ହେଡଲାଇନସ୍:

ସଡ଼କ ଦୁର୍ଘଟଣାରେ କୋମନା ତହସିଲଦାରଙ୍କ ମୃତ୍ୟୁ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

କୋମନା(ଭାଗିରଥି ଭୋଇ): ସଡ଼କ ଦୁର୍ଘଟଣାରେ ଜଣେ ତହସିଲଦାରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁରେଶ କୁମାର ନନ୍ଦ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ରେ ସେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ।

ନୟାଗଡ଼ ଜିଲ୍ଲାର ନୂଆଗାଁ ଓ ସୋରଡ଼ା ମଝିରେ ସୁରେଶ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଟ୍ରକ୍ ପଛରେ ତାଙ୍କ ଟାଭେରା ଏସ୍‌ୟୁଭି ଗାଡ଼ି ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି। ତାଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଘଟଣା ପରେ କୋମନା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

0
0
0
s2sdefault