ହେଡଲାଇନସ୍:

କର୍ମ ଯୋଗୀ ଭଗବାନ ପାଣୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶତାୟୁ ପୁରୁଷ କର୍ମ ଯୋଗୀ ତଥା ସାମ୍ବାଦିକ ଭଗବାନ ପାଣୀ ଜନ୍ମ ହୁଏ ତା ୧ / ୧ / ୧୮୯୮ ମସିହା ପୁରୀ ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ରାଜସ ଗ୍ରାମରେ  । ପିତା ଆର୍ତ୍ତ ବନ୍ଧୁ ପାଣୀ ଓ ମାତା ରୋହିଣୀ ଦେବୀଙ୍କ ର ସୁଯୋଗ ସନ୍ତାନ ଭଗବାନ ବାଲ୍ଯ ଶିକ୍ଷା ସମାପ୍ତି ପରେ ନିଜ ଅଜାଙ୍କ ସହିତ ପୁରୀ ଦାଣ୍ଡ ମୁକୁନ୍ଦ ପୁର ଚାଟଶାଳୀରେ ଶିକ୍ଷାଦାନ କରନ୍ତି । ପରବର୍ତ୍ତୀ ସମୟରେ ପୁରୀର ଏମ୍ ଆର ମଠ ରେ ଅଜାଙ୍କ ସହ ମିଶି କିରାଣୀ କାର୍ଯ୍ୟ କରନ୍ତି । ପରବର୍ତ୍ତୀ ସମୟରେ ଏ ସମସ୍ତ କାର୍ଯ୍ୟକୁ ପରିତ୍ୟାଗ କରି ୧୯୩୮ - ୪୦ ମସିହା ବେଳକୁ ବ୍ରହ୍ମପୁର ର ହାୟର ସେକେଣ୍ଡାରୀ ଟ୍ରେନିଂ ସ୍କୁଲରୁ ଶିକ୍ଷକ ତାଲିମ ଗ୍ରହଣ କରନ୍ତି । ବୃତ୍ତି ଅନ୍ବେଷଣ ରେ ପଶ୍ଚିମ ଓଡିଶା ଅଭିମୁଖେ ବାହାରି ସେତେବେଳେ ର ସମ୍ବଲପୁର ତଥା ବର୍ତ୍ତମାନ ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ତା ସ୍କୁଲରେ ମାତ୍ର ୭ ଟଙ୍କା ବେତନ ପାଇଁ ଶିକ୍ଷକତା ଆରମ୍ଭ କରନ୍ତି । ସ୍ବାଧୀନତା ପ୍ରାପ୍ତିର ଅବ୍ଯ ବହିତ ପୂର୍ବରୁ ଶିକ୍ଷକତା ବୃତ୍ତି କୁ ଆଦରି ନେଇ ଥିବା ସେ ସମୟର ଯୁବକ ଭଗବାନ ପାଣୀ ୧୯୪୪ ରୁ ୧୯୪୬ ମଧ୍ୟରେ ବରତୁଣ୍ତା ଓ ପୁରେନା ଠାରେ ଶିକ୍ଷକତା କରନ୍ତି ସତ କିନ୍ତୁ ଏ ବୃତ୍ତି ରେ ମନ ଲାଗେ ନାହିଁ । ଡେଲାଙ୍ଗ ଅଞ୍ଚଳରେ ଗାନ୍ଧୀଙ୍କ ସଭାରେ ଯୋଗ ଦେଇ ଥିବା ଭଗବାନ ପାଣୀ ନିଜକୁ ସମାଜ ସେବା କ୍ଷେତ୍ରରେ ସମର୍ପିତ କରିବା ପାଇଁ ଶପଥ ନେଇଥାନ୍ତି  । ସ୍ବାଧୀନତା ପ୍ରାପ୍ତି ପରେ ନିଜର ଚାକିରୀ ରୁ ଅବ୍ଯାହତ ନେଇ ମୋଟା ମୋଟି ଭାବେ ଚାକିରି ଛାଡି ସମାଜର ମୁଖ୍ୟ ଶ୍ରୋତରେ ନିଜକୁ ଜଣେ ସଫଳ କର୍ମଯୋଗୀ ଭାବେ ସାମିଲ କରିବା ପାଇଁ ଶପଥ ନିଅନ୍ତି  ।  