ହେଡଲାଇନସ୍:

ଜୁଆ ଆଡ୍ଡା ଉପରେ ଚଢଉ ,୩ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା(ଅମିତ  ପୁରୋହିତ) ; ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୭ କି.ମି ଦୂର ରେ ଥିବା କୋଟେନଚୁଆଁ ଜଙ୍ଗଲରେ ଗତ କାଲି ରାତିରେ ଏକ ଜୁଆ ଆଡ୍ଡା ଉପରେ ହଠାତ ନୂଆପଡା  ପୋଲିସ  ଚଢଉ କରି ୩ ଜଣକୁ ଗିରଫ କରିଛି । ସୂଚନା ମୁତାବକ ନୂଆପଡା ଏସ୍.ପି ଡ. ସ୍ମିତ.ପି.ପରମାରଙ୍କ ନିର୍ଦ୍ଦେଶ  କ୍ରମେ ନୂଆପଡା ଥାନା ଆଇ.ଆଇ.ସି ଆଦିତ୍ୟ ମହାକୁଡଙ୍କ ନେତୃତ୍ୱରେ ଏକ ଟିମ କୋଟେନଚୁଆଁ ଜଙ୍ଗଲରେ ଜୁଆ ଆଡ୍ଡା ଚାଲିଥିବାର ସୂଚନା ପାଇ ଗତ କାଲି ରାତିରେ ଚଢଉ କରିଥିଲା । ଏଥିରେ ନଗଦ ୭୦୦୦ ହଜାର ଟଙ୍କା, ୩ ଟି ମୋବାଇଲ, ୧୧ ଟି ମୋଟର ସାଇକଲ ଘଟଣା ସ୍ଥଳରୁ ଜବତ କରିବା ସଙ୍ଗେ ସଙ୍ଗେ ଜାକିର ଖାଁ, ପ୍ରେମ ତାଣ୍ଡି, ସଞୟ କୁମାର ଜଏସ୍ୱାଲ ନାମକ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଅନ୍ୟମାନେ ଯଥା ରାଜୁ ଖାଁ, ଆଭାସ ଖାଁ, ହାରୁନ ଖାଁ, ଆକବର, ଗୁଡ୍ଡୁ, ଗୋଲୁ ଛାବଡା, ଶେଖର, ମନ୍ନୁ, ରିଷି ଛାବଡା, ଆଦି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ମାମଲା ରୁଜୁ କରି ଛାନବିନ ଜାରି ରଖିଛି ବୋଲି ଶ୍ରୀ ମହାକୁଡ ସୂଚନା ଦେଇଛନ୍ତି ।     

 

0
0
0
s2sdefault