ହେଡଲାଇନସ୍:

ଲୋକଙ୍କ ସେବା ପାଇଁ ରାଜନୀତି ଯାହାର ମାଧ୍ୟମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାନସ ମିଶ୍ର


ଆଜି ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ଜନ୍ମ ଦିନ । ଏହି ଉପଲକ୍ଷେ ମନ୍ତ୍ରୀ ଙ୍କର ନିକଟକୁ ବିଭିନ୍ନ ବ୍ୟକ୍ତି ଵିଶେଷ, ସାଧାରଣ ଜନତା ଙ୍କର ଶୁଭକାମନାର ସୁଅ ଛୁଟୁଥିବା ବେଳେ ପଶ୍ଚିମ ଓଡ଼ିଶାର ସାମାଜିକ ଗଣମାଧ୍ୟମରେ ପଶ୍ଚିମ ଓଡ଼ିଶାର  ଏହି ଲୋକପ୍ରିୟ ଯୁବନେରାଙ୍କୁ ମଧ୍ୟ ଶୁଭକାମନାର ସୁଅ ଛୁଟୁଛି ।।
ମାନବ ସେବା ହିଁ ଈଶ୍ୱର ସେବା, ଏଭଳି ମହାନ ସଂକଳ୍ପ ନେଇ ରାଜନୀତିରେ ପାଦ ଦେଇଥିଲେ ପଶ୍ଚିମ ଓଡ଼ିଶାର ହେଭିୱେଟ ନେତା ସୁଶାନ୍ତ ସିଂହ, ଗରିବ ଓ ଦୁଃଖୀ ଲୋକଙ୍କ ସେବା କରି ଶେଷରେ ରାଜନୀତି ଇତିହାସରେ ଜଣେ ଲୋକପ୍ରିୟ ନେତା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି |  1973 ମସିହା ଜୁନ 17ତାରିଖରେ ପିତା ତେଜରାଜ ସିଂହ ଓ ମାତା ସୁରେଶ୍ୱରୀ ସିଂହ ଗର୍ଭରୁ ଜନ୍ମ ହୋଇଥିଲେ ସୁଶାନ୍ତ ସିଂହ, ବାପା ତେଜରାଜ ବିଜେପୁର ବ୍ଲକରେ ସରକାରୀ ଡ୍ରାଇଭର କାମ କରୁଥିବା ବେଳେ ମାଆ ସୁରେଶ୍ୱରୀ  ଗୃହିଣୀ ଥିଲେ |  ସୁଶାନ୍ତଙ୍କ ଜନ୍ମ ପରେ ସୁଦୀପ୍ତ ଓ ସୁବ୍ରତ 2 ଭାଇ ଜନ୍ମଗ୍ରହଣ କରିଥିଲେ, ମାଆ, ବାପା ଆର ପାରିକୁ ଚାଲିଗଲା ପରେ ସୁଶାନ୍ତ ତାଙ୍କ 2 ଭାଇଙ୍କ ସହ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବାଉସେନମୁରା ଗାଁରେ ରହୁଛନ୍ତି |
ବହୁ କଷ୍ଟରେ ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ସୁଶାନ୍ତ ଯୁକ୍ତ 2 ବିଜ୍ଞାନ ବିଭାଗରେ ପାସ କଲା ପରେ ଝାରସୁଗୁଡ଼ା କଲେଜରେ ଯୁକ୍ତ 3 ପାଠ ପଢ଼ିଥିଲେ, ହେଲେ ଭାଗ୍ୟର ବିଡ଼ମ୍ବନା ସେ କୌଣସି କାରଣରୁ ଯୁକ୍ତ ଶେଷ ବର୍ଷ ପରୀକ୍ଷା ଦେଇ ପାରିନଥିଲେ, ଛାତ୍ର ଜୀବନରୁ ସୁଶାନ୍ତ ସମାଜ ସେବା ପ୍ରତି ମନ ବଳାଇଥିଲେ | ଚାଷ କାମ ସାଙ୍ଗକୁ ସୋସିଆଲ ସର୍ଭିସ କରିବାକୁ ସେ ବେଶ ପସନ୍ଦ କରୁଥିଲେ, ଏହାବ୍ୟତୀତ ସେ ସମୟ ପାଇଲେ ପୁସ୍ତକ ପଢ଼ିବା ତାଙ୍କ ନିଶା ଥିଲା, କଲେଜରେ ପାଠ ପଢ଼ୁଥିବା ବେଳେ ସେତେବେଳେ ଜନତା ଦଳର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନୀତି, ଆଦର୍ଶ ସୁଶାନ୍ତଙ୍କୁ ଆକର୍ଷିତ କରିଥିଲା  କରିଥିଲା |  