ହେଡଲାଇନସ୍:

ନାବାଳିକା ଗଣଦୁଷ୍କର୍ମ ମାମଲା,  ଅଭିଯୁକ୍ତ ୨ ଯୁବକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା/ଦିଲ୍ଲୀପ ମହାନ୍ତି - ସନ୍ଧ୍ୟା ସମୟରେ ନଦୀପଠା ବୁଦା ମୂଳକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ୧୬ ବର୍ଷୀୟା ନାବାଳିକାକୁ ଘଞ୍ଚ ବୁଦାମୂଳକୁ ଟେକି ନେଇ ହାତ ବାନ୍ଧି ବାରମ୍ବାର ଦୁଷ୍କର୍ମ ମାମଲାର ବିଚାର କରି ବାରିପଦା ଅତିରିକ୍ତ ଜିଲା ଓ ଦୌରା ଜଜ୍ ଅଜିତ କୁମାର ସିଂହ ଅଭିଯୁକ୍ତ ବାରିପଦା ପୌରପରିଷଦର ୱାର୍ଡର ନଂ.-୨୦ ଶୁନଗଡ଼ିଆର ମଣ୍ଟୁ ମୁଖୀର ୨୭ ବର୍ଷର ପୁଅ ହିଙ୍ଗେ ଓରଫ ସନାତନ ମୁଖୀ ଏବଂ ଗଦାଧର ମୁଖୀର ୨୭ ବର୍ଷର ପୁଅ ବାପୁନୀ ଓରଫ ବସନ୍ତ ମୁଖୀଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୭୬(ଡ଼ି) ଅନୁସାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏଥି ସହିତ ଜୋରିମାନା ଅନାଦେୟରେ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ତାଙ୍କର ରାୟରେ ଦର୍ଶାଇଛନ୍ତି । ସେହିପରି ଆଇପିସି ଧାରା ୫୦୬ରେ କେବଳ ଏକ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଏହି ସମସ୍ତ ଦଣ୍ଡ ଏକକାଳୀନ ଲାଗୁ ହେବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ବାରିପଦା ପୌରପରିଦର  ୱାର୍ଡର ନଂ-୧ ବେଲଗଡ଼ିଆ ଅଞ୍ଚଳର ବାପୁନୀର ଭିଣୋଇ ବିବେକାନନ୍ଦ ଓରଫ ବାପିଙ୍କୁ ପ୍ରମାଣ ଅଭାବରୁ ସସମ୍ମାନେ ନିର୍ଦୋଷରେ ଖଲାସ ହୋଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୩ ଅଗଷ୍ଟ ୫ ସନ୍ଧ୍ୟା ସମୟରେ ଜନୈକ ୧୬ ବର୍ଷର ନାବାଳିକା ଝିଅ ନଦୀ କୂଳରେ ଥିବା ବୁଦା ମୂଳକୁ ଶୌଚ ନିମନ୍ତେ ଏକାକୀ ଯାଉଥିବାର ଶୁନଗଡ଼ିଆର ହିଙ୍ଗେ ଓରଫ ସନାତନ ମୁଖୀ ଓ ବାପୁନୀ ଓରଫ ବସନ୍ତ ମୁଖୀ ଦେଖି ନାବାଳିକାର ମୁହଁକୁ ବନ୍ଦ କରି ନିକଟସ୍ଥ ଘଞ୍ଚ ବୁଦା ମଧ୍ୟକୁ ବଳପୂର୍ବକ ଟେକି ନେଇଯାଇଥିଲେ । ସେଠାରେ ତାର ହାତକୁ ବାନ୍ଧି ଦେବା ପରେ ସନାତନ ଓ ବସନ୍ତ ଉଭୟ ବାରିବାରି କରି ତା ସହିତ ବାରମ୍ବାର ଦୁଷ୍କର୍ମ କରିଥିଲେ । ଏଥି ସହିତ ଏହି ଖବର ବାହାରେ ପ୍ରକାଶ କଲେ ତାକୁ ଯେକୌଣସି ଦିନ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇ ଥିଲେ । ଏହାପରେ ରାତିରେ ବସନ୍ତର ଭିଣୋଇ କୌଣସି କାରଣରୁ ଘଟଣାସ୍ଥଳରେ ପହଁଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରି  ନିଜ ଘରକୁ ନେଇଯାଇ ପରବର୍ତ୍ତି ଦିନ ପୂର୍ବାହ୍ନରେ ଶୁନଗଡ଼ିଆ ରାସ୍ତାରେ ଛାଡ଼ି ଦେଇଯାଇ ଥିଲା । ପିଡ଼ିତା ନାବାଳିକା ତା ପ୍ରତି ହୋଇଥିବା ଅମାନୁଷିକ ଅତ୍ୟାଚାର ବିଷୟରେ ନିଜ ପରିବାରରେ ପ୍ରକାଶ କରିବା ପରେ ପରିବାର ପକ୍ଷରୁ ବାରିପଦା ଟାଉନ ଥାନାରେ ୦୬/୦୮/୨୦୧୩ରେ ଲିଖିତ ଅଭିଯୋଗ କରାଯିବାରୁ ଥାନାରେ ୨୫୦/୨୦୧୩ରେ ଏକ ମାମଲା ରୁଜୁ କରାଯାଇ ଥିଲା । ଆଜି ଉକ୍ତ ମାମଲାରେ ରହିଥିବା ୧୩ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣକୁ ଭିତ୍ତି କରି କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇ ଥିଲା । ମୋକଦ୍ଦମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଅଭିନ୍ନ ପଟ୍ଟନାୟକ ପରିଚାଳନା କରିଥିଲେ । 

0
0
0
s2sdefault