ହେଡଲାଇନସ୍:

ନାରୀଟିଏ ସ୍ୱାଧିନରେ  ବଞ୍ଚିରହୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସାବିତ୍ରୀ' ଗୋଟେ ନାରୀର ଡାକ ନା ହୋଇପାରେ,ଗୋଟେ ନାରୀ ଏ ସମାଜକୁ ଭେଟି ଦେଉଥିବା ତା ସତୀତ୍ୱର ପ୍ରମାଣ ହୋଇପାରେ , ଗୋଟେ ନାରୀ ସ୍ୱାମୀ ସ୍ତ୍ରୀର ସମ୍ପର୍କକୁ ଦୀର୍ଘାୟୁ,ଓ ସୁଖଦ କରିବାର ଗୋଟେ ପ୍ରାର୍ଥନାର ଅଭିବ୍ୟକ୍ତି ହୋଇପାରେ ,କିମ୍ବା ମନର ମଣିଷ ପ୍ରତି ଥିବା ଢେର୍ ସାରା ଭଲପାଇବାର ଏକ ଚିନ୍ତା,ଚେତନା ହୋଇପାରେ କିନ୍ତୁ କୌଣସି ବ୍ୟବସ୍ଥା  ଭିତରେ ନାରୀକୁ ବାଧ୍ୟ କରିବାର କଳାତ୍ମକ କୌଶଳ ସାବିତ୍ରୀ  ନୁହେଁ ।

 ମୁଁ ଜାଣିନି ଏଠି ନାରୀ ଟିଏ କେମିତି ହସିବା କଥା ,କିନ୍ତୁ ଏତିକି ନିଶ୍ଚୟ ଜାଣିଛି  ପୁରୁଷ ପରି ଜଣେ ନାରୀର  ବି ଏ ସାମାଜରେ ବଞ୍ଚିବାର ଅଧିକାର ଅଛି । ପୁରୁଷ ପରି ନାରୀ ର ବି ଅଧିକାର ଅଛି ହସିବାର କାନ୍ଦିବାର ,ପ୍ରତିବାଦ କରିବାର ।

ଆମେ ଯଦି ଦେଖିବା ଆମ ସମ୍ବିଧାନର ପୃଷ୍ଠା, ତେବେ  ଲେଖା ନାହିଁ ଯେ ଅଠର ବର୍ଷ ପୂର୍ବରୁ ବାପା ଟିଏ  ଝିଅକୁ ବାଧ୍ୟ କରି କେଉଁ ପୁରୁଷ ହାତରେ ଟେକିଦେବ ଏବଂ ଅଠର ବର୍ଷ ପରେ ବି କୌଣସି ବାପା, ଭାଈର ଅଧିକାର ନାହିଁ ଯେ ଝିଅର  ଇଚ୍ଛା ବିରୋଧରେ    ଝିଅର ବାହାଘର କରାହେବ । ଏମିତି ଏଠି କୌଣସି ସ୍ୱାମୀର ବି ଅଧିକାର ନାହିଁ ବିନା ଇଚ୍ଛାରେ ସ୍ତ୍ରୀ ସହିତ ଶାରିରୀକ ସଂମ୍ପର୍କ ରଖିବ ।

ସମୟ ବଦଳିଛି , ସତୀଦାହ ପ୍ରଥା ଠାରୁ ଆରମ୍ଭ କରି ତିନି ଥର ତଲାକ୍ କହି ସ୍ତ୍ରୀକୁ ଛାଡପତ୍ର ଦେବାର ନିୟମ ବି ନୟନ୍ତ୍ରଣ ହୋଇସାରିଛି । ନାରୀକୁ ଶକ୍ତ , ସବଳ , ରୋଜଗାରକ୍ଷମ କରିବା ପାଇଁ ଅନେକ ଗୁଡିଏ ଯୋଜନା ହେଉଛି ତଥାପି କମିବାର ନାଁ ନେଉନି ନାରୀ ନିର୍ଯାତନା , କମୁନି ଆତ୍ମହତ୍ୟା ପରି ଜଘନ୍ୟ ଅପରାଧ ।

