ହେଡଲାଇନସ୍:

ପଶ୍ଚିମ ଓଡ଼ିଶାର ଗଣପର୍ବ : ନୂଆଁଖାଇ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

     ଭାରତ ଏକ କୃଷି ପ୍ରଧାନ ଦେଶ । କୃଷିକୁ ଆଧାର କରି ଭାରତ ବର୍ଷରେ ଏକ ସମୃଦ୍ଧ ସଭ୍ୟତା ଗଢ଼ି ଉଠିଛି । କେଉଁ ଆବାହମାନ କାଳରୁ ଭାରତ ବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣି ମଧ୍ୟରେ ନବାନ୍ନ ପରମ୍ପରା ମହାନ ପର୍ବ ଭାବରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରି ଆସିଛି । ଭାରତ ବର୍ଷରେ ବିଭିନ୍ନ ପ୍ରାନ୍ତରେ ନୂଆଁ ଶସ୍ୟ ପୂଜାର ପରମ୍ପରା ଦୃଷ୍ଟିଗୋଚର ହେଉଥିଲେ ମଧ୍ୟ ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ ଏହି କୃଷିଭିତ୍ତିକ ପର୍ବ "ନୂଆଁଖାଇ" ନାମରେ ପାଳିତ ହୋଇଆସୁଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ପର୍ବ ଏକ ନିର୍ଦ୍ଦିଷ୍ଟ ସମୟରେ ପାଳନ କରାଯାଏ, ଯାହାକୁ ଲଗ୍ନ କୁହାଯାଏ । 

       

ଦେବାଶିଷ ପଟ୍ଟନାୟକ, ପଦ୍ମପୁର

ଜନଶ୍ରୁତି ଅନୁସାରେ ଦ୍ୱାଦଶ ଶତାବ୍ଦୀରେ ପାଟନା ରାଜ୍ୟ ବର୍ତ୍ତମାନ ବଲାଙ୍ଗୀରର ଚୌହାନ ବଂଶର ରାଜା ରମାଇଁ ଦେଓଙ୍କ ସମୟରୁ ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶା ମୁଖ୍ୟତଃ ଏକ ଶକ୍ତିପୀଠ ହୋଇଥିବାରୁ ନୂଆଁ ଅନ୍ନ ପ୍ରଥମେ ମା'ସମଲେଶ୍ବରୀ(ସମ୍ବଲପୁର), ମା'ସୁରେଶ୍ୱରୀ(ସୋନପୁର), ମା'ପାଟଣେଶ୍ୱରୀ(ବଲାଙ୍ଗୀର), ମା'ମାଣିକେଶ୍ୱରୀ(କଳାହାଣ୍ଡି) ଓ ଅନ୍ୟାନ୍ୟ ଗ୍ରାମଗୁଡ଼ିକର ଆରାଧ୍ୟ ଗ୍ରାମଦେବୀଙ୍କ ଠାରେ ପ୍ରଥମେ ନବାନ୍ନ ଅର୍ପଣ କରାଯାଇଥାଏ । କୁରେଇ ପତ୍ରର ଦନା ମୁଖ୍ୟତଃ ଏହି ପର୍ବରେ ବ୍ୟବହାର କରାଯାଏ । ଏହି ସମସ୍ତ ପୀଠରେ ଅନ୍ନ ଅର୍ପଣ ପରେ ଘରର ସମସ୍ତ ସଦସ୍ୟ ଏକାଠି ବସି ନୂଆଁ ଅନ୍ନ ଖାଇଥାନ୍ତି ଓ ଖାଇସାରିବା ପରେ ବଡ଼ଲୋକଙ୍କୁ ସମସ୍ତେ ମୁଣ୍ଡିଆ ମାରି ବା ପାଦଛୁଇଁ ଜୁହାର କରିଥାନ୍ତି । ସଂଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ତଥା ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ପର୍ବ ସମାଜ ପାଇଁ ସ୍ନେହ, ଶ୍ରଦ୍ଧା, ଭକ୍ତି, ଆନ୍ତରିକତା ଓ ସଂହତିର ବାର୍ତ୍ତା ପ୍ରଦାନ କରିଥାଏ ।

0
0
0
s2sdefault