େଇଥିଲେ, ଏହା ଥିଲା ଦିବଙ୍ଗତ ଶାନ୍ତନୁ ଦାଦାଙ୍କ ମୋର ଶେଷ ସାକ୍ଷାତ, ଆଜି ସେହି ଅମ୍ଳାନ ସାମ୍ବାଦିକ ବୀର ଶାନ୍ତନୁ ଦାଦାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ, ବିଶ୍ୱାସ ଲାଗୁନି, ହେଲେ ଚିରନ୍ତନ ସତ୍ୟକୁ ସ୍ୱୀକାର କରିବାକୁ ହେବ | 

ଶାସକ ପ୍ରଶାସକ ପରିବାର ତରଫରୁ ଶାନ୍ତନୁ ଦାଦା ଙ୍କର ପୁଣ୍ୟତିଥୀ ରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ମହାପ୍ରଭୁଙ୍କର ନିକଟରେ ତାଙ୍କର ଆତ୍ମାର ସଦଗତି କାମନା କରୁଛୁ ।

 

0
0
0
s2sdefault