ତେବେ  ଆଜିକା ଦିନରେ ନାରୀ ମୁକ୍ତିର ସ୍ଲୋଗାନ କଣ ପାଇଁ ??ଏତେ ପାଠ ପଢି ସାର୍ଟିଫିକେଟ ସାଇତି ରଖିବାର ମାନେ କଣ ?? କେବଳ ଭଲ ବର ପାତ୍ର ଟିଏ ପାଇଁ ??  ପିଲା ଜନ୍ମ କରିବା ପାଇଁ ନା ନିଜ ଭିତରେ ବାରମ୍ବାର ମରିବା ପାଇଁ ??  ସତରେ ଏ ସବୁ ପାଠ, ଏ ସବୁ  ସାର୍ଟିଫିକେଟ କଣ ସାଇତିବା କେବଳ ଆତ୍ମହତ୍ୟା କରିବା ପାଇଁ  ??

ସେ କି ସାଟିଫିକେଟ ଯିଏ ପଢେଇ ପାରିନି ସମ୍ବିଧାନର ପୃଷ୍ଠା , ସେ କି ପାଠ ଯିଏ ଶିଖେଇ ପାରିନି ଆତ୍ମରକ୍ଷା ର କୌଶଳ , ସେ କି ପାଠ ଯିଏ ବୁଝେଈ ପାରିନି ସମାଜ ସଂସ୍କାର ନିତିନିୟମଠୁ ଉର୍ଦ୍ଧ୍ବ ରେ ଥିବା ଜୀବନର ମୂଲ୍ୟ ।

            ଡଃ କ୍ଷୀରୋଦିନୀ ବେହେରା (ସ୍ୱପ୍ନା),ଭୁବନେଶ୍ୱର

ସରକାର କେବଳ ଯୋଜନା କରିଦେଲେ ସବୁ ସମସ୍ୟାର ସମାଧାନ ହେବନି , ଯୋଜନା କମ୍ କରନ୍ତୁ କିନ୍ତୁ କେମିତି ଅଧିକା କାର୍ଯ୍ୟକାରୀ ହୋଇପାରିବ ତା ଉପରେ ଧ୍ୟାନ ଦିଅନ୍ତୁ ।  ଚିଠା ପ୍ରସ୍ତୁତ କରନ୍ତୁ ,ସଠିକ ତଦାରଖ କରନ୍ତୁ । ନ ହେଲେ ଆଗ ପରି ଏବେ ବି ସେଇ କଥା ନାରୀ କୁ ଅସ୍ତ୍ର କରି ପୁରୁଷ ଟିଏ ରାଜୁତି କରିବ ଆଉ ନାରୀ ସବୁବେଳେ ସୀତା ପରି ଅଗ୍ନି ପରୀକ୍ଷା ଦେବାକୁ ବାଧ୍ୟ ହେବ । ପାଞ୍ଚାଳି ପରି କୁରୁସଭା ମଧ୍ୟେ ଖୁବ୍ ଅସହାୟ ଭାବେ ବାରମ୍ବାର ଇଚ୍ଛା ପୋଷଣ କରିବ ଏକ ଭୟଙ୍କର କୁରୁକ୍ଷେତ୍ର ଯୁଦ୍ଧର ।

ଯେତେବେଳେ ଅସହାୟ ନାରୀଟିଏ କୁରୁକ୍ଷେତ୍ର ଯୁଦ୍ଧର ଇଚ୍ଛା ପୋଷଣ କରେ ସେତେବେଳେ ରକ୍ତାକ୍ତ ହୋଇଯାଏ ଗୋଟେ ପରିବାର, ଭୁଷୁଡ଼ି ପଡେ ଗୋଟେ ରାଷ୍ଟ୍ର , ଏବଂ ଧ୍ୱଂସ ହୋଇଯାଏ ଗୋଟେ ସମାଜ, ଛାର୍ ଖାର୍ ହୋଇଯାଏ ଗୋଟେ ପୃଥିବୀ । ତେଣୁ ନାରୀକୁ ସୁଯୋଗ ନୁହେଁ ଏକ ବିଶ୍ୱାସ ଦିଆଯାଉ ଯେଉଁ ବିଶ୍ୱାସ ଦିନେ ଗଢି ପାରିବ ଏକ  ପ୍ରେମମୟ ପୃଥିବୀ । 

 

 

0
0
0
s2sdefault