ହେଡଲାଇନସ୍:

ଦେଶରେ ହଜି ଗଲାକି ପ୍ରସଙ୍ଗ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାହୁଲଙ୍କ ବାନିୟନ୍ କୁ ନେଇ ଗୋଡ଼ ଟାଣିବା କେତେ ଦୂର ସମୀଚିନ !!

ଆହୁତି ମହାନ୍ତି

ଦେଶରେ ବହୁ ସମସ୍ୟା ଭରପୁର ହୋଇ ରହିଛି। ତେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପରିବା ଠୁ ଆରମ୍ଭ କରି ଅନେକ ଜିନିଷର ଦର ଦାମ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି। ଦେଶରେ ବହୁତ ବଡ଼ ବଡ଼ ସମସ୍ୟା ଥିଲା ବେଳେ ଆମେ କିନ୍ତୁ ଚର୍ଚ୍ଚା କଣ କରୁଛେ ଯେ ରାହୁଲ ଙ୍କ ବାନିୟନ୍ ର ମୂଲ୍ୟ କେତେ?ଜଣେ ଲୋକ ପ୍ରତିଦିନ 20 କିମି ଚାଲିବ,ଭାରତ ଯୋଡ଼ ବୋଲି ସ୍ଲୋଗାନ ଦେଉଛି | ଯେତେବେଳେ ଧର୍ମ, ଜାତି, ସମ୍ପ୍ରଦାୟ ଆଧାରରେ ଅନ୍ୟ କିଛି ଲୋକ ଦେଶକୁ ଭାଗ ଭାଗ କରିବାରେ ଚାହୁଁଛନ୍ତି ସେତେବେଳେ ଜଣେ ଲୋକ ଦେଶକୁ ଯୋଡିବା ପାଇଁ କୋଡିଏ କିଲୋ ମିଟର ପ୍ରତ୍ୟେକ ଦିନ ଚାଲୁଛି |
ଆମେ ସାଧାରଣତ ପ୍ରାତ ଭ୍ରମଣ କ୍ଷେତ୍ରରେ ଗୋଟେ କିମି ବା ଅତିବେଶୀରେ ଦି ଚାରି କିମି ଚାଲିଲେ ଅବସ୍ଥା ଖରାପ ହେଇ ଯାଉ ଥିଲା ବେଳେ ରାହୁଲ ଯଦି 20 କିମି ଚାଲୁଛନ୍ତି ତାଙ୍କୁ ପ୍ରଶଂସା ନ କରି ନକରାତ୍ମକ ଢଙ୍ଗରେ ତାଙ୍କ ବାନିୟନ୍ କୁ ନେଇ ଚର୍ଚ୍ଚା ହେବା ପୁଣି କାଲି ତାଙ୍କ ଜୋତା କି ଛତା ବିଷୟରେ ଚର୍ଚ୍ଚା ହେବା କେତେ ଦୂର ଠିକ। ଆମପାଖରେ ବା ଦେଶ ଆଗରେ କଣ କିଛି ସମସ୍ୟା ବା ପ୍ରସଙ୍ଗ ଆଲୋଚନା ପାଇଁ ନାହିଁ !! ଅବଶ୍ୟ ଆମେ ମାନେ ରଖିବା ଉଚିତ ଯେ, ଯେତେବେଳେ ଆମେ କାହାକୁ ଢେଲା ଫୋଫାଡୁଛେ ଆମେ ସେତେବେଳେ ଭୁଲି ଯାଉଛେ କାହିଁକି ଯେ ଆମ ଆଡେ ସେ ଟେକା କେତେବେଳେ ଆସିବ ବୋଲି।
