ହେଡଲାଇନସ୍:

ପାଣି ଶୋଷିଲା ପରି  ବାଲି ରାମ୍ପି ନେଉଛନ୍ତି  ଛତିଶଗଡ଼ି ମାଫିଆ : ପ୍ରଶାସନ-ପୋଲିସ ଅଜଣା କି ଜାଣି ସିଆଣିଆ !!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମାଫିଆଙ୍କୁ ଧରିବାକୁ ଯାଇ ଆରଆଇ ହେଲେ ଆକ୍ରମଣର ଶିକାର, ପୋଲିସ କାର୍ଯ୍ୟାନୁଷ୍ଠାନରେ ଶୀଥିଳତା ଅଭିଯୋଗ  

ସୁନ୍ଦରଗଡ଼ : ଛତିଶଗଡ଼ ଉପରମୁଣ୍ଡରେ ପାଣି ଅଟକାଇ ଓଡ଼ିଶା ଲୋକଙ୍କୁ ଅଜଣା ଆଶଙ୍କିତ ଭବିଷ୍ୟତ ଭିତରକୁ ଠେଲି ଦେଇଥିବା ବେଳେ, ଏବେ ଛତିଶଗଡ଼-ଓଡିଶା ସୀମାବର୍ତ୍ତୀ ଅଂଚଳରେ ମାତିଛନ୍ତି ଛତିଶଗଡ଼ ବାଲି ମାଫିଆ | ଦାନ୍ତ ଲଗେଇ ନଡ଼ିଆ କୋରି ଖାଇଲା ପରି ଛତିଶଗଡ଼ ବାଲି ମାଫିଆ ରାମ୍ପି ଚାଲିଛନ୍ତି ଓଡିଶା ନଈ ପଠାରୁ | ସ୍ଥାନୀୟ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ସହଯୋଗ ବିନା ଏଇ ବାଲି ଚୋରି ତ ସମ୍ଭବ ନୁହେ | ହେଲେ ଏଭଳି ଲୁଟ ପାଟ ଚାକିଥିବା ବେଳେ ସ୍ଥାନୀୟ ପ୍ରଶାସନ -ପୋଲିସ କେମିତି ରୋକି ପାରୁନି ତାହା ଏବେ ଆଶ୍ଚର୍ଯ୍ୟ ଲାଗୁଛି ସ୍ଥାନୀୟ ଲୋକଙ୍କୁ | ଯାହା ତ ହେଉଛି ତା ହେଉଛି, ହେଲେ ନିକଟରେ ଯାହା ଘଟିଗଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ | ବାଲି ଚୋରି ଉପରେ ଅନୁଧ୍ୟାନ କରିବା ପାଇଁ ଯାଇଥିବା ଆରଆଇଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନର ଗତି ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି |

 ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକର ଉପରମୁଣ୍ଡରେ ଥିବା ଇବ୍ ନଦୀରେ ବର୍ଷ ବର୍ଷ ଧରି ଚୋରାବାଲି ଚାଲାଣହେଇଆସୁଛି |  ଯେହେତୁ ବାଲିଶଙ୍କରାକୁ ଲାଗି ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଝାରଖଣ୍ଡ ଥିବାରୁ ଓଡ଼ିଶା ରାଜ୍ୟ ସରକାରଙ୍କ  ରାଜ୍ୟ ରାଜକୋଷ ରୁ କୋଟି କୋଟି ଟଙ୍କାର ହାନି କରି ଏବେ ମାଫିଆମାନେ ମାଲେ ମାଲ | ସବୁସମୟରେ ଅଭିଯୋଗ ହୋଇ ଆସୁଥିଲା କି ଇବ ନଦୀରୁ ବାଲି  ଚୋରା ଚାଲାଣ ହୋଇ ପଡୋଶୀ ରାଜ୍ୟକୁ ପଠାଯାଇଛି ବୋଲି | ହେଲେ ବାଲିଶଙ୍କରା ତହସିଲଦାର ଗତକାଲି ତାଙ୍କ RI ଙ୍କୁ ତଦନ୍ତ ପାଇଁ ପଠାଇଥିଲେ | 

 RI ଜଣକ ନଦୀର ବାଲି ଚୋରା ଚାଲାଣ ହେଉଥିବା ସ୍ଥାନରେ ପହଞ୍ଚି ଦେଖିଲେ କିଛି ଗାଡ଼ି ନଦୀ ଭିତରୁ ବାଲିଲୋଡ଼ କରୁଥିବା ଦୃଶ୍ୟ | ସେ ନିଜ ମୋବାଇଲରେ ସେ ଫୋଟୋ ଉଠାଇଥିଲେ ଓ ଗାଡ଼ି ପାଖକୁ ଯାଇ କାଗଜପତ୍ର ଯାଞ୍ଚ କରିଥିଲେ |ଠିକଏହି ସମୟରେ ଟ୍ରକ ରେ ଲୋଡ଼ କରୁଥିବା ଲୋକଙ୍କ ମଧ୍ୟରୁ କେହି ଜଣେ ଦୁର୍ବୃତ୍ତ ମାନଙ୍କୁ ଖବର ଦେଇଥିଲେ |  ଦୁର୍ବୃତ୍ତନେ ନଦୀକୁ ଆସି RI ଜଣକୁ ନିସ୍ତୁକ ମାଡ ମାରିବା ସହ ଫୋଟୋ ଉଠାଇଥିବାମୋବାଇଲ ଓ କିଛି ସରକାରୀ କାଗଜପତ୍ର ନେଇ ଯାଇଥିବା ସୂଚନା ମିଳିଛି | ଯାହା ସୂଚନା ମିଳିଛି ତଲସରା ଥାନାରେ କେଶ ଦାୟର କରାଯାଇଛି | ହେଲେ  ଦୁର୍ବୃତ୍ତ ମାନେ ଫେରାର ଅଛନ୍ତି ବୋଲି ଶୁଣିବାକୁ ମିଳୁଛି | ତଲସରା ପୋଲିସ ସହ ଯୋଗାଯୋଗ ହେଇପାରିନି | ଫୋନେ କଲେ ବି ଘଟଣା ସମ୍ପର୍କରେ ପଚାରିବା ପରେ ତାଙ୍କ ଫୋନେର ନେଟ ୱାର୍କ ପଳାଉଛି | ସୁନ୍ଦରଗଡ଼ SDPO ବଳଭଦ୍ର ଦୀପଙ୍କୁ ପଚାରିବାରୁ ସେ ଅଭିଯୋଗ ହୋଇଛି ଓ ମାମଲାର ରୁଜୁ ହୋଇ ତଦନ୍ତ ଚାଲିଛି |  

0
0
0
s2sdefault