ହେଡଲାଇନସ୍:

ପୋଲିସର ଭାବମୂର୍ତ୍ତି କେବେ ସୁଧୁରିବ ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହେଲମେଟ ଯାଞ୍ଚ ପୋଲିସର  ଆକ୍ରୋଶ ଶିକାର ହେଲେ ଯୁବ ଇଂଜିନିୟର ।

ଭୁବନେଶ୍ୱର(ଶାସକ ପ୍ରଶାସକ)  ଝାରସୁଗୁଡା ଜିଲ୍ଲା ରେ ଗତ ୨ଦିନରେ ପୃଥକ ପୃଥକ ଘଟଣାରେ ପୋଲିସ ର ନିର୍ମଳ ଭାବମୂର୍ତିକୁ ନେଇ ଜନସାଧାରଣ ରେ  ପ୍ରଶ୍ନ ଉଠିଛି ଗତ ଜୁଲାଇ ୨ ତାରିଖ ରେ ଝାରସୁଗୁଡା ବସଷ୍ଟାଣ୍ଡ ନିକଟରେ ହେଲମେଟ ଯାଞ୍ଚ ସମୟରେ ସରବାହାଲ ଅଞ୍ଚଳର ଯୁବ ଇଂଜିନିୟର ଆଶିଷ ରଞ୍ଜନ ପ୍ରଧାନ (୨୫)ଙ୍କୁ ତାଙ୍କ ମା ଙ୍କ ସମ୍ମୁଖରେ ନିର୍ଧୁମ ମାଡ଼ ମରିଥିବାର ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ  ଅନ୍ୟ ପଟେ ବ୍ରଜରାଜନଗର ପୋଲିସ ଥାନା ଅଧିକାରୀଙ୍କ ସମ୍ମୁଖରେ ଏମ ସି ଏଲ ଦ୍ୱାରା ନିୟୋଜିତ  ଗାଡି ଚାଳକ ଯୋଶୀ ତାଣ୍ଡି ନାମକ ଯୁବକ ଅନ୍ୟ ଜଣେ ଗାଡି ଚାଳକକୁ ସର୍ବ ସମ୍ମୁଖରେ କାନ ଧରି ଉଠବସ୍ କରୁଥିବାର ଭିଡ଼ିଓ ଭାଇରଲ ହେବା ପରେ ଆଜି ଝାରସୁଗୁଡା ଜିଲ୍ଲା ଏସ ପି ରାହୁଲ ପିଆର ଦ୍ୱାରା ଏମ ସି ଏଲ କୁ ଉକ୍ତ ଯୋଶୀ ତାଣ୍ଡି କୁ କାମରୁ ବହିସ୍କୃତ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।ଏକ ମାମଲା ୨୫୪/୨୦୨୦ ରୁଜୁ କରି ୪୧୯/୩୪୧/୫୦୬ ପିଙ୍ଗଲ ଧାରା ଲଗାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବ୍ରଜରାଜନଗର ଥାନା ରେ ନିର୍ଦେଶ ଦେଇଛନ୍ତି ।ଏପଟେ ହେଲେମେଟ ଯାଞ୍ଚ ବେଳେ ମାଡ଼ ଖାଇଥିବା ଯୁବକ ଜଣେ ଗୁରୁତର ଅସୁସ୍ଥ ଅଛନ୍ତି ଏବଂ ଇ ମେଲ ମାଧ୍ୟମରେ ସେ ଜିଲ୍ଲା ପୋଲିସ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ଉକ୍ତ ଯୁବକଙ୍କ ମା ଙ୍କ ହାତ ପୋଡିଯାଇଥିବାରୁ ସେ ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇବା ପରେ ଫେରୁଥିବା ସମୟରେ ବସ ଷ୍ଟାଣ୍ଡରେ ହେଲମେଟ ଚେକିଂରେ ପଡ଼ିଥିଲେ |  ହଜାରେ ଟଙ୍କା ଫାଇନ କଟାଯାଇଥିଲା | ସେ ଟଙ୍କା ଦେବା ସମୟରେ ଅନ୍ୟ କେତେ ଜଣ ସେହି ସ୍ଥାନରୁ ବିନା ହେଲମେଟରେ  