ବିଦ୍ୟୁତ ବିଭାଗର ଦାୟିତ୍ବହୀନତା :  ଝୁଲି ରହିଥିବା ବିଦ୍ୟୁତ ତାର ନେଲା ଯୁବକଙ୍କ ପ୍ରାଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ : ଭେଡେନ ବ୍ଲକ ଚିଚିଣ୍ଡା ଓ ମହାକୁର ଟିକ୍ରା କ୍ଷେତ ଭିତରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଅଛି | ମୃତକ ଜଣକ ଚିଚିଣ୍ଡା ଗ୍ରାମର ସୁଦାମ ପାଣ୍ଢେ(୩୦) | ପ୍ରାପ୍ତ ସୁଚନା ଅନୁସାରେ ଚିଚିଣ୍ଡା ଗ୍ରାମର ନିତ୍ୟା ପାଣ୍ଢେଙ୍କ ଅବିବାହିତ ପୁଅ ସୁଦାମ ପାଣ୍ଢେ ସକାଳୁ ଘାସକାଟିବାକୁ ଯାଇ ଅପରାହ୍ନ୧୨ଟା ରେ ଘରକୁ ଫେରୁଥିବା ବେଳେ ହରିଶ୍ଚନ୍ଦ୍ର  ରାଉତିଆଙ୍କ ଖେତ ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପରେ ଆସି ମୃତ୍ୟୁବରଣ କରିଥିଲେ | ବିଦ୍ୟୁତ ବିଭାଗର ଅବହେଲା ଯୋଗୁଁ ତାରଟି ମାଟି ଉପରୁ ମାତ୍ର ୫/୬ ଫୁଟ ଉପରେ ଝୁଲି ରହିଥିଲା |  ମୁଣ୍ଡରେ ଘାସ ବୋହି ଆସୁଥିବାରୁ ପେଟଭିତରକୁ ପସିଯାଇ ହିଡ଼ ଉପରେ ପଡିଥିବାର ଦେଖା ଯାଇଥିଲା ଖେତରେ କାମ କରୁଥିବା କିଛିଲୋକ ଦେଖି ପୋଲିସକୁ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ | ଆଇ ଆଇ ସି ହେମନ୍ତ ରାଓ ଏସ୍ ଆଇ ମନୋଜ ପଧାନ ଡିଏସପି ପ୍ରକାଶ ମୁର୍ମୁ ଓ ସହକାରି ଘଟଣା ସ୍ଥଳକୁ ପହଞ୍ଚି ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ | ସଂନ୍ଧ୍ୟା ୭ ଟା ସୁଦ୍ଧା କୌଣସି କର୍ମଚାରୀ  ନ ପହଞ୍ଚି ବାରୁ ଚିଚିଣ୍ଡା ଗ୍ରାମର ୫୦୦ ଉର୍ଧ୍ଵ  ଗ୍ରାମ ବାସି ଘଟଣା ସ୍ଥଳକୁ ପହଞ୍ଚି ବିଦ୍ୟୁତ କର୍ମଚାରୀ ନ ପହଞ୍ଚି କ୍ଷତି ପୁରଣ ନ ଦେବା ପର୍ଯ୍ୟନ୍ତ ଶବ ଉଠାଯାଇ ପାରିବ ନାହିଁ ବୋଲି ଅଡି ବସିଥିଲେ । ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଚେଷ୍ଟା ଚଲାଇ ଥିବାବେଳେ ବିଦ୍ୟୁତ ବିଭାଗର ଅବହେଲା ପାଇଁ ଦୀର୍ଘ ସମୟ ଧରି  ଶବ ଉଠିପାରି ନଥିଲା ।

     

0
0
0
s2sdefault