ହେଡଲାଇନସ୍:

ରାୟଗଡା ପୋଲିସ ଖାପଚରେ ଚାରି ଜଣିଆ ଲୁଟେରା ଗ୍ୟାଙ୍ଗ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡାରୁ ସରୋଜ କୁମାର ସାହୁ:  ୪ଜଣିଆ ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ରାୟଗଡ଼ା ପୋଲିସ । ଏହି ଲୁଟେରା ଗ୍ୟାଙ୍ଗରେ ୨ଜଣ ମହିଳା ଓ ୨ଜଣ ପୁରୁଷ ରହିଥିବା ବେଳେ ଏମାନଙ୍କ ଲୁଟ କରିବାର ତରିକା ଅଲଗା । ଏହି ଲୁଟ ଗ୍ୟାଙ୍ଗର ମହିଳାମାନେ ଲୋକଙ୍କୁ ବିଭିନ୍ନ ଶାରିରୀକ ପ୍ରଲୋଭନ ଦେଖାଇ ଫସାଇବା ପରେ ଲୁଟିବାରେ ଲାଗୁଥିଲେ । ଏଥିରେ ଶୀକାର ହୋଇଥିବା ପ୍ରଭାକର ସାମନ୍ତରାଏ ନାମକ ଏକ ବ୍ୟକ୍ତି ଥାନାରେ ଏତଲା ଦେବା ପରେ ସେମାନଙ୍କୁ ରାୟଗଡା ରେଳଷ୍ଟେସନ ନିକଟସ୍ଥ ଏକ ଜଙ୍ଗଲିଆ ବଣବୁଦା ଅଂଚଳରୁ ଗିରଫ କରି କୋର୍ଟ ଚାଳାଣ କରିଛି । ଗିରଫମାନଙ୍କ ଠାରୁ ୩୫ ଗ୍ରାମର ସୁନା ଅଳଙ୍କାର ସହ ନଗଦ ୩ ହଜାର ଟଙ୍କା ଓ ୬ ଟି ମୋବାଇଲ ଜବତ୍ କରିଛି । ଏମାନେ ଆଜକୁ ଦୀର୍ଘ ମାସଧରି ରାୟଗଡା ଅଂଚଳରେ ସକ୍ରିୟ ରହିଥିବା ବେଳେ ଏଥିରେ ସାମିଲ ରହିଥିବା ଅନ୍ୟମାନଙ୍କୁ ଗିରଫ କରିବା ନେଇ ପୋଲିସ ଅନୁସନ୍ଧାନ ଜାରି ରହିଥିବା  ରାୟଗଡା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରା ପ୍ରକାଶ କରିଛନ୍ତି ।

 

0
0
0
s2sdefault