ହେଡଲାଇନସ୍:

ଦାମଙ୍କ ହାତ ଛାଡି ଆରପାରିକୁ ଚାଲିଗଲେ ସ୍ନେହଲତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ସମବେଦନା ଜଣାଇବାକୁ ଦାମଙ୍କ ଘରେ ପହଁଚିଲେ ନବୀନ 

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଡ଼ ଦାମୋଦର ରାଉତଙ୍କ ଧର୍ମପତ୍ନୀ ତଥା  ଜଣେ ଆଦର୍ଶ, ଛାତ୍ରାବତ୍ସଲା ଶିକ୍ଷୟିତ୍ରୀ ଭାବେ ଜଣାଶୁଣା  ଶ୍ରୀମତୀ  ସ୍ନେହଲତା ମହାପାତ୍ରଙ୍କ ଆଜି ସକାଳ ପ୍ରାୟ ୬.୪୫ ମିନିଟରେ  ଦେହାନ୍ତ ହୋଇଯାଇଛି  । ଦୀର୍ଘଦିନ ଧରି ସେ ଅସୁସ୍ଥ ଥାଇ ପ୍ରଥମେ ଆପୋଲୋ ଓ ପରେ ସମ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ | ଗତ କିଛି ଦିନ ଧରି ତାଙ୍କ ଅବସ୍ଥା ଭଲ ନଥିବା ବେଳେ ଗତକାଲି ରାତିରେ ତାଙ୍କ ଅବସ୍ଥା  ଜଟିଳ ହୋଇ ପଡିଥିଲା |  ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ ଦାମୋଦର ରାଉତ, ପୁତ୍ର ସମ୍ବିତ, ଝିଅ ପ୍ରୀତିନନ୍ଦା, ଲିପି, ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ ।

ଜଣେ ଛାତ୍ରବତ୍ସଳ ଶିକ୍ଷୟିତ୍ରୀ ଭାବରେ ସ୍ନେହଲତା ମହାପାତ୍ରଙ୍କ ବେଶ ପରିଚିତ ଥିଲେ । ତିର୍ତ୍ତୋଲ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ସେ ଅବସର ନେଇଥିଲେ । ସ୍ବର୍ଗତାଃ ସ୍ନେହଲତା ମହାପାତ୍ରଙ୍କ ପାର୍ଥିବ ଶରୀରକୁ ତାଙ୍କର କର୍ମଭୂମି  ତିର୍ତ୍ତୋଲ ନିଆଯାଇଥିବା ବେଳେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ସମ୍ପର୍କରେ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି | ସ୍ନେହଲତାଙ୍କ ଅନ୍ତିମ ଦର୍ଶନ ପାଇଁ ଦାମବାବୁଙ୍କ ସରକାରୀ ବାସଭବନରେ ପ୍ରବଳ ଭିଡ଼ ଜମିଥିଲା ।  ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତଥା ବିଶିଷ୍ଟ ବ୍ୟକ୍ତି  ଯୋଗ ଦେଇଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ  ଦାମବାବୁଙ୍କୁ ଆଶ୍ୱାସନା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦାମବାବୁଙ୍କ ବାସଭବନରେ ସ୍ବର୍ଗତାଃ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |,ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା  ବୈଜୟନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବିଜେପି ଓ ବିଜେଡ଼ିର ବହୁ ଶ୍ରୀମତୀ ମହାପାତ୍ରଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ |

0
0
0
s2sdefault