ଯାଉଥିବାର ଦେଖି ଉକ୍ତ ଯୁବକ ବଚସା କରିଥିଲେ ଏବଂ ପୋଲିସ ମଧ୍ୟ ମାସ୍କ ନ ପିନ୍ଧିଥିବାର କଥା ଉଠେଇଥିଲେ | ଏହା ପରେ ସେ ପୋଲିସର ଆକ୍ରୋଶର ଶିକାର ହେଇଥିଲେ | ଉକ୍ତ ଯୁବକ କୁ ତାଙ୍କ ମା ଙ୍କ ସମ୍ମୁଖରେ ନିର୍ଧୁମ ମାଡ଼ ମାରିଥିବା ଏବଂ ତାଙ୍କ ଅଣ୍ଡକୋଷରେ ମଧ୍ୟ ମାଡ଼ ବାଜିଥିବାରୁ ସେ ଗୁରୁତର ହୋଇ ଘରେ ରହିଥିବା କହିଛନ୍ତି ଓ ଜିଲ୍ଲା ମୁଖ୍ୟ ପୋଲିସ ଅଧିକାରୀଙ୍କୁ ଏବଂ କେତେକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ  ଅଭିଯୋଗ କରିଛନ୍ତି । ହେଲେ କିଛି ପୋଲିସ କର୍ମଚାରୀ ତାଙ୍କ ଘରକୁ ଯାଇ ବୁଝା ସୁଝା କରିଥିଲେ |  କିନ୍ତୁ ଯୁବକ ଜଣକ ନ୍ୟାୟ ପାଇବା ଜିଦରେ ଅଟଳ ଅଛନ୍ତି । ଗତ କାଲି ଶନିବାର ଦିନ କିଛି ଶିଳ୍ପସଂସ୍ଥାରେ କାର୍ଯ୍ୟ କରୁଥିବା ଯୁବକମାନଙ୍କୁ ଜିଲ୍ଲା ପ୍ରଶାସନ ଅଟକ ରଖି ତାଙ୍କୁ ଡି ଏ ଭି ସ୍କୁଲ ପରିସରରେ ରଖିଥିଲା ଏବଂ ସନ୍ଧ୍ୟାରେ ଛାଡି ଦିଆଯାଇଥିଲା ।କାରଣ ଜିଲ୍ଲା ପ୍ରଶାସନ ଅନୁସାରେ ପ୍ରତେକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି ଯାହା ଗତ କାଲି ପ୍ରଥମ ଦିନ ଥିଲା |  କିନ୍ତୁ ଏକ ଟ୍ୱିଟ ଯୋଗେ ଝାରସୁଗୁଡା ଏସ ପି ସୂଚନା ଦେଇଥିଲେ ଯେ ଶିଳ୍ପସଂସ୍ଥା ର କର୍ମଚାରୀଙ୍କୁ ଏଥିରୁ ବାଦ ଦିଆଯିବ | ଭୂଷଣ ଶିଳ୍ପସଂସ୍ଥାରୁ  ନିଜର ଡ୍ୟୁଟି ସାରି ଫେରୁଥିବା  କିଛି ଯୁବକଙ୍କୁ ସରବାହାଲ ନିକଟରେ  ପ୍ରଶାସନ ଅଧିକାରୀ ଅଟକାଇଥିଲେ ଏବଂ କୌଣସି କଥା ନ ଶୁଣି ତାଙ୍କୁ ଡିଏଭି ସ୍କୁଲ ପରିସରରେ ନେଇଯାଇଥିଲେ ଏବଂ ଭଲ ଭାବେ ଖାଇବା ପିଇବା ବ୍ୟବସ୍ଥା ନ ଥିଲା ଓ ତାଙ୍କୁ ସନ୍ଧ୍ୟାରେ ଛଡା ଯାଇଥିଲା | ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ହେଲେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଅଲଗା ଅଲଗା ନିୟମର ଦଣ୍ଡ ସାଧାରଣ ଜନତା କାହିଁକି ଭୋଗିବ ବୋଲି ପ୍ରଶ୍ନ ଉଠୁଛି ।

(ଝାରସୁଗୁଡ଼ାରୁ ଶାସକ ପ୍ରଶାସକର ଜଣେ ନିୟମିତ ପାଠକ ସମ୍ପାଦକଙ୍କ ନିକଟକୁ ପଠାଇଥିବା ଏକ ଖବର ଆଧାରରେ ) 

 

 

0
0
0
s2sdefault