ହେଡଲାଇନସ୍:

ପେଟ୍ରୋଲ ପମ୍ପରୁ ଲୁଟ, ବନ୍ଧୁକ ମାଡ଼ରେ ମ୍ୟାନେଜର ଗୁରୁତର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼ ( ହୋରାଚାନ୍ଦ ଦେଉରିଆ) ଧରୁଆଡ଼ିହି ଥାନା ଗାଡିୟଯୋର ବିଧାତା ପେଟ୍ରୋଲ ପମ୍ପ ରେ ଗତକାଲି ରାତିରେ 5 ଜଣ ଦୁର୍ବୃତ୍ତ  2 ଟି ବାଇକରେ ଆସି ଗାଡିୟଯୋର ପେଟ୍ରୋଲ ପମ୍ପ ରେ ଦୁଇ ରାଉଣ୍ଡ ଗୁଳି ଚାଳନା କରିବା ସହିତ ପାଖାପାଖି 1-5 ଲକ୍ଷ ଟଙ୍କା ବନ୍ଧୁକ ମୁନ ରେ ଲୁଟି ନେଇ ଯାଇଛନ୍ତି । 2 ଟି ବାଇକ ରେ 5 ଜଣ ଯୁବକ ପେଟ୍ରୋଲ ପମ୍ପ କୁ ଆସିଥିଲେ |  ଦୁର୍ବୃତ୍ତଙ୍କ ବନ୍ଧୁକ ମାଡ ରେ ପେଟ୍ରୋଲ ପମ୍ପ ର ମ୍ୟାନେଜର  ଗୁରୁତର ଅଛନ୍ତି  ।

ମିଳିଥିବା ସୂଚନା ଅନୁଯାୟୀ ବିଧାତା ପେଟ୍ରୋଲ ପମ୍ପ ରେ ଗତକାଲି ରାତି ପ୍ରାୟ 09.45 ପାଖପାଖି 5 ଜଣ ଦୁର୍ବୁତ 2 ଟି ବାଇକ ରେ ଆସି ଗଡିଆଯୋର ପେଟ୍ରୋଲ ପମ୍ପ ଗୁଳି ଫୁଟାଇବା ସହିତ ମ୍ୟାନେଜର ରବି ରତ୍ନ ପଟେଲଙ୍କ ମୁଣ୍ଡ ରେ ବନ୍ଧୁକ ବଟ ରେ ଆକ୍ରମଣ କରି କ୍ୟାସ କାଉଣ୍ଟର ରୁ ଦେଢ଼ ଲକ୍ଷ ଟଙ୍କା  ଲୁଟି ଲୁଟିନେଇଛନ୍ତି।  2 ଟି ବାଇକ ରେ 5 ଜଣ ଯୁବକ ପେଟ୍ରୋଲ ପମ୍ପ କୁ ଆସି ଏହି କାଣ୍ଡ ଘଟାଇ ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟ ରୁ 3 ଜଣ ବନ୍ଧୁକ ଧରିଥିବା ବେଳେ ଜଣେ ଭୁଜାଲି ଧରି ପେଟ୍ରୋଲ ପମ୍ପରେ ଥିବା ଲୋକଙ୍କୁ ଆତଙ୍କିତ କରିଥିଲେ। ସମସ୍ତେ ସ୍ଥାନୀୟ ଭାଷା ରେ କଥାବାର୍ତ୍ତା ହେଉଥିବାରୁ ଦୁର୍ବୁତ୍ତ ମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ଅନୁମାନ କରୁଛି ପୋଲିସ । ଘଟଣାସ୍ଥଳରେ ଏସପି ସୌମ୍ୟା ମିଶ୍ର, ଏସ ଡି ପି ଓ ବଳଭଦ୍ର ଦୀପ, ଟାଉନ ଥାନା, ସଦର ଥାନା ଏବଂ ଅନ୍ୟ ଅଧିକାରୀଙ୍କ ସହିତ ସାଇଣ୍ଟିଫିକ ଟିମ ଫହଁଚି ତଦନ୍ତ କରିବା ସହ  ସହରର ସବୁ ଦିଗ ର ରାସ୍ତା ଗୁଡିକୁ ମଧ୍ୟ ସିଲ କରି ଦେଇଥିଲେ | 

0
0
0
s2sdefault