ହେଡଲାଇନସ୍:

ବନ୍ଧା ହୋଇ ଜେଲ ଗଲେ ଅଭିଯୁକ୍ତ ସରପଞ୍ଚ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲାର ଏକ ହୋଟେଲରୁ କାବୁ କଲା ପାଇକମାଲ ପୋଲିସ

ବରଗଡ :- ପାଇକମାଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଧବଳେଶ୍ବର ସାହୁଙ୍କର ନାମରେ ଗତ କିଛି ଦିନ ତଳେ ଜଣେ ମହିଳା ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ। ଏ ନେଇ ପାଇକମାଲ ଥାନାରେ କେଶ ନ 19/2019 ରୁଜୁ ହେବା ପରେ ଅଭିଯୁକ୍ତ ସରପଞ୍ଚ ପାଇକମାଲ ରୁ ଅନ୍ତର୍ଧ୍ୟାନ ହେଇଯାଇଥିଲେ । ସରପଞ୍ଚ କୁ ଗିରଫ ଦାବିରେ ଭାରତୀୟ ଜନତା ପାର୍ଟି ତରଫରୁ ଥାନାରେ ଗୋଟେ ଦିନ ଧାରଣା ଭି ଦିଆଯାଇଥିଲା ।ଏହି ଧାରଣାରେ ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଙ୍କର ସହିତ ଶତାଧିକ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିବା ସହିତ ଅଭିଯୁକ୍ତ ସରପଞ୍ଚ ଙ୍କର ଶୀଘ୍ର ଗିରଫଦାବୀ କରିଥିଲେ । ପୋଲିସ ମଧ୍ୟ ନିଜ ତରଫରୁ ଅଭିଯୁକ୍ତ କୁ ଧରିବା ପାଇଁ ଜୋରଦାର ପ୍ରୟାସ ଚଳାଇଥିଲା ଶେଷେରେ ଗତ କାଲି ପାଇକମାଲ ପୋଲିସ ଅଭିଯୁକ୍ତ ସରପଞ୍ଚକୁ ରାଉରକେଲାର ଏକ ହୋଟେଲ ରୁ କାବୁ କରି ଆଣିଥିଲା । ଏହାପରେ ଆଜି ଅଭିଯୁକ୍ତ କୁ କୋର୍ଟ ରେ ହଜାର କରାଯାଇଥିଲା । ଅଭିଯୁକ୍ତ ସରପଞ୍ଚ ଙ୍କର ବେଳ ନାମଞ୍ଜୁର ହେବାରୁ ତାକୁ ପଦ୍ମପୁର କାରାଗାର କୁ ପଠାଇ ଦିଆଯାଇଛି ।

0
0
0
s2sdefault