ହେଡଲାଇନସ୍:

  ଅବକାରୀ ଚଢ଼ାଉ,ଜଣେ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକପ୍ରଶାସକ)-ସୋହେଲା ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ ସୀମାନ୍ତ ଲୁହୁରାଚଟି ପୁରୁଣା ଚେକଗେଟ ଅଚଂଳରେ ଚଢ଼ାଉ କରାଯାଇ ବେଆଇନଭାବରେ ମଦ କାରବାର କରୁଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଯୁବକ ଜଣକ ହେଲେ ଲୁହୁରାଚଟିର ବାବୁଲୁପୁରୀ ଗୋସ୍ୱାମୀ(୨୫) । ତାଙ୍କୁ ଆଜି ସୋହେଲା କୋର୍ଟକୁ ଚାଲାଣ କରାଯିବ । ବାବୁଲୁପୁରୀ ଏକ ପ୍ଲାଷ୍ଟିକ ବ୍ୟାଗରେ ଭାଟି ତିଆରି ମଦପାଉଜ ଧରି ଲୁହୁରାଚଟିରୁ ଚେକଗେଟ ପଟକୁ ଏକ ହୋଟେଲକୁ ଚାଲି ଚାଲି ଯାଉଥିବାବେଳେ ସେହି ଅଂଚଳରେ ପେଟ୍ରୋଲିଂ କରୁଥିବା ଅବକାରୀ କର୍ମଚାରୀମାାନ ସନେ୍ଦହ କରି ଅଭିଯୁକ୍ତ ବାବୁଲୁପୁରୀକୁ ଅଟକାଇ ପଚରାଉଚୁରା କରି ବ୍ୟାଗର ତଲାସି ନେଇଥିଲେ । ବ୍ୟାଗରେ ୩୫ଟି ପାଉଚ ମଦ(୭ଲିଟର) ପାଇ ତାକୁ ଜବତ କରିଥିଲେ । ଅଭିଯୁକ୍ତଙ୍କ ବିରୁଦ୍ଧରେ ପିଆର କେଶ ନମ୍ବର ୨/୧୯ରେ ଏକ ମାମଲା ରୁଜୁ କରାଯାଇଛି । ଗତକାଲି ସୋହେଲା ଅବକାରୀ ବିଭାଗ ପକ୍ଷରୁ ବିଜେପୁର ଥାନା ମହୁଲପାଲି ଗ୍ରାମ ନିକଟସ୍ଥ ଏକ ଜଂଗଲରେ ମହୁଲି ମଦ ରନ୍ଧା ଯାଉଥିବା ଖବର ପାଇ ଚଢ଼ାଉ କରାଯାଇଥିଲା । ଅବକାରୀ କର୍ମଚାରୀମାନଙ୍କୁ ଦେଖି ମଦପ୍ରସ୍ତୁତିକାରୀମାନେ ଫେରାର ହୋଇଯାଇଥିଲେ । ସେଠାରେ ଏକ ମୋଟର ଟ୍ୟୁବରେ ୨୦ଲିଟର ମହୁଲି ଦେଶୀ ମଦ ଓ ୨ଶହ କିଲୋ ମହୁଲ ପୋଚକୁ ନଷ୍ଟ କରାଯାଇଥିଲା ବୋଲି ଅବକାରୀ ଉପନିରୀକ୍ଷକ ରାମଚନ୍ଦ୍ର ତନ୍ତୀ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ସହକାରୀ ଉପନିରୀକ୍ଷକ ଆନନ୍ଦ ଭୋଇ,କନେଷ୍ଟବଲ ବିଜୟ ପାଣିଗ୍ରାହୀ,ଶ୍ରୀକାନ୍ତ ସାହୁ ଓ ମହିଳା କନେଷ୍ଟବଲ ବୃନ୍ଦାବତୀ ଭୁଏ ସାମିଲ ହୋଇଥିଲେ ।  

0
0
0
s2sdefault