ହେଡଲାଇନସ୍:

ସପ୍ତାହବ୍ୟାପି ଝାଂଜ ପାହାଡରେ ଚାଲିଛି ମାକର ବିହା :  ଘେଁସ ବନ କର୍ମଚାରୀଙ୍କୁ ମିଳିନି ନିମନ୍ତ୍ରଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା (ମନୋଜ ଭୋଇ) ସରକାର ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ରକ୍ଷା ଉଦେଶ୍ୟରେ ଜଙ୍ଗଲ ବିଭାଗକୁ ଅପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରୁଛନ୍ତି । କେତେ ବେଳେ ଚାରା ରୋପଣ ପାଇଁ ତ କେତେ ବେଳେ ନିଅାଁ ଦାଉରୁ ଗଛ ସବୁକୁ ରକ୍ଷା କରିବା ପାଇଁ ମାତ୍ର ବରଗଡ ଜିଲ୍ଳା ଘେଁସ ରେଂଜ ଅଧିନସ୍ତ  ଝାଂଜ ପାହାଡରେ ସପ୍ତାହ ବ୍ୟାପି ନିଆଁ ଲାଗିଥିଲେ ମଧ୍ୟ ନିଆଁ ଲିଭୁନି । ଯଦିଓ ନିଆଁ ଲିଭା ବାବଦକୁ ଏହି ରେଂଜ ତରଫରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚର ହିସାବ ଦିଆଯାଉଛି । ନିଆଁ ଲିଭାଇବା ପାଇଁ ବିଭାଗିୟ କର୍ମଚାରୀଙ୍କ ଆନ୍ତରିକତା ନ ଥିବା ଅଭିଯୋଗ ହେଉଛି । ବନ କର୍ମଚାରୀମାନେ ଜଣେ ଅନ୍ୟ ଜଣେ ଅଧିନସ୍ତ କର୍ମଚାରିଙ୍କୁ ଦାୟିତ୍ୱ ଲଦିଦେଇ ନିଜର ଦାୟୀତ୍ୱ ଭୁଲିଯାଉଥିବା ଅଭିଯୋଗ ହେଉଛି । ସପ୍ତାହବ୍ୟାପି ଲାଗିଥିବା ନିଆଁରେ କେତେ ଯେ ଗଛ ନଷ୍ଟ ହୋଇଥିବା ତାହାର ଆକଲନ ନାହିଁ । କେବଲ ଯେ ଗଛ ପୋଡିଥିବା ତାହା ନାହିଁ ତା ସହିତ ବିଲୁପ୍ତ ପ୍ରାୟ ସରିସୃପ ଜାତିୟ ଜୀବ ଏପରିକି ର୍ଦୁଲଭ େଓøଷଧିୟ ଗୁଲ୍ମସବୁ ଅନାୟସରେ ଲୋପ ପାଇଯାଉଛନ୍ତି । ନିଆଁ ଦ୍ୱାରା ଜଙ୍ଗଲ ନଷ୍ଟ ହେବା ପ୍ରକୃତି ପ୍ରେମିଙ୍କୁ ଯେତିକି ବାଧୁଛି, ଜଙ୍ଗଲ ରକ୍ଷା ଦାୟୀତ୍ୱରେ ଥିବା ବେତନ ପ୍ରାପ୍ତ ବନ କର୍ମଚାରୀ ସେତିକି ଖୁସି ରହୁଥିବା ଅଭିଯୋଗ ହେଉଛି । ସୁଖି ରହିବାର କାରଣ ଗୋଟିଏ ପଟେ ଚଲିତ ବର୍ଷର କାଗଜ ପତ୍ରରେ କରାଯାଇଥିବା କାମ ସବୁର ପ୍ରମାଣ ଅନାୟସରେ ନଷ୍ଟ ହେଉଥିବା ବେଳେ ଆସନ୍ତା ବର୍ଷକୁ ସେହି ସ୍ଥାନରେ କାମ ପାଇଁ ପୁଣି ଅଜଶ୍ର ଅର୍ଥ ବରାଦ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି । ଝାଂଜ ପାହାଡଟି ଜଲୁଥିବା ଦୃଶ୍ୟକୁ ଦେଖି ଜଙ୍ଗଲ ତଳେ କଲାରାସ୍ତାରେ ଯାଉଥିବା ଲୋକେ ଜଙ୍ଗଲ ତଳି ଗ୍ରାମବାସୀଙ୍କୁ ମାକର ବିହା ଆଉ କେତେ ଦିନ ଚଲାଇବ ବୋଲି ପ୍ରଶ୍ନ କରୁଛନ୍ତି । ଜଙ୍ଗଲ ତଳର ଲୋକେ ମଧ୍ୟ ବନ କର୍ମଚାରୀଙ୍କୁ ମାକର ବିହାରେ ଭୋଜି ଖାଇବା ପାଇଁ ନିମନ୍ତ୍ରଣ ପତ୍ର ମିଳିନି । ଯେଉଁ ଦିନ ନିମନ୍ତ୍ରଣ ପତ୍ର ମିଳିବ ସେହିଦିନ ମାକର ବିହା ସମାପ୍ତ ହେବ ବୋଲି ଉତର ରଖୁଛନ୍ତି । ଏତେ ସବୁ ଚର୍ଚ୍ଚା ହେଉଥିଲେ ମଧ୍ୟ ବନ କର୍ମଚାରୀ ମାନଙ୍କୁ ଫରକ ପଡୁନ ଥିବା ଅଭିଯୋଗ ହେଉଛି । ଜଙ୍ଗଲ ଜଲୁଥିବା ସଂପର୍କରେ ମେଲଛାମୁଣ୍ଡା ଫରେଷ୍ଟର ରାଧାକାନ୍ତ କୁମ୍ଭାରଙ୍କ ମୋବାଇଲ ନଂ ୭୬୦୬୦୪୦୯୮୩ ଫୋନ କରିଥିଲେ ମଧ୍ୟ ଫୋନ ଉଠାଇନଥିବା ବେଳେ ରେଂଜର ରେବତୀ ରମଣ ଯୋଷୀ ନିଆଁ  ଲିଭାଇବାରେ ବନ କର୍ମଚାରୀ ଲାଗିଛନ୍ତି ବୋଲି ପ୍ରକାଶ କରିଛନ୍ତି ।  

 

0
0
0
s2sdefault