ହେଡଲାଇନସ୍:

ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା (ସରୋଜ ସାହୁ) – ରାୟଗଡା ସହରସ୍ଥିତ ସାଇପ୍ରିୟା ନଗରରେ ଚଳିତ ମାସ ୨୧ ତାରିଖ ଦିନ ହୋଇଥିବା ଚୋରୀ ଘଟଣାର ରାୟଗଡା ପୋଲିସ ପର୍ଦ୍ଦାଫାସ କରିଛି । ଏସଡିପିଓ ତପନ କୁମାର ରଥ ପ୍ରକାଶ କରିଥିଲେ ଯେ ଚଳିତ ମାସ ୨୧ ତାରିଖ ଦିନ ସାଇପ୍ରିୟା ନଗର ( ଏନଭିଆର ସ୍କୁଲ ପଛ ପାର୍ଶ୍ୱ  ) ରେ ବାସ କରୁଥିବା କେ.ଭି. ରମେଶ କୁମାର ଘରେ ୩ ଜଣ ଦୁର୍ବୃତ୍ତ  ରାତ୍ର ୨.୪୦ ରୁ ୨.୪୩ ମିନିଟ ମଧ୍ୟରେ ଘର ଭିତରେ ପଶି ଲୁଟ କରିଥିଲେ । ଏ ନେଇ ରମେଶ କୁମାର ରାୟଗଡା ଥାନାରେ ଏକ ଅଭିଯୋଗ ଦାୟର କରିଥିଲେ । ରାୟଗଡା ପୋଲିସ ୪୫୭/୩୮୦ ଆଇପିସି ପ୍ରକାରେ ମାମାଲା ରୁଜ୍ଜୁ କରି ଛାନାଭିନ ଆରମ୍ଭ କରିଥିଲେ । ତେବେ ରମେଶ କମାରଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜରୁ ଲୁଟେରା ଗ୍ୟାଙ୍କର ସଦସ୍ୟଙ୍କ କଳା କାରନାମାର ପର୍ଦ୍ଧାଫାସ ହୋଇଥିଲା ।  ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଜଣେ ଅଭିଯୁକ୍ତ ମାଧବ ସାଇ (୨୦) କୁ ଗରିଫ କରିଥିଲେ । ଅଧିକ ପଚରାଉଚରା ପରେ ମାଧବ ଏହି ଲୁଟରେ ସଂପୃକ୍ତ ଥିବା ଅନ୍ୟ ୨ ଜଣଙ୍କ ନାମ ପ୍ରକାଶ କରିଥିଲା । ମାଧବର ବୟାନକୁ ଆଧାର କରି ପୋଲିସ ଗଣେଶ କାଡ୍ରାକା ଏବଂ ନାକା ରାମ ବାବୁକୁ ଗିରଫ କରିଥିଲା । ମାଧବ ସାଇ ଠାରୁ ପୋଲିସ ଚୋରି ହୋଇଥିବା ସାମଗ୍ରୀ ଜବତ କରିଥିଲା । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ ଏଲସିଡି ଟିଭି, ୨ ଗୋଟି ସୁନା ହାର, ଗୋଟିଏ ସୁନା ଚେନ, ଗୋଟାଏ ରୁପାର ପାଉଁଜୁଲି, ୨ଟି ରୂପାର ଚାମଚ, ଗୋଟାଏ ଡିଜିଟାଲ କ୍ୟାମେରା, ଗୋଟାଏ  ଏମଆଇ ଟାବଲେଟ, ଗୋଟିଏ ନୋକିଆ ମୋବାଇଲ ଫୋନ ସହିତ ନଗତ ୧୦ ହଜାର ଟଙ୍କା ପୋଲିସ ଜବତ କରିଛି । ଏହି ଖବରଦାତା ସମ୍ମିଳନୀରେ ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । 

0
0
0
s2sdefault