ରାହୁଲ ଯେଉଁ ଡ୍ରେସ ପିନ୍ଧିଛନ୍ତି ତାହା ବହୁତ ବେଶୀ ଦାମର ନ ହେଲେବି ବିଜେପି ଚାରିଆଡେ ଏକଥା କହି କହି ହୁଇସିଲ ମାରି କିଳାକୁ ନେବାରେ ଲାଗିଛି। ତାପରେ ମୋଦିଙ୍କ ପରି ରାହୁଲ କେବେ କହି ନାହାନ୍ତି ଯେ ମୁଁ ଗରିବ ଘର ପିଲା କି ଚା ବିକାଳୀ ପରିବାରରୁ ଆସିଛି ବୋଲି। ସେ ଖାନଦାନି ପରିବାରରୁ ଆସିଛନ୍ତି ,ଯଦିଓ ସେ ବାନିୟନ୍ ର ମୂଲ୍ୟ 40,000 ନୁହେଁ ଏବଂ 6000 ଟଙ୍କା ବାନିୟନ୍ କୁ 40,000 ଦର୍ଶାଯାଇଛି ତେବେ 40,000 ବାନିୟନ୍ ବି ତାଙ୍କ ପାଇଁ କିଛି ନୁହଁ।ସେ ରାଜନୈତିକ ପରିବାରର ସଦସ୍ୟ ହୋଇ ଥିବାରୁ ଦୀର୍ଘଦିନ ଧରି ତାଙ୍କ ପରିବାରର ମଧ୍ୟ ଏକ ଆଭିଜାତ୍ୟ ରହିଛି। ଯିଏ ନିଜକୁ ଚା ବାଲା ଏବଂ ଗରିବ ବୋଲି ଜନତାଙ୍କୁ ଆଇମା ଗପ ପେଡି ଶୁଣାଉଥିବ ଏବଂ ପ୍ରତିଦିନ ସେ ଯଦି ଲକ୍ଷ ଲକ୍ଷ ଟଙ୍କାର ସୁଟ ବୁଟ ପିନ୍ଧୁ ଥିବ ତାହେଲେ ତାଙ୍କୁ କଣ କୁହାଯିବ। ତାପରେ ଯିଏ ଶାସନରେ ଥାଏ ତାଙ୍କୁ ନେଇ ଚର୍ଚ୍ଚା କରାଯିବା ଉଚିତ | ସରକାରଙ୍କ ଓଷା ତ୍ରୁଟିକୁ ନେଇ ଆଲୋଚନା ହେବ ଉଚିତ, କ୍ଷମତାରେ ବିଜେପି ଥାଉ କି କଂଗ୍ରେସ | କିନ୍ତୁ ଯିଏ ବିରୋଧରେ ଥିବ ଏବଂ ଦେଶ ପାଇଁ ଲଢୁ ଥିବ ବା ଲୋକଙ୍କ ସମସ୍ୟାକୁ ଉତଥାପିତ କରୁଥିବ, ତାଙ୍କୁ ନେଇ ସମାଲୋଚ଼ନା କରିବା କେତେ ଯୁକ୍ତିଯୁକ୍ତ।
ଜାତୀୟ ଗଣମାଧ୍ୟମ ଚୁପ ରହିବା ର ରହସ୍ୟ ଜନକ ନୀରବତାର କାରଣ କଣ? କୌଣସି ପ୍ରସଙ୍ଗରେ ଯଦି କଂଗ୍ରେସ ଚୁପ ରହିଥାଏ ତେବେ ଜାତୀୟ ଗଣ ମାଧ୍ୟ୍ୟମ ପ୍ରଶ୍ନ କରିଥାଏ ବିରୋଧୀ କୁଆଡେ ଗଲେ? କିନ୍ତୁ ଏବେ ବିରୋଧୀ ଯେତେବେଳେ ଦୃଢ଼ ହୋଇ କାର୍ଯ୍ୟ କରୁଛନ୍ତି ସେତେବେଳେ ଜାତୀୟ ଗଣ ମାଧ୍ୟମ କଣ ପାଇଁ ଚୁପ ରହିଛନ୍ତି ! କୌଣସି ଜାତୀୟ ଗଣମାଧ୍ୟମ କାହା ଚାପରେ ନା କାହା ଭୟରେ ନା କାହା ଠୁ ଅଧିକ ବିଜ୍ଞାପନ ପାଇଁ ଚୁପ ମାରି ବସିଛି ! କିନ୍ତୁ ଧନ୍ୟଵାଦ ଦେବି ଓଡିଶା ଗଣମାଧ୍ୟମ କୁ କାରଣ ଜାତୀୟ ଗଣମାଧ୍ୟମ ଭଳି ସେ କାହା ଚାପରେ ସେ ବଶୀଭୂତ ହେଉନାହିଁ। ରାହୁଲ ଗାନ୍ଧି ଯେତେବେଳେ କୌଣସି ଭଲ କାମ କରୁଛନ୍ତି ବା ଦେଶର ହିତ ପାଇଁ ଯେତେ ବଡ଼ ଯାତ୍ରା ଟିଏ କରିଲେ ମଧ୍ୟ ସବୁ ଜାଣି ନ ଜାଣିଲା ପରି ଜାତୀୟ ଗଣ ମାଧ୍ୟମଙ୍କ ପକ୍ଷପାତିତା କୋଉଠି କୋଉଠି ଗଣତନ୍ତ୍ର ରେ ପ୍ରଶ୍ନବାଚୀଟିଏ ସୃଷ୍ଟି କରିଛି | କିନ୍ତୁ ଘୋର ପରିତାପର ବିଷୟ ଯେ ଯଦି ଭୁଲବଶତଃ କୌଣସି କାରଣରୁ ରାହୁଲଙ୍କ ସ୍ଲିପ ଅଫ ଟଙ୍ଗ ହୋଇଯାଉଛି କିମ୍ବା କିଛି ଭୁଲ ଭଟକା କରି ପକାଉଛନ୍ତି ତେବେ ପପୁଙ୍କ ପିଲାଳିଆମି ଯାଇ ନାହିଁ କହି ବିଭିନ୍ନ ନକାରାତ୍ମକ ଢଙ୍ଗ ରେ ଖବର ପରିବେଷଣ କରି ଜାତୀୟ ଗଣମାଧ୍ୟମ ତାର ମଜା ନେଉଛି। ରାହୁଲ କେବେ କହି ନାହାନ୍ତି ଯେ ଭାରତ ବର୍ଷ କୁ ଆମେ ଟୁକୁଡା ଟୁକୁଡା କରିବା। ତେଣୁ ଖବର ଏକ ପାଖିଆ ନ କରି ଜାତୀୟ ଗଣ ମାଧ୍ୟମ କୁ ମୋର ଅନୁରୋଧ ନିୟୁଜ ପରିବେଷଣ ରେ ନିରପେକ୍ଷତା ବଜାୟ ରଖନ୍ତୁ। ଯେଉଁ ପ୍ରସଙ୍ଗ ରେ କିଛି ପ୍ରାସଙ୍ଗିକତା ନାହିଁ ସେ ଭଳି ପ୍ରସଙ୍ଗକୁ ଚର୍ଚ୍ଚାରେ ରଖି ବିଜେପି ଦିନକୁ ଦିନ ଶସ୍ତା ଲୋକ ପ୍ରିୟତା ହାସଲ ହାସଲ କରିବାକୁ ଚେଷ୍ଟା କରୁଛି ବୋଲି ରାଜନୈତିକ ସମୀକ୍ଷକ ମାନେ ଆଲୋଚନା କରୁଥିବା ବେଳେ ବିଜେପିର ଏପରି ପଦକ୍ଷେପ କେତେବେଳେ ବୁମେରାଙ୍ଗ ହେବାର ଆଶଙ୍କା ଏଡ଼ାଇଦେଇ ହେବନି ବୋଲି ମତବ୍ୟକ୍ତ କରୁଛନ୍ତି |
ଓଡିଶା ଗଣମାଧ୍ୟମକୁ ମୁଁ ଏଇଥି ପାଇଁ ପ୍ରଶଂସା କରୁଛି ଯେ ନିକଟରେ ଅମିତ ସାହ ଗସ୍ତ କରିଥିବା ବେଳେ ତାଙ୍କ କାର୍ଯ୍ୟକ୍ରମକୁ ଭଲଭାବେ ଦେଖାଇଥିଲେ | ଓଡ଼ିଶାର ସମସ୍ତ ଚ୍ୟାନେଲ୍ ଦିନ ଯାକ ଅମିତ ସାହା ଙ୍କ ଗସ୍ତ କାର୍ଯ୍ୟ କ୍ରମ ଦେଖାଇ ଥିଲେ। ସେ ସକାଳେ କଟକ ର ହରେକୃଷ୍ଣ ମହତାବଙ୍କ ପ୍ରଜାତଂତ୍ର କାର୍ଯ୍ୟ କ୍ରମ ହେଉ କିମ୍ବା ଦିପ୍ରହରରେ ବିଜେପି ପାଟି ଅଫିସ କାର୍ଯ୍ୟକ୍ରମ ହେଉ କିମ୍ବା ସଂଧ୍ୟା ରେ ସ୍ଵସ୍ତି ପ୍ରିମିୟମ୍ ରେ କାର୍ଯ୍ୟକ୍ରମ ହେଉ ସବୁ ଯାକ ବହୁତ ଭଲ ଭାବରେ ଦେଖାଇଥିଲେ।
ଯେମିତି ବିଜେପି ର ବରିଷ୍ଠ ନେତାଙ୍କ କାର୍ଯ୍ୟ କ୍ରମକୁ ଭଲ ଭାବରେ ଦେଖାଉଛନ୍ତି , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ କାର୍ଯ୍ୟକ୍ରମକୁ ଭଲ ଭାବେ ସ୍ଥାନିତ କରିଛନ୍ତି | ନବୀନ ବାବୁ ଯେତେ ବେଳେ ଦିଲ୍ଲୀରେ ପୁରସ୍କାର୍ ପାଇଥିଲେ ତାଙ୍କୁ ଦିଲ୍ଲୀ ପ୍ରତିନିଧି ବି ଦେଖାଇଥିଲେ ଏବଂ ଭୁବନେଶ୍ଵରେ ଯେତେ ବେଳେ ପହଁଚିଲେ ରାଜ୍ୟ ଗଣ ମାଧ୍ୟମ ମଧ୍ୟ ଦେଖାଉ ଥିଲେ। ଏସବୁ ଘଟଣା କୁ ଦୃଷ୍ଟି ପକାଇଲେ ଆଶ୍ଚର୍ଯ୍ୟ ଲାଗୁଚି ରାହୁଲ ଗାନ୍ଧି ଦେଶବାସୀ ଙ୍କ ସ୍ଵାର୍ଥ ପାଇଁ ଭାରତ ଯୋଡ଼ ଅଭି ଯାନର ଆୱାଜ୍ ଶାଣିତ କରି ଥିଲା ବେଳେ ଜାତୀୟ ଗଣମାଧ୍ୟବ ଙ୍କ ପକ୍ଷପାତିତା ନୀତି ଦେଖି।
ଏବେ ପ୍ରଶ୍ନ ଉଠୁଛି ଜାତୀୟ ଗଣ ମାଧ୍ୟମ ର ଗତି କୁଆଡେ ଯାଉଛି ! ସେମାନେ କର୍ପୋରେଟ ହାଉସ୍ ଦ୍ଵାରା ନିୟନ୍ତ୍ରିତ ହେଉଛନ୍ତି ନା କାହା ଚାପରେ ଚେପା ହେଉଛନ୍ତି ! ସେମାନଙ୍କୁ ବିଭିନ୍ବ ତଦନ୍ତ ଯଥା ଇଡି ର ଭୟ ଦେଖାଇ ଚୁପ କରେଇ ଦିଆ ଯାଉଛି ନା ସେମାନେ ଜାଣି ଜାଣି ଏ ପ୍ରକାର ଏକ ଗୁରୁତ୍ୱ ପୂର୍ଣ୍ଣପ୍ରସଙ୍ଗକୁ ଅଦୃଷ୍ଟ କାରଣ ପାଇଁ ଦେଖି ମଧ୍ୟ ନ ଦେଖିଲା ପରି ଚୁପ ରହୁ ଛନ୍ତି ! ବିରୋଧୀ ଦଳ ପ୍ରତି ଜାତୀୟ ଗଣ ମାଧ୍ୟମ ଙ୍କ ଏ ପ୍ରକାର ବୈମାତୃକ ମନୋଭାବ କୋଉଠି ନା କୋଉଠି ଏକ ପ୍ରଶ୍ନବାଚି ସୃଷ୍ଟି କରୁଛି ଏବଂ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି | ବିରୋଧୀ ଦଳଙ୍କ ପ୍ରତି ଜାତୀୟ ଗଣମାଧ୍ୟମର ଏ ପ୍ରକାର ପକ୍ଷପାତିତା ଆଗାମୀ ଦିନରେ ଗଣତନ୍ତ୍ର ପ୍ରତି ଏକ କୁଠାରାଘାତ ନୁହେଁକି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବି ଯେତେ ବେଳେ ଆସୁ ଛନ୍ତି ରେଳର ଉଦ୍ଘାଟନ ହେଉକି କିମ୍ବା ଟ୍ରେନରେ କୋରାପୁଟ ଗସ୍ତ ତାଙ୍କର ହେଉ କିମ୍ବା ବାଲେଶ୍ଵରୁ ନୀଳଗିରି ନୂଆ ରେଳ ପଥ ପାଇଁ ଯେତେ ବେଳେ ଯାଇଥିଲେ ଓଡିଶା ଗଣ ମାଧ୍ୟମ ଓ ଜାତୀୟ ଗଣ ମାଧ୍ୟମ ତାହା ମଧ୍ୟ ଦେଖାଉ ଥିଲେ | କିନ୍ତୁ ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗରେ ଜାତୀୟ ଗଣ ମାଧ୍ୟମର ପାତର ଅନ୍ତର ମନୋଭାବ ସାରା ଦେଶରେ ଆଗାମୀ ଦିନରେ ଏକ ଜନ ଆନ୍ଦୋଲନ ସୃଷ୍ଟି କରିବନି ତ ବୋଲି ବୁଦ୍ଧିଜୀବୀ ରାଜନୈତିକ ସମୀକ୍ଷକ ମାନେ ଚର୍ଚ୍ଚା କରୁଛନ୍ତି।

 

0
0
0
s2sdefault