ରାଜନୀତି ଜଗତରେ ପାଦ ଦେବା ପାଇଁ ସୁଶାନ୍ତ ସିଂହ ସ୍ବର୍ଗତ ବିଧାୟକ ମୁରାରୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଗୁରୁ କରି ସେମାନଙ୍କ ଠାରୁ ରାଜନୀତି ଶିକ୍ଷା ଗ୍ରହଣ କରିଥିଲେ, 2009 ମସିହାରେ ପ୍ରଥମ ଥର ପାଇଁ ରାଜନୀତିରେ ଯୋଗ ଦେଇଥିବା ସୁଶାନ୍ତ ସିଂହ 2009 ସାଧାରଣ ନିର୍ବାଚନରେ ବିଜେଡି ଦଳରୁ ଟିକେଟ ଆଣି ନିର୍ବାଚନ ଲଢ଼ିଥିଲେ ଓଂ
ଭଟଲି ବିଧାନସଭା ଆସନରେ କଂଗ୍ରେସ ଦଳର ଟାଣୁଆ ନେତା ଓ ମନ୍ତ୍ରୀ ପ୍ରକାଶ ଦେବତାଙ୍କୁ 4981 ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ, ବାସ ! ସେବେଠାରୁ ଆଉ ପଛକୁ ଫେରି ନାହାନ୍ତି ଯୁବ ବିଧାୟକ ସୁଶାନ୍ତ ସିଂହ, ମା, ମାଟି, ଚାଷୀ, ଗରିବ ଓ ଦୁଃଖୀ ରଙ୍କିଙ୍କ ସେବା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି ସେ, ଏହାପରେ 2014 ମସିହାରେ ପୁଣି ବିଜେଡ଼ି ଦଳ ପକ୍ଷରୁ ତାଙ୍କୁ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରାଯାଇଥିଲା, ଏହି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ସୁଶାନ୍ତ ମିଶ୍ରଙ୍କୁ 37605 ଭୋଟରେ ପରାସ୍ତ କରି ଦ୍ଵିତୀୟ ଥର ବିଧାୟକ ଭାବେ ରାଜମୁକୁଟ ପିନ୍ଧିଥିଲେ, ସୁଶାନ୍ତ ଙ୍କ ପରିଶ୍ରମ ଓ ଲୋକପ୍ରିୟତା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇ ଶକ୍ତି ଓ ଶ୍ରମ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିଲେ, ଏଥର 2019 ମହାଭାରତରେ ପୁଣି ସୁଶାନ୍ତ ସିଂହ ଭଟଲି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିଥିଲେ, ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କୁ 23332 ଭୋଟରେ ପରାସ୍ତ କରି ତୃତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇ ନିଜର ନିଷ୍ଠା, ଦକ୍ଷତା ଓ ଆନୁଗତ୍ୟ ଆଧାରରେ  ନବୀନ ବାବୁଙ୍କ ପଞ୍ଚମ ପାଳି ସରକାରରେ ଗୁରୁତ୍ୱପୂର୍ଣ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ଇଏସଆଇ ବିଭାଗ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି |  ମନ୍ତ୍ରୀ ଶ୍ରୀ ସିଂଙ୍କ ମତରେ ରାଜନୀତି ତାଙ୍କ ପାଇଁ ସମାଜର ତଥା ଲୋକଙ୍କ ସେବା କରିବାର ଏକ ମାଧ୍ୟମ |



0
0
0
s2sdefault