ସେହି ସମୟରେ ବୋଡାସମ୍ବର ଅଞ୍ଚଳର ଏହି ପାଇକମାଲ ବ୍ଲକ ଶିକ୍ଷା କ୍ଷେତ୍ରରେ ଏତେଟା ଉନ୍ନତି କରି ନ ଥାଏ । ଏ ଅଞ୍ଚଳ ର ଛାତ୍ର ଛାତ୍ରୀ ମାନଙ୍କୁ ବହୁ ଦୂରକୁ ପଢିବାକୁ ଯିବାକୁ ପଡିଥାଏ । ଏ ସମସ୍ତ ବିଷୟ କୁ ହୃଦବୋଧ କରି ସେ ଏଥି ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କଲେ । ପାଇକମାଲ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ଚେଷ୍ଟିତ ଭଗବାନ ପାଣୀ ଏକଦା ତତ୍ କାଳୀନ ଶିକ୍ଷା ମନ୍ତ୍ରୀ ସ୍ବର୍ଗତ ଗୋଦା ବରୀଶ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କଲେ । ଯାହାର  ଫଳ ସ୍ୱରୂପ ପାଇକମାଲ ଓ ମାଣ୍ତୋସିଲ ଠାରେ ପ୍ରତିଷ୍ଠା କରାଗଲା ମଧ୍ୟ ଇଂରାଜୀ ବିଦ୍ୟାଳୟ  ।  ସେ ୧୯୬୦ ରୁ ୧୯୭୧ ମସିହା ପର୍ଯ୍ୟନ୍ତ ପାଇକମାଲ ହାଇ ସ୍କୁଲର ସଂପାଦକ ଦାୟିତ୍ୱରେ ରହି ହାଇସ୍କୁଲ ସ୍ତରର ଶିକ୍ଷାର ବିକାଶ ପାଇଁ ଗଭୀର ପ୍ରୟାସ ଜାରି ରଖିଲେ । ନିଜର ବୃତ୍ତି ଡିଡ୍ ରାଇଟର ତଥା ଅନ୍ୟାନ୍ୟ କାର୍ଯ୍ଯ ବ୍ୟତିରେକ ଶିକ୍ଷାର ଆଲୋକ ବତ୍ତି ତାକୁ ସମଗ୍ର ଅଞ୍ଚଳରେ ବିଛରିତ କରିବା ପାଇଁ ମନନଶୀଳ ପ୍ରଚେଷ୍ଟା ତାଙ୍କୁ ଅଧିକ ପ୍ରେରିତ କଲା  । ମାଣ୍ତୋସିଲ ଠାରେ ପ୍ରତିଷ୍ଠା ହେଲା ହାଇସ୍କୁଲ ସେ ୧୯୭୧ - ୧୯୮୧ ମସିହା ପର୍ଯ୍ୟନ୍ତ ସେଠାରେ ସଂପାଦକ ଭାବେ କାର୍ଯ୍ୟ କଲୋ ଅବୈନିକ ସ୍ବଛୋକୃତ ସଂପାଦକ ରହି ବହୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ସଂସ୍କାର କାର୍ଯ୍ୟରେ ବ୍ରତୀ ରହିଲେ । ୧୯୭୨ ମସିହା ରେ ସେ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ନିମ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡିଲେ  । ପରବର୍ତ୍ତୀ ସମୟରେ ସେ ୧୯୮୪ ମସିହା ବେଳକୁ ମାଣ୍ତୋସିଲ କଲେଜ ପ୍ରତିଷ୍ଠା ଦିଗରେ ନିଜର ଦାୟିତ୍ବ ବୋଧକୁ ହୃଦବୋଧ କରି ସେଠାରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ନିଜକୁ ପ୍ରାଣପଣେ ଉତ୍ସର୍ଗ କଲେ । ନିମ୍ନ ପ୍ରାଥମିକ ଠାରୁ ଉଚ୍ଚ ଶିକ୍ଷା ପର୍ଯ୍ଯନ୍ତ ଶିକ୍ଷାର ଅଗ୍ରଗତି ଓ ପ୍ରସାର ପାଇଁ ଭଗବାନ ପାଣୀଙ୍କ ଅବଦାନ ଅବି ସ୍କରଣୀୟ  । କେବଳ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ତାହା ନୁହେଁ ବରଂ ସମାଜ ସେବା ଓ ସାମ୍ବାଦିକତା କ୍ଷେତ୍ରରେ ସେ ଥିଲେ ଏ ଅଞ୍ଚଳର ଦିଶାରୀ ସଦୃଶ  । ପାଇକମାଲ ଡାକ୍ତରଖାନାର ପ୍ରତିଷ୍ଠା ଦିଗରେ ତାଙ୍କର ଉଦ୍ଯମ ଅବି ସ୍କରଣୀୟ  ।  ସ୍ବାସ୍ଥ୍ୟ ସେବା ପାଇଁ ବ୍ଯଗ୍ର ଥିବା ଭଗବାନ ପାଣୀ ଏ  ଅଞ୍ଚଳର ଜନତାଙ୍କ ପାଇଁ ପାଲଟି ଗଲେ ଜଣେ କର୍ମବୀର । ନିଜ ହିତ ପାଇଁ ସେ ଯେ ଜନ୍ମ ନୁହନ୍ତି ଓ ପରହିତ ତଥା ସମାଜର ହିତ ପାଇଁ ଏ ମଣିଷ ଜନ୍ମ ନେଇଛି ଏହି ମର୍ମକୁ ହୃଦବୋଧ କରି ସେ ସାରା ଜୀବନ ନିଜକୁ ସେବା କର୍ମରେ ଉତ୍ସର୍ଗ କରି ଦେଇଥିଲେ ।  ସେ ଚାହିଁ ଥିଲେ ଜଣେ ଭାବେ ରହି ଅବସର ନେଇ ପାରିଥାନ୍ତେ  । ସରକାରୀ ତହବିଲ୍ ରୁ ଅର୍ଥ ଲାଭ କରି ପାରିଥାନ୍ତେ କିନ୍ତୁ ଅର୍ଥ ଲାଳସା ତାଙ୍କ ପାଖରେ ଆଦୌ ନ ଥିଲା  ।  ନିଜକୁ ସେ କେବେ ବୃଦ୍ଧ ବୋଲି ଭାବି ନ ଥିଲେ ସଦା ସର୍ବଦା କର୍ମ କରି ଆସୁଥିଲେ ଭଗବାନ ପାଣୀ ଶେଷ ଜୀବନ ବେଳକୁ ଏ ଅଞ୍ଚଳର ବିଭିନ୍ନ ସମସ୍ୟା ମୂଳକ ସମ୍ବାଦକୁ ସମାଜ,ପ୍ରଜାତନ୍ତ୍ର,ମାତୃଭାଷା,ଛାରପୋକ,ହୀରାଖଣ୍ଡ,ଦୁର୍ମଖ,ନିଆଁଖୁଣ୍ତା,ନିର୍ତ୍ତିକ ଓ ଗଣ ଇସ୍ତାହାର ଆଦିରେ ପ୍ରକାଶ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ  । ଜଣେ ସୃଜନଶୀଳ ସ୍ରଷ୍ଟା ଭାବରେ ସେ ଅନେକ କବିତା ମଧ୍ୟ ରଚନା କରି ଥିଲେ  । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ସ୍ବର୍ଗତ କୃପାସିନ୍ଧୁ ଭୋଇଙ୍କ ଘରୁ ଏକ ପୁରୁଣା କାଗଜ ଗଣ ଇସ୍ତାହାର ଦେଖି ସେ ବି ଭୋର ହୋଇ ପଡି ଥିଲେ । ବରଗଡ଼ ଅଞ୍ଚଳର ଖବର କୁ ଗଣ ଇସ୍ତାହାର ତା ପୃଷ୍ଠାରେ ପ୍ରକାଶ କରୁଥିବା ଦେଖି ଏହି ଖବର କାଗଜରେ ସମ୍ବାଦ ଲେଖିବା ଆରମ୍ଭ କରି ଥିଲେ  । ୮୧ ବର୍ଷ ବୟସ ବେଳକୁ ସେ ଗଣ ଇସ୍ତାହାର ରେ ' ପୁରେନା ଖବର ' ସ୍ତମ୍ଭରେ ବହୁ ସମସ୍ୟା ମୂଳକ ଓ ଗଠନ ମୂଳକ ସଂବାଦ ଲେଖି ଏ ଅଞ୍ଚଳର ଖବର କୁ ଲୋକ ଲୋଚନକୁ  ଆଣି ପାରିଥିଲେ । ବୃଦ୍ଧାବସ୍ଥା ତାଙ୍କୁ ବିଚଳିତ କରି ପାରି ନ ଥିଲା  ବୃଦ୍ଧ ସିନା ଶରୀର ରେ ପ୍ରକପିତ ହେଉଛି ଥିଲା କିନ୍ତୁ ମନ ଓ ଆତ୍ମାରେ ସେ ଥିଲେ ଯୁବ ସୁଲଭ ମଣିଷ  । ତେଣୁ ତାଙ୍କୁ ଏହି ଦୃଢ ମନୋବଳ ବହୁ ଜନ ହିତକର କାର୍ଯ୍ୟରେ ନିୟୋଜିତ ହେବା ପାଇଁ ସହାୟକ ହେଲା । ସର୍ବ ସର୍ବଦା ଅଞ୍ଚଳର ଉନ୍ନତି ସାଙ୍ଗକୁ ଶିକ୍ଷାର ଆଲୋକ କୁ ସାରା ଅଞ୍ଚଳରେ ପ୍ରଜ୍ଜଳିତ କରିବା ପାଇଁ ସେ ଲାଗି ପଡିଥିଲେ । ଦୀର୍ଘ ୫୫ ବର୍ଷ କାଳ ସେ ସାମ୍ବାଦିକତା କରିଛନ୍ତି  । ଯେତେବେଳେ ଏ ଅଞ୍ଚଳରେ ଖବର କାଗଜ ଖଣ୍ଡେ ପାଇ ପଢିବା କାଠି କର ପାଠ ହେଉଥିଲା  । ସେ ସମୟରେ ନିଜେ ଭଗବାନ ପାଣୀ ଏ ଅଞ୍ଚଳର ଖବର କୁ ଡାକ ଯୋଗେ କାହିଁ କଟକ ଓ ଅନ୍ୟାନ୍ୟ ଅଞ୍ଚଳ କୁ ପଠାଇ ଲୋକ ଲୋଚନକୁ ଆଣି ପାରିଥିଲେ  । ପାଇକମାଲ ଅଞ୍ଚଳର ବହୁ ଶିକ୍ଷାବିତ୍ ଓ ସମାଜସେବୀ ଭଗବାନ ପାଣୀଙ୍କୁ ଖୁବ୍ ସମ୍ମାନ ପ୍ରଦାନ କରୁଥିଲେ । ତାଙ୍କର ନିର୍ତ୍ତିକ, ସଚ୍ଚୋଟ ଗୁଣ ପାଇଁ ସେ ସବୁ ସ୍ଥାନରେ ପୂଜା ପାଉଥିଲେ  । ସ୍ବାଧୀନତା ପ୍ରାପ୍ତି ବେଳର ପ୍ରଚଣ୍ଡ ପ୍ରତିଭା ଧାରୀ ଯୁବକ ଭଗବାନ ପାଣୀ ସୁଦୁର ପୁରୀରୁ ଆସିଥିଲେ ଜୀବିକା ସଂଧାନ ଉଦ୍ଦେଶ୍ୟରେ କିନ୍ତୁ ଜୀବିକା ସଂଧାନ କୁ ବାଦ କରି ସେ ସାରା ଜୀବନ କର୍ମ ଯୋଗୀ ପାଲଟି ଗଲେ ଅନ୍ଯ ପାଇଁ ସମାଜ ପାଇଁ ଶିକ୍ଷାର ଉନ୍ନତି କଳ୍ପେ ଓ ସାମ୍ବାଦିକତା କ୍ଷେତ୍ରରେ ଭୁଲି ଯାଇ ଜନ୍ମିତ ନୁହନ୍ତି ବଂର ସମାଜର ହିତ ପାଇଁ ସେ ଜନ୍ମିତ  । କର୍ମଯୋଗୀ ଭଗବାନ ପାଣୀଙ୍କ ଦେହାନ୍ତ ହୋଇଯାଏ ତା ୨୭ / ୪ / ୨୦୦୧ ଦିନ ପାଇକମାଲ ବ୍ଲକ ପୁରେନା ବାସ ଭବନ ରେ  । ୧୦୩ ବର୍ଷ ପର୍ଯ୍ୟନ୍ତ ବଞ୍ଚି ଥିଲେ    । କର୍ମଯୋଗୀ ଭଗବାନ ପାଣୀ ଙ୍କ ଜୀବନ ଚରିତ ସମସ୍ତଙ୍କ ପାଇଁ ଆଦର୍ଶ ତୋଳୁଛି ନିଶ୍ଚିୟ  । ସେହି ମହାନୀୟ କର୍ମଯୋଗୀଙ୍କ ପାଇଁ ମୋର ଗଭୀର ପ୍ରଣତୀ ।

0
0
0
s2sdefault