ହେଡଲାଇନସ୍:

 ସଡକ ଦୁର୍ଘଟଣାରେ ହେଲପର ମୃତ ଓ ଡ୍ରାଇଭର ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା./ ଅମିତ ପୁରୋହିତ  ; ଲଖନା ଥାନା ଅନ୍ତର୍ଗତ ଘାଟିପଡା ଠାରେ ଏକ ମାଲବାହି ଟ୍ରକ ଦୁର୍ଘଟଣା ଗ୍ରସ୍ଥ ହୋଇ ହେଲପର ର ମୃତ୍ୟୁ  ର ଘଟିଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଇଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତ୍ରୀରେ ଏକ ମାଲ ବୋଝେଇ ଟ୍ରକ ଏମ.ଏଚ.୨୬ଏ.ଡି ୦୯୧୮ ନମ୍ବରଧାରି ୩୫୩ ଜାତିୟ ରାଜପଥରେ ଖଡିଆଳ ପଟକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟିପଡା ସ୍ଥିତ ଯାତ୍ରୀ ବିଶ୍ରାମ ଘର ଉପରକୁ ଚଢିଯାଇଥିଲା । ଦୁର୍ଘଟଣାଟି ଏତେ ଜୋରଦାର ଥିଲା କି ଘରଟି ର କାନ୍ଥ ସହ ଛାତ ଭାଙ୍ଗି ଯାଇଥିଲା । ଗାଡିର ସାମ୍ନା ପଟ ସମ୍ପୂର୍ଣ୍ଣ ଭାଙ୍ଗିରୂଜି ଯାଇଥିବା ସହ ସାମନାରେ ବସିଥିବା ହେଲପର ସେଥିରେ ଚାପି ହୋଇଯାଇଥିଲେ । ସ୍ଥାନିୟ ଲୋକଙ୍କଠୁ ଖବର ପାଇ ଲଖନା ପୋଲିସ ଓ ନୂଆପଡା ଅଗ୍ନିସମ ବିଭାଗ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଘଟଣାସ୍ଥଳରେ ହେଲପର ଙ୍କ ମୃତ୍ୟୁ  ହୋଇଯାଇଥିବା ବେଳେ ଗାଡି ଚାଳକଙ୍କୁ ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।  

0
0
0
s2sdefault