କହିଲେ ରହିବନି, ସହିଲେ ରହିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆହୁତି ମହାନ୍ତି

ଝଗଡା ସମସ୍ତଙ୍କ ଘରେ ହୁଏ | ମୋ ଘରେ ବି ହୁଏ,ଆପଣ ଙ୍କ ଘରେ ବି ହୁଏ | ରାଷ୍ଟ୍ରମୁଖ୍ୟଙ୍କ ଘରେ ବି ହୁଏ,ପ୍ରଧାନଙ୍କ ଘରେ ବି ହୁଏ , ସାଧାରଣ ଗରିବ ଘରେ ବି ହୁଏ | ସ୍ୱାମୀ ଓ ସ୍ତ୍ରୀ ଭିତରେ ଝଗଡା ଲାଗେ, ପୁଣି କିଛି ସମୟ ପରେ ସେ ଝଗଡା ଶାନ୍ତ ହୁଏ। ଭଲ ପାଇବା ଯେଉଁ ଠି ଅଧିକ ଥାଏ,ଛୋଟ ମୋଟ ଝଗଡା ସେଇଠି ହିଁ କିଛି ସମୟ ପାଇଁ ତାର କାୟା ବିସ୍ତାର ଲାଭ କରି ଥାଏ। ହେଲେ ଆମେ ଟିକେ ଅବୁଝା ପଣ ପ୍ରତ୍ୟାହାର କଲେ ଘରୋଇ କଳିକୁ ଏଡାଇପାରିବା | ଆସନ୍ତୁ ଜାଣିବା ଏଭଳି ଝଗଡା କୁ କେମିତି ରୋକିବା।
ଯଦି ସ୍ୱାମୀ ରାଗି ଥିବା ଅବସ୍ଥା ରେ ପାଟି କରୁ ଛନ୍ତି ସ୍ତ୍ରୀ ଟି ଚୁପ ରହି ଯିବା ଆବଶ୍ୟକ ଏବଂ ଯଦି ସ୍ତ୍ରୀ ରାଗି ପାଟି କରୁ ଛନ୍ତି ସ୍ଵାମି ନୀରବ ରହି ଯିବା ଖୁବ ବୁଦ୍ଧିମାନର୍ କାମ।ଅଧିକ କହିଲେ ଝଗଡା ବଢେ କିନ୍ତୁ କମ କହିଲେ ଝଗଡା ତୁଟେ।ସବୁ ଠାରୁ ବଡ ଜିନିଷ ହେଲା ସହନ ଶିଳତା,ଯିଏ ସହି ପାରେ ସିଏ ରହି ପାରେ ଏବଂ ଯିଏ ସହି ନ ପାରେ ସିଏ ରହି ପାରେନା।ଟିକେ ଟିକେ କମ୍ପ୍ର ମାଇଜ୍ ହିଁ ଗୋଟେ ସମ୍ପର୍କ କୁ ଭାଙ୍ଗି ଯିବାରୁ ରକ୍ଷା କରେ।ଯାହା ସହିତ ସାରା ଜିବନ ଆମର ରହିବାର ଅଛି ଆମେ କହିବା କାହିଁକି ଏବଂ ଯେଉଁଠି କହିବାର ଅଛି ସେଇଠି ରହିବାର ପ୍ରଶ୍ନ ଆସିଲା କୋଉଠୁ? ଘରର କଳି ଘରେ ରହିଲେ ଠିକ କିନ୍ତୁ ସେ କଳି ଯେତେ ବେଳେ ଥାନା ପିଣ୍ଡା, କୋର୍ଟ କଚେରି ଯାଇ ଦାଣ୍ଡରେ ପଡି ହାଟ ରେ ଗଡେ ବାହାର ଲୋକ ଆମର ଫାଇଦା ନିଅନ୍ତି।ବାହାର ଲୋକ ଅନ୍ୟର କଳି ରେ ସବୁ ବେଳେ ମଜା ଦେଖନ୍ତି।