ହେଡଲାଇନସ୍:

ଓଡଗାଁ ଅଂଚଳର ୩ଟି ଲୁଟ୍ ଘଟଣାର ୩ ଲୁଟେରା ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ(ଶ୍ରୀକାନ୍ତ ମିଶ୍ର)  : ଓଡଗାଁ ଥାନା ଅଂଚଳରେ ନିକଟରେ ଘଟିଥିବା ୩ଟି ଲୁଟ ଘଟଣାରେ ସଂମ୍ପୃକ୍ତ ୩ଲୁଟେରାକୁ ପୋଲିସ ଗିରପ କରିଛି । ଅଭିଯୁକ୍ତ ଲୁଟେରା ମାନେ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ଅସୁରଢିପା ଗ୍ରାର ବିଭୁତି ପ୍ରଧାନ ଓରଫ ରାଜା(୧୮), ବିଭୁତି ଭୁଷଣ ମଲିକ ଓରଫ ଚିକୁ(୧୯), ବିଶ୍ୱ ଭୁଷଣ ବିଶ୍ୱାଳ ଓରଫ ବବୁଲ(୨୩) ବୋଲି ଜଣାଯାଇଛି । ଓଡଗାଁ ଥାନା ଅଂଚଳରେ ଏହି ଲୁଟେରା ମାନେ ଫେବୃଆରୀ ୨୧ ତାରିଖରେ ଓଡଗାଁ ବାହାଡାଝୋଲା ମଧ୍ୟସ୍ଥ ଜାମୁପାଟଣା ଠାରେ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ଗୋଟିଏ ଟାବଲେଟ, ମାର୍ଚ ୧୪ ତାରଖରେ ଓଡଗାଁ-ଭଞ୍ଜନଗର ରାସ୍ତାର ଗୋଡିପଲ୍ଲି ଠାରୁ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ୪୩ହଜାର ଟଙ୍କା ଏବଂ ମାର୍ଚ ୧୮ ତାରିଖରେ ଓଡଗାଁ ପଲ୍ଲୀଟେକନିକ କଲେଜ ନିକଟରୁ ସେହି ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ୮୮ହଜାର ଟଙ୍କା ଲୁଟି ନେଇଥିଲେ । ଅଳ୍ପ ଦିନ ମଧ୍ୟରେ ଅଂଚଲରୁ ୩ଟି ଲୁଟ୍ ଘଟଣା ପୋଲିସର ନିଦ ହଜେଇ ଦେଇଥିଲା । ଗତକାଲି ଏହି ଲୁଟେରାମାନେ ଦଶପଲ୍ଲା ଅଂଚଳରୁ ୧ଲକ୍ଷ ଲୁଟକରି ଖସି ପଳାଉଥିବା ବେଳେ ଖଣ୍ଡପଡା ଥାନା ପୋଲିସ ହାବୁଡରେ ପଡିଥିଲେ । ଦଶପଲ୍ଲା ପୋଲିସ ଅଭିଯୁକ୍ତ ଲୁଟେରାମାନଙ୍କୁ ଗିରଫ କରି ମୋକଦମା ରୁଜୁ କରିଛନ୍ତି । ରବିବାର ସେମାନଙ୍କୁ କୋର୍ଟଚାଲାଣ କରାଯିବା । ଏଠାରେ ସୂଚନା ଦିଆଯାଇପାରେ ଏହି ଅଳ୍ପ ବୟଷର ଯୁବକମାନେ ନିର୍ଦ୍ଧିଷ୍ଟ ଭାବେ ଅର୍ଥଲଗାନକାରୀ ସଂସ୍ଥାର କର୍ମଚାରୀଙ୍କୁ ଟାଗ୍ରେଟ କରୁଥିବା ନେଇ ସ୍ଥାନୀୟ ଅଂଚଳରେ ବିଭିନ୍ନ ମତ ପ୍ରକାଶ ପାଉଛି । ଯୁବକମାନଙ୍କୁ ଅପରାଧ ପ୍ରବଣ କରିବାରେ ଏହା ପରୋକ୍ଷରେ ସୁଯୋଗ ସୃଷ୍ଟି କରୁଛି ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଉଛି । 

0
0
0
s2sdefault