ହେଡଲାଇନସ୍:

ଟ୍ରକକୁ ପଛରୁ ପିଟିଲା ମାରୁତି ସୁଜୁକି, ୪ଜଣଙ୍କ ଦୁଃଖଦ ଦେହାନ୍ତ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ ଠାରେ ବିଳମ୍ୱିତ ରାତିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ଜଣକ ଦେହାନ୍ତ ଘଟିଛି |  ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ  ଟ୍ରକକୁ ପଛପଟୁ ମାରୁତି ସୁଜୁକି  OD୧୪N-୪୧୬୪ ଧକ୍କା ଦେଇଥିଲା | ଫଳରେ କାରଟି ସମ୍ପୁର୍ଣ କ୍ଷତି ହୋଇଥିଲା | ଓଡ଼ି୧୬ଡି୭୪୭୭ଟ୍ରକ କୁ ଓଭର ଟେକ କରୁଥିବା ମରୁତୀ ଭାରସାମ୍ୟ ହରାଇ ଟ୍ରକ କୁ ପିଟି ହୋଇଥିଲା |  ଘଟଣା ସ୍ଥଳରେ  ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ  ଜଣଙ୍କର ଡାକ୍ତରଖାନରେ ଦେହାନ୍ତ ହୋଇଛି | ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା | ଆହତ ଜଣଙ୍କୁ ଗୁରତର ଅବସ୍ଥାରେ ଗୁରୁତର ଅବସ୍ଥାରେ ଜଣକୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଆହତଙ୍କ ଅବସ୍ଥା ଠିକ ନ ଥିବାରୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତରିତ କରା ଯାଇ ଥିଲା  | ସେଠାରେ ତାଙ୍କର ମୃତ୍ୟୁ ଘଟଛି |

 ସମସ୍ତ ମୃତାହତ ବିରମିତ୍ରପୁର ର ହୋଇଥିବା ସୂଚନା ମିଳିଛି, ହେଲେ ମାରୁତି କାରର ରେଜିଷ୍ଟ୍ରେସନ ନମ୍ବରରୁ ସନ୍ତୋଷ କୁମାର ଅଗ୍ରୱାଲଙ୍କ ବୋଲି ଜଣା ପଡ଼ିଛି | ସେମାନେ ସମ୍ବଲପୁରରୁ କେମବାବା ଭଜନ ସମାରୋହରୁ ଫେରୁଥିଲେ | ଗାଡ଼ିରେ ଯାତ୍ରୀ ୪ଜଣ ଥିବାବେଳେ ଡ୍ରାଇଭର ଗାଡି ଚଳାଉଥିଲେ | ଆଗରେ ଟ୍ରକ୍ଟି ଯାଉଥିବା ବେଳେ ପଛରେ କାରଟି ଯାଉଥିଲା | ଓଭରଟେକ କରିବା ଚକ୍କରରେ ଗାଡିର ବେଗକୁ ବଢ଼ାଇ ଚଳାଇବା ବେଳେ ନିୟଂତ୍ରଣ ହରାଇ ନିଜ ପଟକୁ ସୁରକ୍ଷିତ ରଖି   ପଛରୁ ପିଟିଦେଇଥିଲା | ଦୁର୍ଘଟଣା ଘଟିବ ସଂଗେ ସଂଗେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା | 

ମୃତକଙ୍କ ନାମ ସଜ୍ଜନ ଅଗ୍ରୱାଲ( ୬୫), ଉର୍ମିଳା ଦେବୀ (୬୦) , ମିଳନ ଅଗ୍ରୱାଲ (୪୬),  ସଂଗୀତା ଅଗ୍ରୱାଲ  | ତିନିଜଣଙ୍କ ଦେହାନ୍ତ ଘଟଣାସ୍ଥଳରେ ହୋଇଥିବା ବେଲେ ଆଉ ଜଣେ  ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ରେ ପ୍ରାଣ ହରାଇ ଥିଲେ | 

 

0
0
0
s2sdefault