ତେବେ ସେ ସୁଯୋଗ ଆମେ ଦେବା କାହିଁକି ! ଆରେ ସଂସାର ଭିତରେ ଘର କରି ଥିଲେ ପଥର ପଡିଲେ ସହି | ତେଣୁ ସମ୍ପର୍କ ରେ ଝଡ଼ ଝଞ୍ଜା ଆସିଲେ ଅଭିମାନ୍ ଏବଂ ଜିଦି କୁ ତ୍ୟାଗ କରି ଉଭୟ (ସ୍ୱାମୀ ଓ ସ୍ତ୍ରୀ) ଟିକିଏ ମୁଣ୍ଡ ନଇଁ ସହି ଜାଆନ୍ତୁ,ନିରବ ରହି ଯାନ୍ତୁ | ଦେଖିବେ ସେ ଝଡ଼ ବେଶୀ ଦିନ ପାଇଁ ଆପଣଙ୍କ ଘରେ ବସା ବାନ୍ଧି ରହିପାରିବ ନାହିଁ। ସ୍ୱାମୀ ଯଦି ସ୍ତ୍ରୀ କୁ କିଛି କହି ଦେଲା କିମ୍ବା ସ୍ତ୍ରୀ ଯଦି ସ୍ୱାମୀକୁ କିଛି କହି ଦେଲା କ୍ଷତି କଣ। ଆରେ ନିଜ ଲୋକଟି ତ କହି ଦେଇଛି ନା। ତାକୁ କ୍ଷମା କରି ଦେଇ ଭୁଲି ଯାଆନ୍ତୁ । ତାକୁ ନିଜ କହିବା ପାଇଁ ପଶ୍ଚାତାପ କରିବାର ସୁଯୋଗ ଦିଅନ୍ତୁ | ଅଭିମାନୀ ନ ହୋଇ ସ୍ଵାଭିମାନି ହୁଅନ୍ତୁ । ଘର ଛାଡି ପଳାଇବା ଏବଂ ଛାଡ଼ ପତ୍ର ଦେବା କୌଣସି ସମସ୍ୟାର ଶେଷ ସମାଧାନ ନୁହେଁ। ସମ୍ପର୍କ ଟିଏ ଯୋଡ଼ା ହୋଇଥାଏ ଭାଙ୍ଗି ଦେବା ପାଇଁ ନୁହେଁ | ବରଂ ସମ୍ପର୍କ ଭାଙ୍ଗି ଯାଉଥିଲେ ତାକୁ ରକ୍ଷା କରିବାକୁ ଯୋଡ଼ା ଯାଇଥାଏ। ଭଲ ପାଇବା ଯେଉଁଠି ମାନ ଅଭିମାନ ସେଇଠି। ସେ ଅଭିମାନଙ୍କୁ ବୁଝନ୍ତୁ ଏବଂ ଶ୍ରୀ ଜଗନ୍ନାଥଙ୍କ ପରି ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରନ୍ତୁ। ପତ୍ନୀ ବି ପତିଙ୍କ ମାନ ଭାଙ୍ଗିବାକୁ ଉଦ୍ୟମ କରନ୍ତୁ | ନିଜ ଲୋକ ପରା ସେ, ସମ୍ପର୍କରେ ସହନଶୀଳତା ବଜାୟ ରଖନ୍ତୁ। ମଣିଷ ମାତ୍ରେ ହିଁ ଭୁଲ। ତାଳି ବି ଗୋଟେ ହାତରେ ବାଜେନି | ତେଣୁ ପରସ୍ପରର ଦୋଷ ନଖୋଜି, ଭୁଲ ନଧରି ଓ ଉଦାର ହୃଦୟରେ ପରସ୍ପରର ଭୁଲକୁ ସୁଧାରୀ ହାତ ଧରି ଆଉ ଭରସା ସାଜି ଆଗେଇ ଚାଲିଲେ ଦୁନିଆ ହସି ଉଠିବ |

ତେଣୁ ସୂତା ମାଜିଲେ ସରୁ କଥା ମାଜିଲେ ମୋଟା ପରି ଭୁଲକୁ ଭୁଲ ଭାବିଲେ କ୍ଷତି । ଉଭୟେ ଉଭୟଙ୍କୁ କ୍ଷମା କରି ଦିଅନ୍ତୁ | ଭାବନା କୁ ବୁଝନ୍ତୁ | ଦେଖିବେ ଆପଣଙ୍କ ସଂସାର କେମିତି ପୁଣି ଥରେ ହସି ଉଠୁଛି।

ତେଣୁ କହିଲେ ରହିବନି, ସହିଲେ ରହିବ ସମ୍ପର୍କ |

0
0
0
s2sdefault